ରାଜ୍ୟସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗନେବେ ପି ସିପୁର ର ୭ ଖେଳାଳି
ବାରିପଦା - ତା :-୦୪/୦୭/୨୦୨୬ ରିଖ - ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ୭୨ତମ କନିଷ୍ଠ ଦୌଡକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭ ଜଣ ଖେଳାଳି ମନୋନୀତ ହୋଇଛନ୍ତି I ବାରିପଦା ଷ୍ଟାଡିୟମରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଦେବ ତେଲେଙ୍ଗା, ଦେବାଶିଷ କୁଁଅର, ରାକେଶ ବେହେରା, ସଂଜିତ ସିଂହ, ସୁକୁଲ ହେମ୍ବ୍ରମ, ଆକାଶ କୁମାର ମହାନ୍ତ, ଗାଜ ଟୁଡୁ କୃତିତ୍ୱ ହାସଲ କରି ରାଜ୍ୟସ୍ତରରେ ଖେଳିବାର ସୁଯୋଗ ପାଇ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି I ଖବର ପାଇବା ପରେ ବିଦ୍ୟାଳୟରେ ଖୁସିର ଲହରୀ ଖେଳି ଯାଇଛି I ବିଦ୍ୟାଳୟ ପରିସରରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଛାତ୍ରାବାସରେ ରହି ସମସ୍ତେ ୮ମ ଶ୍ରେଣୀରେ ପାଠ ପଢୁଛନ୍ତି I ପ୍ରକାଶ ଥାଉକି ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଅତୀତରେ ଦୌଡ଼କୁଦ ସହ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ଓ ଜାତୀୟ ସ୍ତରରେ ଅଂଶଗ୍ରହଣ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି I ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅନୁଜା ମାଧୁରୀ ଦାସ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ, ଶିକ୍ଷକ/ଶିକ୍ଷୟତ୍ରୀ, କୋଚ ବିଷ୍ନୁପ୍ରିୟା ସାହୁ, ହଷ୍ଟେଲର କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ କୃତୀ ଖେଳାଳି ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟସ୍ତରରେ ସଫଳତା କାମନା କରିଛନ୍ତି I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0