ହସ୍ତେ ରୁଆ ଫେସବୁକ୍ ଗ୍ରୁପ୍ ପକ୍ଷରୁ ଜନ୍ମାଷ୍ଟମୀ ପ୍ରତିଯୋଗିତା
ଗତ ଛଅ ବର୍ଷ ଧରି ‘ହସ୍ତେ ରୁଆ’ ଫେସବୁକ୍ ଗ୍ରୁପ୍ ପକ୍ଷରୁ ଜନ୍ମାଷ୍ଟମୀ ଅବସରରେ ରାଧାକୃଷ୍ଣ ପ୍ରତିଯୋଗିତା ଆୟୋଜନ କରାଯାଇଆସୁଛି। ଚଳିତ ବର୍ଷ ମଧ୍ୟ ଏହି ପରମ୍ପରାକୁ ଜାରି ରଖି ଜାତୀୟ ସ୍ତରରେ ଶିଶୁମାନଙ୍କୁ ନେଇ ଜନ୍ମାଷ୍ଟମୀ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତିଯୋଗିତାରେ ଉମରକୋଟର ଶିଶୁମାନେ ମଧ୍ୟ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଏଥିରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଶିଶୁମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ସ୍ଥାନୀୟ ପେଣ୍ଡ୍ରାଣି ମନ୍ଦିର ପରିସରରେ ମହାସମାରୋହରେ ଏହି ଉତ୍ସବ ପାଳନ କରାଯାଇଥିଲା। ଧାର୍ମିକ ଭାବାବେଗ ଓ ଉତ୍ସାହରେ ପରିବେଶ ମୁଖରିତ ହୋଇଉଠିଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ରାମନାଥ ତ୍ରିପାଠୀ, ଶ୍ରୀ ବିଷ୍ଣୁ ପ୍ରସାଦ ଖାଡଙ୍ଗା,ଶ୍ରୀ ପେଣ୍ଡ୍ରା ପ୍ରସାଦ ମିଶ୍ର, ଶ୍ରୀ ଦିଲୀପ ବଡ଼ାତ୍ୟା, ଶ୍ରୀ ରବିନ୍ଦ୍ର ପାଣିଗ୍ରାହୀ, ଅଞ୍ଜଳି ପଣ୍ଡା, ସ୍ଵର୍ଣ୍ଣ ମିଶ୍ର, ହେମନ୍ତ ପାତ୍ର, ସଂତୋଷ ନାୟକ, ପ୍ରମୋଦ ସତପଥି, ସିପ୍ରା ସମେତ ଅନ୍ୟାନ୍ୟ ଅତିଥି ଓ ଗଣମାନ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ। ‘ହସ୍ତେ ରୁଆ’ ଫେସବୁକ୍ ଗ୍ରୁପ୍ର ଏଭଳି ପ୍ରୟାସ ଶିଶୁମାନଙ୍କ ମଧ୍ୟରେ ଧାର୍ମିକ ଓ ସାଂସ୍କୃତିକ ଚେତନା ବୃଦ୍ଧି କରିବା ସହ ସେମାନଙ୍କ ପ୍ରତିଭାକୁ ଉତ୍ସାହିତ କରୁଛି ବୋଲି ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0