।। ମାଡ଼ିବନ୍ଧା ସାନ୍ଦୁଲ ନଦୀ ପୋଲ ନିର୍ମାଣ ଶିଳାନ୍ୟାସର ୫ ମାସ ପରେବି କାର୍ଯ୍ୟଶୂନ ।।

Mar 25, 2024 - 05:57
 0  38
।। ମାଡ଼ିବନ୍ଧା ସାନ୍ଦୁଲ ନଦୀ ପୋଲ ନିର୍ମାଣ ଶିଳାନ୍ୟାସର ୫ ମାସ ପରେବି କାର୍ଯ୍ୟଶୂନ ।।

ଲାଞ୍ଜିଗଡ (1st ନ୍ୟୁଜ୍ ଓଡ଼ିଶା )କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜଗଡ଼ରୋଡ଼ ପଞ୍ଚାୟତ ସ୍ଥିତ ବହୁ ଚର୍ଚ୍ଚିତ ମାଡ଼ିବନ୍ଧା ସାନ୍ଦୁଲ ନଦୀ ପାଇଁ ଅନେକ ସମୟରେ ଅନେକ ଅସୁବିଧା ଭୋଗୁଥିଲେ ଅଞ୍ଚଳବାସି। ଏହାକୁ ନେଇ ସେମାନେ ବିଭିନ୍ନ ସମୟରେ ପଞ୍ଚାୟତ ତଥା ସ୍କୁଲ, କଲେଜ, ଡାକ୍ତରଖାନା, ଗମନାଗମନ ଦାବିରେ ବର୍ଷ ବର୍ଷ ଧରି ଦାବି କରିଆସୁଥିବା ବେଳେ କୌଣସି ସୁଫଳ ମିଳୁ ନ'ଥିଲା। ୬ନଂରାଜ୍ୟ ରାଜପଥର କିଡିଙ୍ଗ ଛକରୁ ମାଡ଼ିବନ୍ଧା, ମାହେଶ୍ୱରୀପୁର ଦେଇ ଲାଞ୍ଜିଗଡ଼ରୋଡ ଗ୍ରାମ ପଞ୍ଚାୟତକୁ ସଂଯୋଗ କରୁଥିବା ୩ କି.ମି ରାସ୍ତା ଶୋଚନୀୟ ହୋଇପଡ଼ିବା ସହିତ ସାନ୍ଦୁଲ ନଦୀରେ ସେତୁ ନିର୍ମାଣ ପାଇଁ ଆବଶ୍ୟକତା ରହିଥିବା ବେଳେ ଏହି ନଦୀ ପାଇଁ ଅଞ୍ଚଳବାସୀ ଭୋଟ ବର୍ଜନ ସହିତ ରାସ୍ତାରୋକ ମଧ୍ୟ କରିଥିଲେ। ତେବେ ପ୍ରଶାସନିକ ଅଧିକାରି ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାମଣା କରି ପ୍ରତିଶୃତି ଦେବାପରେ ରାସ୍ତାରୋକ ହଟିଥିଲା। ପ୍ରତିଶୃତିର କିଛି ମାସ ବ୍ୟବଧାନ ପରେବି ପ୍ରତିଶ୍ରୁତି ପୂରଣ ହୋଇନଥିଲା ଫଳରେ ଅଞ୍ଚଳବାସୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ବର୍ଜନ ପାଇଁ ନିଷ୍ପତି ନେଇଥିଲେ। ତେବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରି ମାଡିବନ୍ଧା ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ପରେ ଭୋଟ ବର୍ଜନ ବାତିଲ ହୋଇଥିଲା ଏବଂ କିଛି ମାସର ବ୍ୟବଧାନ ପରେ ସାନ୍ଦୁଲ ନଦୀରେ ପୋଲ ନିର୍ମାଣ ପାଇଁ ବିଧାୟକ ଶିଳାନ୍ୟାସ କରିଥିଲେ। ତେବେ ଶିଳାନ୍ୟାସ ହେଲା ପରେ ଅଞ୍ଚଳରେ ଗୋଟିଏ ପ୍ରକାର ଖୁସିର ଲହରୀ ଖେଳିଯାଇଥିଲା। କିନ୍ତୁ ପରିତାପର ବିଷୟ ଯେ'ଶିଳାନ୍ୟାସର ପାଞ୍ଚ ମାସ ପରେ ବି ଏବେ ଯାଏଁ କୌଣସି କାର୍ଯ୍ୟ ହୋଇପାରିନାହିଁ। ଏଠି ବଡ଼ ପ୍ରଶ୍ନ ଉଠୁଛି ଯେ'ଗୋଟିଏ ଶାସକ ଦଳର ବିଧାୟକ ପୋଲ ନିର୍ମାଣ ପାଇଁ ଶିଳାନ୍ୟାସ କରି ଏବେ ଯାଏଁ କୌଣସି କାର୍ଯ୍ୟ କରିପାରିନାହାନ୍ତି। ଏଥିରେ ସ୍ପଷ୍ଟ ଜଣାପଡୁଛି ଯେ'ଜଣେ ଅପାରଗତ ବିଧାୟକ ସହିତ ଅଞ୍ଚଳବାସୀଙ୍କୁ ମିଛ ପ୍ରତିଶୃତି ପାଇଁ ଭୁଆଁ ବୁଲାଉନାହାନ୍ତି ତ' ଫଳରେ ଶିଳାନ୍ୟାସର ଅନେକ ମାସ ଗଡି ଯାଇଥିଲେ ମଧ୍ୟ ଏବେ ଯାଏଁ କୌଣସି କାର୍ଯ୍ୟ ହୋଇ ନଥିବାରୁ ଅଞ୍ଚଳବାସୀଙ୍କ ମନରେ ବିଧାୟକଙ୍କ ପ୍ରତି ଆସ୍ତା ଓ ବିଶ୍ଵାସ ଧୀରେ ଧୀରେ କମିବାରେ ଲାଗିଛି। ଲାଞ୍ଜିଗଡ଼ ବିଧାୟକଙ୍କ ଏହି ମିଛ ପ୍ରତିଶୃତି ଆଗାମୀ ସାଧାରଣ ନିର୍ବାଚନରେ ମହଙ୍ଗା ପଡ଼ି ପାରେ ବୋଲି ବିଭିନ୍ନ ଅନୁଷ୍ଠାନ ସହିତ ଚା ଖଟିରେ ମଧ୍ୟ ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ତେବେ ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ବିଧାୟକ ଅଞ୍ଚଳବାସୀଙ୍କ ମନ କେମିତି ଜିଣିବା ପାଇଁ ଏକ ମିଛ ଶିଳାନ୍ୟାସର ନାଟକ କରିନାହାନ୍ତି ତ' କିନ୍ତୁ ଏହି ମିଛ ପ୍ରତିଶୃତି ଲାଞ୍ଜିଗଡ଼ ବିଧାୟକଙ୍କୁ ଅଡୁଆରେ ପକେଇ ପାରେ ବୋଲି ଏବେ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ହେଉଛି।ଏ ସମ୍ପର୍କରେ ଆମେ ଲାଞ୍ଜିଗଡ଼ ବିଧାୟକଙ୍କୁ ଫୋନ ଯୋଗେ ପଚାରିବାରୁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇ ସାରିଛି କିନ୍ତୁ ଠିକାଦାର ଆଜି କାଲି କହି କାର୍ଯ୍ୟ କରୁନାହାନ୍ତି। ସେ ଯଦି କାର୍ଯ୍ୟ ନ'କରେ ତାହାହେଲେ ଅନ୍ୟ ଲୋକଙ୍କୁ ଟେଣ୍ଡର ଦିଆଯିବ ଓ ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି। ତେବେ ଦେଖିବାକୁ ବାକି ରହିଲା କେବେ କାର୍ଯ୍ୟ ଆରମ୍ଭ କରି ଅଞ୍ଚଳଙ୍କ ଦୀର୍ଘ ୩୫ ବର୍ଷର ସ୍ବପ୍ନ ପୂରଣ କରୁଛନ୍ତି ଲାଞ୍ଜିଗଡ ବିଧାୟକ।

 ଲଞ୍ଜିଗଡ ରୁ ସାଗର୍ ବେନାଲ୍ ଙ୍କ ରିପୋର୍ଟ 1st ନ୍ୟୁଜ୍ ଓଡ଼ିଶା |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ