ସୋନପୁର ଗ୍ରାମରେ ଦୁଇଟି SHG ମହିଳା ସଂଘ ବେଆଇନ ବିଦେଶୀ ମହୁଲି ମଦ ବିକ୍ରି ବନ୍ଦ୍ ପାଇଁ ଅଣ୍ଟା ଭିଡ଼ିଲେ। ମହୁଲି ମଦ ଭାଟି ଭଙ୍ଗା ନହେଲେ ଦାରିଙ୍ଗବାଡ଼ି ଥାନା ଘେରାଉ କରିବୁ ବୋଲି ଚେତାବନୀ ଗ୍ରାମବାସି
ଦାରିଙ୍ଗବାଡ଼ି:୩୧/୭(ସଲମନ୍ ବିନ୍ଧାଣୀ)କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସୋନପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୋନପୁର ଗ୍ରାମରେ ଦିନକୁ ଦିନ ବୃଦ୍ଧି ପାଉଥିବା ବେଆଇନ ବିଦେଶୀ ମହୁଲି ମଦ କାରବାର ବିରୋଧରେ ଏବେ ଗ୍ରାମର SHG ମହିଳା ଦୁଇଟି ସଂଘ ଆଜି ସଂଗଠିତ ହୋଇ ସ୍ୱର ଉତ୍ତୋଳନ କରିଛନ୍ତି। ଗ୍ରାମାଞ୍ଚଳରେ ମଦର ବିଷାକ୍ତ ପ୍ରଭାବରୁ ପରିବାରଗୁଡ଼ିକୁ ବଞ୍ଚାଇବା ଏବଂ ଗାଁରେ ଶାନ୍ତିପୂର୍ଣ୍ଣ ପରିବେଶ ଫେରାଇ ଆଣିବା ପାଇଁ ମହିଳାମାନେ ଅଣ୍ଟା ଭିଡ଼ି ଆଗକୁ ଆସିଛନ୍ତି।ସୋନପୁର ଗ୍ରାମରେ ବେଆଇନ ଭାବେ ଚାଲିଥିବା ବିଦେଶୀ ମହୁଲି ମଦ ଭାଟି ଓ କାରବାର ଯୋଗୁଁ ବିଶେଷ କରି ଯୁବପିଢ଼ି ସ୍କୁଲ ଛାତ୍ରୀମାନଙ୍କୁ ନିଶା ଦ୍ରବ୍ୟରେ କରି ଅପ ବ୍ୟବହାର ଦେଖାଉଛନ୍ତି ବା କମେଟ୍ ମାରୁଛନ୍ତି ଓ ଚାଷୀମାନେ ନିଶାସକ୍ତ ହୋଇ ନିଜର ସଂସାର ଛାରଖାର କରୁଛନ୍ତି। ଏହାଦ୍ୱାରା ନିୟମିତ ପାରିବାରିକ କଳହ, ଗଣ୍ଡଗୋଳ ଏବଂ ଗ୍ରାମର ଶାନ୍ତିଶୃଙ୍ଖଳା ଭଙ୍ଗ ହେଉଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସୋନପୁର ଗ୍ରାମର SHG ମହିଳା ସଂଘ ଓ ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ଏକାଠି ହୋଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମହିଳା ମାନଙ୍କ କହିବା ଅନୁଯାୟୀ, ଦୀର୍ଘ ଛଅ ବର୍ଷ ହେବ ଏମିତି ବେଆଇନ ଭାବରେ କିଛି ଲୋକ ମହୁଲି ମଦ ବିକ୍ରି କରୁଛନ୍ତି। ଏଥି ପ୍ରତି ପୋଲିସ ପ୍ରଶାସନ ଜଣାଇଥିଲୁ କିନ୍ତୁ ପୋଲିସ ଆସିକି ଭାଟି ଭାଙ୍ଗୁଛନ୍ତି ଲୋକ କୁ ମଧ୍ୟ ଥାନାକୁ ନେଇକି ଯାଉଛନ୍ତି କିନ୍ତୁ ପୋଲିସ ତାଙ୍କୁ ଛାଡିଲେ ପୁଣି ରାନ୍ଧୁଛନ୍ତି। ଏଣୁ ଏଥି ପ୍ରତି ପୋଲିସ ପ୍ରଶାସନ ଜାଣିଥିଲେ ମଧ୍ୟ ତାଙ୍କ ଉପରେ କିଛି ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ମହିଳା ମାନେ ଅଭିଯୋଗ କରିଛନ୍ତି।ବେଆଇନ ମହୁଲି ମଦ ଆଡ୍ଡା ଉପରେ ତୁରନ୍ତ ଚଢ଼ାଉ କରି ଏହାକୁ ସମ୍ପୂର୍ଣ୍ଣ ଭାଙ୍ଗିବା ପାଇଁ ଉକ୍ତ ଗାଁ ର ଶୈଳ ଦଣ୍ଡସେନା,ଗେଲେଇ ଦଣ୍ଡସେନା,ସରସ୍ବତୀ ଦଣ୍ଡସେନା,ଦେବକୀ ପୂଜାରୀ,ସଳିତା ମହାକୁଣ୍ଡ,ବିନିତା ବେହେରଦଳାଇ ସମେତ ଗ୍ରାମର ସମସ୍ତ ମହିଳା ପୁରୁଷ ମାନେ ଦୃଢ଼ ଦାବି କରିଛନ୍ତି ।ଏ ନେଇ ଦାରିଙ୍ଗବାଡ଼ି ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କୁ ଫୋନ ମାଧ୍ଯରେ ପଚାରିବାରୁ କହିଲେ ଯେ, ଆମେ ୩ ଥର ସୋନପୁର ଗ୍ରାମକୁ ଯାଇ ବେଆଇନ ମଦ ଭାଟି ଭାଙ୍ଗିବା ସହ, ଚଢ଼ାଉ କରିଛୁ କିନ୍ତୁ ବର୍ତ୍ତମାନ ମଧ୍ୟ ସେହିଭଳି ଚୋରା ମଦ ବିକ୍ରି ହଉଚି ତେବେ ଆମେ ଯାଇକି ନିଶ୍ଚିତ ଭାବରେ ଚଢ଼ାଉ କରିବୁ ବୋଲି କହିଛନ୍ତି ।ଉକ୍ତ ଗ୍ରାମର ଶତାଧିକ ମହିଳା ପୁରୁଷ ଦାବି କରିଛନ୍ତି ଯେ, ଯଦି ଆଗାମୀ ଦିନ ମାନଙ୍କରେ ଏହି ବେଆଇନ ମଦ ବିକ୍ରୟ କାରୀଙ୍କ ଉପରେ ଯଦି ଚଢ଼ାଉ କରା ନ ଯାଏ ତେବେ ଦାରିଙ୍ଗବାଡ଼ି ଥାନା ଘେରାଉ କରିବୁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମ ବାସୀ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0