।। ଅଖିଳ ଭାରତ କିଶାନ ମଜଦୂର ସଭା ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ କମିଟି ତରଫରୁ ଭୁରସିଖମାର ଠାରେ ଭାରତ ବନ୍ଦ ପାଇଁ ରାସ୍ତାରୋକ ।।

Feb 17, 2024 - 11:13
 0  45
।। ଅଖିଳ ଭାରତ କିଶାନ ମଜଦୂର ସଭା ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ କମିଟି ତରଫରୁ ଭୁରସିଖମାର ଠାରେ ଭାରତ ବନ୍ଦ ପାଇଁ ରାସ୍ତାରୋକ ।।

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା: ତା୧୬-୨ -୨୦୨୪ ରେ ସର୍ବ ଭାରତୀୟ ଧର୍ମ ଘଟ ଓ ଗ୍ରାମୀଣ ଭାରତ ବନ୍ଦ ଓ ଅଖିଳ ଭାରତ କିଶାନ ମଜଦୂର ସଭା ର ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ କମିଟି ତରଫରୁ ରାସ୍ତା ରୋକ,ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ଉପରେ ଆଇନ ଆଣିବା ଦାବିରେ ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ ଆଜି ରାୟଗଡା- ଭବାନୀପାଟଣା ରାସ୍ତାର ଭୂରୁଶିଖମ୍ମାର ଠାରେ ଗାଡି ଚଳାଚଳକୁ ବନ୍ଦ କରିଥିଲେ ଆନ୍ଦୋଳନକାରୀ । ସଂଯୁକ୍ତ କିଶାନ ମୋର୍ଚା ଓ କେନ୍ଦ୍ରୀୟ ଟ୍ରେଡ ଯୁନିଅନ ମାନଙ୍କ ଭାରତ ବନ୍ଦ ଡାକରାର ପ୍ରଭାବରେ କିଛି ସମୟ ଭୁରସିଖମାର ଠାରେ ଦେଖିବାକୁ ମିଳିଛି।ସକାଳୁ ସକାଳୁ ଅଖିଳ ଭାରତୀୟ କିସାନ ମଜଦୁର ସଭା ମୁନିଗୁଡା ବ୍ଲକ କମିଟି ତରଫରୁ କର୍ମୀମାନେ କେନ୍ଦ୍ର ସରକାର ବିରୋଧରେ ସ୍ଲୋଗାନ ଦେବା ସହ ଭୁରସିଖମାର ଠାରେ ଜିଲ୍ଲା ସଭାପତି କନେନ୍ଦ୍ର ଜାଲିକାଙ୍କ ନେତୃତ୍ୱରେ ପୋଷ୍ଟର ଲଗାଇ ରାସ୍ତା ଅବରୋଧ କରିଛନ୍ତି। ଏହାର ପ୍ରଭାବରେ ରାୟଗଡା ଭବାନୀପାଟଣା ରାସ୍ତାରେ ଗମନା ଗମନ ପ୍ରଭାବିତ ହୋଇଛି । ୧୬ ଗୋଟି ଦାବି ନେଇ ଏହି ବନ୍ଦ ପାଳନ ହୋଇଥିବା ଜଣାପଡିଛି । ମୁଖ୍ୟତଃ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ଫସଲର ସର୍ବ ନିନ୍ମ ଦାମକୁ ଆଇନସିଦ୍ଧ କରିବା,ଦେଶରେ ବଢୁଥିବା ବେକାରୀ ସମସ୍ୟାର ସମାଧାନ ସହ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ବିରୋଧରେ ଭାରତ ବନ୍ଦ ଡାକରା ଦିଆ ଯାଇଛି ବୋଲି ଅଖିଳ ଭାରତୀୟ କିସାନ ମଜଦୁର ସଭା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଜାଲିକା ପ୍ରକାଶ କରିଛନ୍ତି। ସନ୍ତୋଷ ଗରଡିଆ, ଗଣେଶ ଜାକେସିକା, ଲବ ଗରଡିଆ, ନରେଶ ସୁନା, ରମାକାନ୍ତ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ