କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଲେ ଆଦିବାସୀ ଯୁବ ଉଦ୍ୟୋଗୀ ରାଜେନ୍ଦ୍ର ମାଝୀ

Jan 19, 2025 - 16:29
 0  177
କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଲେ ଆଦିବାସୀ ଯୁବ ଉଦ୍ୟୋଗୀ ରାଜେନ୍ଦ୍ର ମାଝୀ

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଧିନସ୍ଥ ବଡ଼ଛତ୍ରଙ୍ଗ ଗ୍ରାମର ସ୍ବର୍ଗତ ଭଗବାନ ମାଝୀ ଙ୍କ ସୁଯୋଗ୍ୟ ସନ୍ତାନ ଶ୍ରୀ ରାଜେନ୍ଦ୍ର ମାଝୀ ଜଣେ ସଫଳ ଉଦ୍ୟୋଗୀ ଭାବେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇ ଥିବା ରାଜ୍ୟ ସ୍ତରୀୟ ଆଦିବାସୀ ମେଳା.-2025 ଶ୍ରେଷ୍ଠ ସଫଳ ଯୁବ ଉଦ୍ୟୋଗୀ ଭାବେ ଓଡିଶା ର କ୍ୟାବିନେଟ ମନ୍ତ୍ରୀ ସମ୍ମାନୀୟ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ (ବିଦ୍ୟାଳୟ ଓ ଜନଶିକ୍ଷl, ଜନଜାତି ଓ ଅନୁସୂଚିତ ଜାତି ବିକାଶ,ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ,ସାମାଜିକ ସୁରକ୍ଷା ଓ ସଶକ୍ତିକରଣ )ଦ୍ୱାରା ପ୍ରଶଂସା ପତ୍ର ସହ ଉପଢୋକନ କରି ସମ୍ମାନିତ କରିଥିଲେ l ରାଜେନ୍ଦ୍ର ମାଝୀ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପ୍ରକଳ୍ପ ସହାୟତାରେ ନିଜ ଗ୍ରାମରେ ଡି. ଟି. ପି. ଜେରକ୍ସ ପ୍ରିଣ୍ଟର ସର୍ଭିସ ସେଣ୍ଟର ଆରମ୍ଭ କରିଥିଲେ l ନିଜର ଦୃଢ଼ ଇଚ୍ଛା ଶକ୍ତି,କର୍ତବ୍ୟ ନିଷ୍ଠା ଅକ୍ଲାନ୍ତ ଉଦ୍ୟମ ଦ୍ୱାରା ଉଦ୍ୟୋଗ ଖୁବ କମ ଦିନରେ ସଫଳତାର ଶୀର୍ଷ ପହଞ୍ଚି ପାରିଛନ୍ତି l ସାରା ଓଡିଶାରେ ଜଣେ ସଫଳ ଆଦର୍ଶ ଉଦ୍ୟୋଗୀ ଭାବେ ପରିଚିତ ପାଇ ପାରିଛନ୍ତି l ତାଙ୍କର ଏହି କୁର୍ତ୍ତିତ ପାଇ ଜନଜାତି ଜୀବିକା ମିଶନ, ସମ୍ବନିତ ଆଦିବାସୀ ଉନ୍ନୟନ ସଂସ୍ଥା କଳାହାଣ୍ଡି,l କଳାହାଣ୍ଡି ଜିଲ୍ଲାର ଜନସାଧାରଣଙ୍କ ଠାରୁ ଆରମ୍ଭ କରି ବୁଦ୍ଧି ଯିବି ମହଲ ରେ ପ୍ରଶଂସା ଓ ଶୁଭେଚ୍ଛା ଜଣାଇଛନ୍ତି l ଆଗ୍ରହ ଥିଲେ କାର୍ଯ୍ୟ ରେ ସଫଳତା ମିଳିବ ବୋଳି ପ୍ରକାଶ କରିଥିଲେ l ରାଜେନ୍ଦ୍ର ମାଝୀ ଧନ୍ୟବାଦ ଦେଲେ ସମ୍ବନିତ ଆଦିବାସୀ ଉନ୍ନୟନ ସଂସ୍ଥା l

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 3
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ