।। ରାଜ୍ୟ ସରକାରଙ୍କ ଶହେ ଦିନ ପୂର୍ତ୍ତି ଉପଲକ୍ଷେ ଜିଲାସ୍ତରୀୟ ବିକାଶ ମେଳା ଉଦ୍‌ଘାଟିତ ହୋଇଛି ।।

Sep 22, 2024 - 21:29
 0  15
।। ରାଜ୍ୟ ସରକାରଙ୍କ ଶହେ ଦିନ ପୂର୍ତ୍ତି ଉପଲକ୍ଷେ  ଜିଲାସ୍ତରୀୟ ବିକାଶ ମେଳା ଉଦ୍‌ଘାଟିତ ହୋଇଛି ।।

ନୂଆପଡା : ରାଜ୍ୟ ସରକାରଙ୍କ ଶହେ ଦିନ ପୂର୍ତ୍ତି ଉପଲକ୍ଷେ ମିନି ଷ୍ଟାଡିୟମ ନୂଆପଡ଼ାଠାରେ ଜିଲାସ୍ତରୀୟ ବିକାଶ ମେଳା ଶନିବାର ଉଦ୍‌ଘାଟିତ ହୋଇଯାଇଛି । ଏହା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଶ୍ରମ ଓ ନିୟୋଜନ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟଅତିଥ୍ ଭାବେ ଯୋଗଦେଇ ମେଳାର ଶୁଭ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ଯରେ ନୂଆପଡ଼ା ଜିଲାପାଳ ମଧୁସୂଦନ ଦାସ, ଏସ୍‌ପି ଗୁନ୍ଦାଳା ରେଡ୍ଡୀ ରାଘବେନ୍ଦ୍ର, କଳାହାଣ୍ଡି ଏମ୍ପି ମାଳବିକା କେଶରୀ ଦେଓ, ଖରିଆର ରୋଡ୍ ଏନ୍‌ଏସି ଅଧ୍ୟକ୍ଷା ସୋନିଆ ଜୈନ, ନୂଆପଡ଼ା ବିଧାୟକ ପ୍ରାର୍ଥୀ ଅଭିନନନ୍ଦନ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। ଉଦ୍‌ବୋଧନ ଦେଇ ମନ୍ତ୍ରୀ କହିଥିଲେ, କେନ୍ଦ୍ର ତଥା ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଛି । ଦାଦନ ଶ୍ରମିକର ମୂଳୋତ୍ପାଟନ ପାଇଁ ସରକାର ଫିଏମ୍ ଓ ସିଏମ୍ କୃଷକ ସମ୍ମାନ ନିଧୁ, ସୁଭଦ୍ରା ଯୋଜନାରେ ସହାୟତା ଦେଉଛନ୍ତି । ନିର୍ମାଣ ଶ୍ରମିକ ପରିବାରକୁ ସହାୟତାରେ ୫୦% ବୃଦ୍ଧି କରାଯାଇଛି। କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ କରି ସ୍ବାବଲମ୍ବୀ ହେବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରାଯାଉଛି। ଏମ୍ଏନ୍‌ଆଇଜିଏସ୍‌ରେ ଅଧିକରୁ ଅଧିକ କାମ ଯୋଗାଇବା ପାଇଁ ପ୍ରୟାସ ଚାଲିଛି। ଅନ୍ୟ ଜିଲ୍ଲା ତୁଳନାରେ ନୂଆପଡ଼ା ଜିଲାରେ ଶ୍ରମିକ ପଞ୍ଜିକରଣ ହାର କମ୍ ରହିଛି । ଆଶା, ଅଙ୍ଗନୱାଡି, ଦୋକାନୀ ଓ ଶ୍ରମିକ ଶ୍ରେଣୀର ସମସ୍ତେ କମ୍ପ୍ୟୁଟର କେନ୍ଦ୍ରକୁ ଯାଇ ପଞ୍ଜିକରଣ କରିପାରିବେ ବୋଲି କହିଥିଲେ l ଅନେକ ସ୍ଥାନରେ ଦଲାଲମାନେ ଶ୍ରମିକଙ୍କୁ ଶୋଷଣ କରୁଥିବା ଅଭିଯୋଗ ଆସିଥିଲା ଏପରି ଅଭିଯୋଗ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବରିଷ୍ଠ ସହାୟକ ବିଭୁଦତ୍ତ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l

ନୂଆପଡାରୁ ନିଶ୍ବନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ