୬୦ କେଜି ଗଞ୍ଜେଇ ଜବତ:ମାମଲାରେ ଫେରାର ଅଭିଯୁକ୍ତ ଗିରଫ

Sep 9, 2026 - 06:44
 0  4
୬୦ କେଜି ଗଞ୍ଜେଇ ଜବତ:ମାମଲାରେ ଫେରାର ଅଭିଯୁକ୍ତ ଗିରଫ

୬୦ କେଜି ଗଞ୍ଜେଇ ଜବତ ମାମଲାରେ ଦୀର୍ଘଦିନ ଧରି ଫେରାର ଥିବା ଜଣେ ଅଭିଯୁକ୍ତଙ୍କୁ ପାଡୁଆ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପାଡୁଆ ଥାନା ଅନ୍ତର୍ଗତ ରେଡିଙ୍ଗି ଗ୍ରାମର ଦେବେନ୍ଦ୍ର କାମିଡି ଓରଫ କାମୁଡି (୨୮)। ପୁଲିସ ସୂଚନାନୁଯାୟୀ, ଖିଲପୁଟ ଗ୍ରାମ ନିକଟରୁ ୬୦ କେଜି ଗଞ୍ଜେଇ ଜବତ ଘଟଣାକୁ ନେଇ ପାଡୁଆ ଥାନାରେ ୨୦୨୧ ଡିସେମ୍ବର ୧୧ରେ କେସ୍‌ ନଂ. ୯୩/୨୦୨୧ ରୁଜୁ ହୋଇଥିଲା। ଏଥିରେ ଏନ୍‌ଡିପିଏସ୍‌ ଆଇନର ଧାରା ୨୦(ବି)(ii)(ସି)/୨୯ ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ମାମଲାରେ ଫେରାର ଥିବା ଦେବେନ୍ଦ୍ରଙ୍କୁ ମଙ୍ଗଳବାର ପୁଲିସ ଗିରଫ କରିବା ପରେ ଆଇନାନୁଯାୟୀ ଅଦାଲତକୁ ପଠାଇଥିବା ପାଡୁଆ ଥାନା ଅଧିକାରୀ ଟୁନା ପିଡ଼ିକା ସୂଚନା ଦେଇଛନ୍ତି। ନନ୍ଦପୁର ରୁ ଶଙ୍କର ପାଙ୍ଗି ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ