।। ଅଭିଭକ୍ତ କୋରାପୁଟ ରେଲୱେ ଜମିହରା ସଙ୍ଘ ଦ୍ୱାରା,କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମେମୋରେଣ୍ଡମ ଚିଠା ପ୍ରଧାନ କରାଗଲା ।

Apr 2, 2023 - 11:58
 0  86
।। ଅଭିଭକ୍ତ କୋରାପୁଟ ରେଲୱେ ଜମିହରା ସଙ୍ଘ ଦ୍ୱାରା,କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମେମୋରେଣ୍ଡମ ଚିଠା ପ୍ରଧାନ କରାଗଲା ।

କୋରାପୁଟ ଜିଲ୍ଲାର ଦାମୋନଯୋଡି ଅଞ୍ଚଳର ନାଲକୋ ଭି.ଆଇ.ପି ଅତିଥି ଭବନ ଠାରେ ଗତକାଲି ଅବିଭକ୍ତ କୋରାପୁଟ ରେଲୱେ ଜମିହରା ସଂଘ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମେମୋରେଣ୍ଡମ ଚିଠା ପ୍ରଧାନ କରିଛନ୍ତି । ଅଭିଭକ୍ତ କୋରାପୁଟ ରେଲୱେ ଜମିହରା ସଂଘର ହିତାଧିକାରୀ ମାନେ ଆଜି କୁ ଦୀର୍ଘ ୬ବର୍ଷ ଧରି ସଂଘ ପଲି ରୁ ଦିଲ୍ଲୀ, ଜିଲ୍ଲା ପ୍ରଶାସନ ଠୁ ରାଜ୍ୟ ସରକାର ,ଡି, ଆର୍ ଏମ୍ ଠୁ ରେଳ ମନ୍ତ୍ରୀ ଏବଂ ଭାରତ ସରକାର ପର୍ଯ୍ୟନ୍ତ ଲିଖିତ ଭାବେ ବାରମ୍ବାର ଜଣେଇ ଆସୁଥିଲେ ସୁଧା ଆଜି ପର୍ଯ୍ୟନ୍ତ କୌଣସି ମନ୍ତ୍ରୀ କିମ୍ବା ସରକାରୀ କର୍ମଚାରୀ ମାନେ କର୍ଣ୍ଣପାତ କରୁନଥିବା ସଂଘ ପକ୍ଷରୁ କୁହାଯାଇଛି ।ତେଣ ସଂଘ ଗତ କାଲି ମଧ୍ଯ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋରାପୁଟ ଆସିବା ସୂଚନା ପାଇ ସଙ୍ଘର ସଭାପତି ଜଳନ୍ଦର ଖିଲ ଏବଂ ଉପ ସଭାପତି ଲିଙ୍ଗରାଜ ଖରାଙ୍କ ନେତୃତ୍ୱରେ ରେଳୱେ ଯମିହରା ହିତାଧିକାରୀ ମାନେ ସମସ୍ତେ ଉପସ୍ଥିତ ରହି ଦାମୋନଯୋଡି ରେଲୱେ ଷ୍ଟେସନ ଠାରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ନାଲକୋ ଭି.ଆଇ.ପି. ଗେଷ୍ଟ ହାଉସ୍ ଠାରେ ଏକ ମେମୋରେଣ୍ଡମ ଚିଠା ପ୍ରଧାନ କରିଥିଲେ ।ଉକ୍ତ ଚିଠାରେ ବଳକା ରହିଥିବା ଚାକିରୀ ଯଗାଇଦେବ ନିମନ୍ତେ ଜମିହରା ହିତାଧିକାରୀ ମାନେ ଉଲ୍ଲେଖ କରିବା ସହ ଏହାର ତଦନ୍ତ କରି ଆମର ଅଧିକାର ବା ହକ୍ ଦିଆଯାଉ, ଯଦି ସମାଧାନ ନକଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରେଳ ପାଠରୀ ଉପରେ ଧାରଣାରେ ବସିବା ପାଇଁ ଚେତାବନୀ ଦେଇଛନ୍ତି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ