।। ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ କମ୍ବଳ ବଣ୍ଟନ ।।

Feb 23, 2024 - 15:30
 0  14
।। ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ କମ୍ବଳ ବଣ୍ଟନ ।।

ଲକ୍ଷ୍ମୀପୁର ୨୩/୦୨ ଆଜି ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଗୌଡଗୁଡା ଗ୍ରାମ ପଞ୍ଚୟତର ଲଛମଣୀ ଗ୍ରାମ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ଓ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଶ୍ରୀ କୈଳାଶ ଚନ୍ଦ୍ର କୁଲେଶିକା ଙ୍କ ନେତୃତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେଡ଼ି ସଭା ନେତ୍ରୀ କୌଶଲ୍ୟା ହିକକା,ବିଜେଡ଼ି ଯୁବ ସଭାପତି ଚିଣ୍ଟୁ ଖରା ପଞ୍ଚାୟତ ସଭାପତି ସାରଥି ଜାନୀ ପ୍ରଭୁତି ଉପସ୍ଥିତ ରହି ଘର ଘର ବୁଲି ନବୀନ ସରକାରଙ୍କ ପ୍ରଚଳିତ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ ବିଷୟରେ ବୁଝାଇ ଥିଲେ।ଏଥି ସହ ଦୁଇଶହ ଜଣ ବୁଢ଼ା ବୁଢ଼ୀ ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିବା ଦେଖିବାକୁ ମିଳିଥିଲା।

ଲକ୍ଷ୍ମୀପୁର ରୁ ପ୍ରମୋଦ ଜେନାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ