।। ରେକର୍ଡ ଭାଙ୍ଗିଛି ରେଳ ରୋଜଗାର : ଚଳିତ ବର୍ଷରେ ଏତିକି କୋଟି ରାଜସ୍ୱ ସଂଗ୍ରହ , ମାଲ ପରିବହନରୁ ଆୟ ।।

Apr 18, 2023 - 15:30
 0  75
।। ରେକର୍ଡ ଭାଙ୍ଗିଛି ରେଳ ରୋଜଗାର : ଚଳିତ ବର୍ଷରେ ଏତିକି କୋଟି ରାଜସ୍ୱ ସଂଗ୍ରହ , ମାଲ ପରିବହନରୁ ଆୟ ।।

୨୦୨୨-୨୩ ଆର୍ଥିକ ବର୍ଷରେ ଭାରତୀୟ ରେଳ ବିଭାଗର ରୋଜଗାର ରେକର୍ଡ ସ୍ତର ପହଞ୍ଚିଛି । ଏହି ବର୍ଷରେ ରେଳବାଇର ଆୟ ୨.୪୦ ଲକ୍ଷ କୋଟି ଟଙ୍କା ଛୁଇଁଛି। ଗତ ଆର୍ଥିକ ବର୍ଷରେ ରେଳବାଇର ଆୟ ତୁଳନାରେ ଏହି ରୋଜଗାର ପ୍ରାୟ ୪୯,୦୦୦ କୋଟି ଟଙ୍କା ଅଧିକ ବୋଲି ଜଣାପଡିଛି । ରେଳ ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ଏକ ବିବୃତ୍ତି ଜାରି କରାଯାଇ ଏହି ସୂଚନା ଦିଆଯାଇଛି । ୨୦୨୨-୨୩ ବର୍ଷରେ ମାଲ ପରିବହନରୁ ଆୟ ମଧ୍ୟ ବୃଦ୍ଧି ପାଇଛି । ଏହି ରୋଜଗାର ୧.୬୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଯାହା ଗତ ବର୍ଷ ତୁଳନାରେ ପ୍ରାୟ ୧୫ ପ୍ରତିଶତ ଅଧିକ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଭାରତୀୟ ରେଳବାଇର ଯାତ୍ରୀ ରୋଜଗାରରେ ୬୧ ପ୍ରତିଶତ ୬୩,୩୦୦ କୋଟିରେ ପହଞ୍ଚିଛି। ଏହି ବିବୃତ୍ତିରେ କୁହାଯାଇଛି ଯେ ଏହି ଅର୍ଥ ଆଗାମୀ ୩ ବର୍ଷର ପେନ୍ସନ୍ ଖର୍ଚ୍ଚ ପୂରଣ କରିବାରେ ସକ୍ଷମ ହୋଇଛି। ବିବୃତ୍ତି ଅନୁଯାୟୀ, ସମସ୍ତ ରାଜସ୍ୱ ଖର୍ଚ୍ଚ ପୂରଣ କରିବା ପରେ ରେଳବାଇ ପୁଞ୍ଜି ବିନିଯୋଗ ହେତୁ ଆଭ୍ୟନ୍ତରୀଣ ଉତ୍ସରୁ ୩,୨୦୦ କୋଟି ଟଙ୍କା ଆୟ କରିଛି। ଏହି ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ ରୋଜଗାର ଦୃଷ୍ଟିରୁ ରେଳବାଇ ୨୦୨୧-୨୨ ମସିହାରେ ୩୯,୨୧୪ କୋଟି ଟଙ୍କା ଆୟ କରିଥିଲା । ରେଳ ସୁରକ୍ଷା ପାଣ୍ଠି ଅଧୀନରେ ୨୦୨୧-୨୨ ମଧ୍ୟରେ ୧୧,୧୦୫ କୋଟି ତୁଳନାରେ ୨୦୨୨-୨୩ ମଧ୍ୟରେ ୩୦,୦୦୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ