୨ ବାଇକ ମୁହାଁମୁହିଁ ଧକ୍କା ହେବାରୁ ୨ ଗୁରୁତର ହୋଇ ମେଡିକାଲ ଭର୍ତ୍ତି

Sep 21, 2024 - 19:33
 0  6
୨ ବାଇକ ମୁହାଁମୁହିଁ ଧକ୍କା ହେବାରୁ ୨ ଗୁରୁତର  ହୋଇ ମେଡିକାଲ ଭର୍ତ୍ତି

ପାଟଣା ୨ ବାଇକ ମୁହାଁମୁହିଁ ଧକ୍କାରେ ୨ ବାଇକ ଚାଳକ ଗୁରୁତର ହୋଇ ଛନ୍ତି। ସୂଚନା ଅନୁଯାୟୀ ଆଜି ଅପରାହ୍ନ ରେ ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ନିକଟରେ ରାସ୍ତାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣ ଯୁବକ ଗୁରୁତର ହୋଇଛନ୍ତି।ଗୁରୁତର ଯୁବକ ଜଣଙ୍କ ହେଲେ ଆନନ୍ଦପୁର ଥାନା ଅଞ୍ଚଳ ପଣସଡ଼ିହାର ଅରବିନ୍ଦ ନାଏକ,ଓ ଅନ୍ୟ ଜଣଙ୍କ ହେଲେ ଘଟଗାଁ ଥାନା ଅଞ୍ଚଳ ତଣ୍ଡୋ ଗ୍ରାମର ସୌରଭ ନାଏକ(୨୫) ବୋଲି ଜଣାପଡିଛି।ସୌରଭ ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଓ ସେ ରକ୍ତ ବାନ୍ତି କରୁଛନ୍ତି।ପଣସଡ଼ିହା ର ଯୁବକ ଜଣକ ଭୀମକୁଣ୍ଡ ହୋଇ ଘଟଗାଁ ଯାଉଥିବା ବେଳେ ସୌରଭ ଡୁମୁରିଆ ର ତୋଣ୍ଡ ଗ୍ରାମ ରୁ ଫେରୁଥିଲେ।ଉଭୟ ଗୁରୁତର ଙ୍କୁ ପ୍ରଥମେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ସେଠାରେ ଦୁଇ ଜଣଙ୍କର ଅଧିକ ଗୁରୁତର ହେବାରୁ ତାଙ୍କୁ ଡାକ୍ତର କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଛନ୍ତି ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ