ଅଗ୍ନି କାଣ୍ଡରେ ଦୁଇ ବୋଖରା ଘର ପୋଡ଼ି ପାଉଁଶ

Feb 16, 2025 - 21:25
 0  11
ଅଗ୍ନି କାଣ୍ଡରେ ଦୁଇ ବୋଖରା ଘର ପୋଡ଼ି ପାଉଁଶ

ରାସଗୋବିନ୍ଦପୁର ୧୬/୨/୨୫ରାସଗୋବିନ୍ଦପୁର ଥାନା ଅନ୍ତରଗତ ପାରୁଲିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଦୁଇ ବୋଖରା ଚାଲ ଘର୍ ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି । ସାରୁମୁଳା ପଞ୍ଚାୟତ ସ୍ଥିତ ପାରୁଲିଆ ଗ୍ରାମର ବିକ୍ରମ ହାଁସଦା ଙ୍କ ପରିବାର କେହି ଘରେ ନଥିବାବେଳେ,ଦୁଇବୋଖରା ଚାଳ ଘର କୌଣସି କାରଣରୁ ଅଗ୍ନି କାଣ୍ଡ ଘଟି ପୋଡି ପାଉଁଶ ହୋଇଯାଇଥିଲା. ନିଆଁ ଜଳୁ ଥିବାର ଦେଖି ପଡୋଶୀ ବହୁ ଚେଷ୍ଟା କରି ମଧ୍ୟ ନିଆଁ କବଳରୁ ଘରକୁ ରକ୍ଷା କରିପାରିନଥିଲେ. ଘରେ ଥିବା ଚାଉଳ, ଧାନ, ଟଙ୍କା, ଗହଣା, ଲୁଗାପଟା, ଘରକରଣା ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିଲା. ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳକୁ ଆସି ନିଆଁକୁ ଆୟତ କରିଥିଲେ, ହେଲେ ସେତେବେଳକୁ ସବୁ ପୋଡି ପାଉଁଶ ହୋଇଯାଇଥିଲା. ସାରମୁଳା ପଞ୍ଚାୟତ ସମିତି ସଭ୍ୟା ମମତା ମହାନ୍ତି,ସରପଞ୍ଚ ମନୋରଞ୍ଜନ ସିଂ, ଜିଲ୍ଲା ପରିଷଦ ଶ୍ୟାମ ସୁନ୍ଦର ଡାକୁଆ ଓ ସମାଜ ସେବି ଉତ୍ତମ ମହାନ୍ତି ଘଟଣା ସ୍ଥଳକୁ ଆସି ସର୍ବହାରା ହୋଇଯାଇଥିବା ପରିବାରକୁ କେରପାଲ, ମୁଢି, ଚାଉଳ, ପରିବାପତ୍ର,ଓ କିଛି ଆର୍ଥିକ ସହାୟତା କରିଥିଲେ. ଏବଂ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଯୋଜନାରେ ସାମିଲ କରାଇ ପକ୍କା ଘର ଯୋଗାଇ ଦେବାର ପ୍ରତିଶୃତି ଦେଇଥିଲେ.

ମୟୂରଭଞ୍,ବାରିପଦାରୁ -ଗୌର ଦାସଗିରି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ