କମ୍ୟୁନିଟି ରେଡ଼ିଓ କର୍ମକର୍ତ୍ତାଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା

Aug 29, 2024 - 18:09
 0  10
କମ୍ୟୁନିଟି ରେଡ଼ିଓ କର୍ମକର୍ତ୍ତାଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା

ନୂଆପଡା : ନୂଆପଡ଼ା ଜିଲ୍ଲାରେ କାର୍ଯ୍ୟକ୍ଷମ କମ୍ୟୁନିଟି ରେଡ଼ିଓର ପରିଚାଳକ ଓ କର୍ମକର୍ତ୍ତା ମାନେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି l ରେଡ଼ିଓ ସ୍ୱର ସଙ୍ଗମ ୯୦.୮ ଏଫଏମ ର ପରିଚାଳକ ତ୍ରିନାଥ ମେହେର, ରେଡ଼ିଓ ସ୍ୱୟଂଶକ୍ତି ୯୦.୪ ଏଫଏମ ର ପରିଚାଳକ ବିଶ୍ୱଜିତ ପାଢ଼ୀ ଓ ରେଡ଼ିଓ କୋଶଲି ୮୯.୬ ଏଫଏମ ର ପରିଚାଳକ ବିଜୟ ରାଜ ଙ୍କ ସହ ରେଡ଼ିଓ କର୍ମକର୍ତ୍ତା ପ୍ରଦ୍ଯୁମ୍ନ ସିଂ ଚିନ୍ଦା ଏବଂ ମନୋଜ ଜଗତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ପ୍ରଥମେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ l ଏହା ପରେ ଜିଲ୍ଲାର ବିକାଶ ଦିଗରେ କମ୍ୟୁନିଟି ରେଡ଼ିଓ ର ଭୂମୀକା ଓ ଏଦିଗରେ ଉପୁଜୁଥିବା ବିଭିନ୍ନ ସମସ୍ୟା ଏବଂ ଏହାର ସମାଧାନ ବିଷୟରେ ଅଲୋଚନା କରାଯାଇଥିବା ଜଣାପଡ଼ିଛି l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ