।। ଅଂଶୁଘାତ ରେ ଦାଦନ ଶ୍ରମିକ ଙ୍କ ଶୋଚନୀୟ ମୃତ୍ୟୁ,ଚାରୋଟି ଅସହାୟ ଛୋଟ ସନ୍ତାନ ଙ୍କୁ ସହାୟତା ଦାବି ।।

Apr 25, 2024 - 17:23
 0  41
।। ଅଂଶୁଘାତ ରେ  ଦାଦନ ଶ୍ରମିକ ଙ୍କ ଶୋଚନୀୟ ମୃତ୍ୟୁ,ଚାରୋଟି ଅସହାୟ ଛୋଟ ସନ୍ତାନ ଙ୍କୁ ସହାୟତା ଦାବି ।।

ବଲାଙ୍ଗୀର/ଟିଟିଲାଗଡ:ବଲାଙ୍ଗୀର ଜିଲ୍ଲା ଲାଠୋର ଗ୍ରାମ ର ବାବୁଲାଲ ଭୋଇ ନାମକ ଜଣେ ୩୫ ବର୍ଷୀୟ ବ୍ୟକ୍ତି ଙ୍କ ଗତ କାଲି ଅଂଶୁଘାତ ର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ଜଣା ଯାଇଛି ।ଗତ କାଲି ମଙ୍ଗଳବାର ଦିନ ଟିଟିଲାଗଡ ରେଳ ଷ୍ଟେସନ ରେ ଅପରାହ୍ନ ୪ ଟା ସମୟ ରେ ଗୁରୁତର ଅବସ୍ଥାରେ ପଡ଼ି ଥିବା ଦେଖା ଯାଇ ଥିଲା ।ରେଳ ଷ୍ଟେସନ ଜି ଆର ପି ପୋଲିସ କର୍ମଚାରୀ ତାଙ୍କୁ ଷ୍ଟେସନ ରୁ ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ରେ ଆଣି ପହଞ୍ଚେଇ ଥିବା ବେଳେ ପ୍ରାୟ ଏକ ଘଣ୍ଟା ପରେ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା ।ଖରାରେ ସେ ଟିଟିଲାଗଡ ସହର ର ଏକ କୋଠା ଘରେ କାମ କରି ତାଙ୍କ ଘର କୁ ଯିବା ପାଇଁ ଷ୍ଟେସନ ରେ ପହଞ୍ଚି ଥିଲେ ।ଅଂଶୁଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟି ଥିବା ବେଳେ ତାଙ୍କ ଚାରୋଟି ଛୋଟ ସନ୍ତାନ ଥିବା ଓ ସେ ରାଜ୍ୟ ତଥା ରାଜ୍ୟ ବାହାର କୁ ଦାଦନ ଖଟି ଯାଇଥାନ୍ତି ଓ ତାଙ୍କ ପରିବାର ଲୋକ ଙ୍କୁ କିଛି ସହାୟତା ପାଇଁ ପରିବାର ଲୋକେ ଦାବି କରିଛନ୍ତି ।ଏ ନେଇ ଜି ଆର ପି ପୋଲିସ ଏକ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପରେ ତାଙ୍କ ଶବ ହସ୍ତାନ୍ତର କରାଯିବ ବୋଲି ପ୍ରକାଶ କରିଛନ୍ତି ।

ଟିଟିଲାଗଡ ରୁ ବ୍ୟୁରୋ ଚିପ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ