ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ପୋଷ୍ୟ ଗ୍ରାମଗୁଡିକରେ କୃତ୍ରିମ ବୁଦ୍ଧିମତା ଆଧାରିତ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

Sep 4, 2026 - 19:11
 0  9
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ପୋଷ୍ୟ ଗ୍ରାମଗୁଡିକରେ କୃତ୍ରିମ ବୁଦ୍ଧିମତା ଆଧାରିତ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ  ଆୟୋଜିତ

‎ ‎ବାରିପଦା, ୨ ସେପ୍ଟେମ୍ବର: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପୋଷ୍ୟ ଗ୍ରାମଗୁଡ଼ିକର ଗ୍ରାମୀଣ ଜନସାଧାରଣଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ 'ସୁସ୍ଥ ଗ୍ରାମୀଣ ସମୁଦାୟ ପାଇଁ କୃତ୍ରିମ ବୁଦ୍ଧିମତା ଆଧାରିତ ସ୍ଵାସ୍ଥ୍ୟସେବା' ବିଷୟବସ୍ତୁ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ପିଏମ୍-ଉଷା, ଉନ୍ନତ ଭାରତ ଅଭିଯାନ ଓ ତୋଷାଳୀ ଇ-କ୍ଲିନିକ୍ ପ୍ରାୟୋଜକ ସଂସ୍ଥାର ସହଯୋଗରେ ଆୟୋଜିତ ହୋଇଥିଲା। ‎ଏହି ସଚେତନତା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା କୃତ୍ରିମ ବୁଦ୍ଧିମତ୍ତା ମାଧ୍ୟମରେ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟସେବାକୁ କିପରି ଅଧିକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ କରାଯାଇପାରିବ ସେ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା। କାର୍ଯ୍ୟକ୍ରମରେ AI ଆଧାରିତ ସ୍ୱାସ୍ଥ୍ୟ ପରୀକ୍ଷା, ରୋଗର ପ୍ରାରମ୍ଭିକ ଚିହ୍ନଟ, ଡିଜିଟାଲ ସ୍ୱାସ୍ଥ୍ୟ ପରାମର୍ଶ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନାର ସଠିକ୍ ବ୍ୟବହାର ବିଷୟରେ ଆଲୋଚନା କରାଯାଇଥିଲା। ‎ ‎ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ବାରିପଦା ବ୍ଲକ୍ ଅନ୍ତର୍ଗତ ପୋଷ୍ୟ ଗ୍ରାମଗୁଡ଼ିକ ଯଥା- ଲକ୍ଷ୍ମୀପୋଷି ପଞ୍ଚାୟତର ହଦହଦୀ, ରଜାବସା ପଞ୍ଚାୟତର ନଦୀ ଗାଁ ଓ ବୁଢ଼ିଖମାରୀ ପଞ୍ଚାୟତର ବୁଢ଼ିଖମାରୀ ଗାଁରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ଉଦ୍‌ଘାଟନ କରିଥିଲେ। ସଭାରେ ଟେକ୍ ଏଆଇର ତଥା ତୋଷାଳୀ ଇ-କ୍ଲିନିକ୍ ର ପ୍ରତିଷ୍ଠାତା ଡକ୍ଟର ଶେଷ କିଷନ ଏବଂ ବିଶ୍ଵବିଦ୍ୟାଳୟର ଉନ୍ନତ ଭାରତ ଅଭିଯାନର ସଂଯୋଜକ ପ୍ରଫେସର ସୁକାନ୍ତ କୁମାର ନାୟକ ଓ ସହ ସଂଯୋଜକ ଡକ୍ଟର ସୁଜୟ କୁଣ୍ଡୁ ଯୋଗଦାନ ଦେଇଥିଲେ। କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ନିମନ୍ତେ ଉପରୋକ୍ତ ପଞ୍ଚାୟତର ସରପଞ୍ଚ, ୱାର୍ଡ଼ ମେମ୍ବର ଓ ଗ୍ରାମବାସୀ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର ଦୂର ଓ ଅନଲାଇନ୍ ଶିକ୍ଷା କେନ୍ଦ୍ରର ଅଧ୍ୟାପକ-ଅଧ୍ୟାପିକା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶେଷରେ ଲକ୍ଷ୍ମୀପୋଷି ପଞ୍ଚାୟତର ସରପଞ୍ଚ ଧନ୍ୟବାଦ ଅର୍ପଣ କରିଥିଲେ। ‎ ‎ମାନ୍ୟବର କୁଳପତି ଉଦ୍‌ଘାଟନୀ ଭାଷଣରେ ଗ୍ରାମୀଣ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ବିଶ୍ୱବିଦ୍ୟାଳୟ ଏବଂ ବିଭିନ୍ନ ସଂସ୍ଥାର ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏହାସହିତ ଗ୍ରାମର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ବିଶ୍ଵବିଦ୍ୟାଳୟ ଯଥାସମ୍ଭବ ପ୍ରୟାସ କରିବ ବୋଲି ଅଭିଭାଷଣରେ ପ୍ରକାଶ କରିଥିଲେ।  ବିଶେଷକରି ଗ୍ରାମୀଣ ଅଞ୍ଚଳରେ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ସେବନର କୁପରିଣାମ ସମ୍ପର୍କରେ ସଚେତନ କରିବା ସହିତ ସ୍ୱାସ୍ଥ୍ୟ ସେବାର ପହଞ୍ଚ, ପ୍ରାଥମିକ ଚିକିତ୍ସା, ରୋଗ ପ୍ରତିରୋଧ ଏବଂ ସରକାରୀ ସ୍ୱାସ୍ଥ୍ୟ ସୁବିଧା ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା। ଡକ୍ଟର ଶେଷକିଷନ ତାଙ୍କ ଅଭିଭାଷଣରେ  AI ଆଧାରିତ ସ୍ୱାସ୍ଥ୍ୟ ପରୀକ୍ଷା, ରୋଗର ପ୍ରାରମ୍ଭିକ ଚିହ୍ନଟ, ଡିଜିଟାଲ ସ୍ୱାସ୍ଥ୍ୟ ପରାମର୍ଶ ଏବଂ ପ୍ରେସ୍କ୍ରିପସନ୍ ମାନ୍ୟତା ପ୍ରାପ୍ତ ଡାକ୍ତରଠାରୁ ଗ୍ରହଣ କରି ଔଷଧ ସେବନ କରିହେବ ତାହା କହିଥିଲେ। ପ୍ରଫେସର ସୁକାନ୍ତ କୁମାର ନାୟକ ଉନ୍ନତ ଭାରତ ଅଭିଯାନ ଅଧୀନରେ ଗ୍ରାମ ଉନ୍ନୟନ ଓ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ‎ ‎ଏହି କାର୍ଯ୍ୟକ୍ରମ ଗ୍ରାମବାସୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବା ସହିତ ସ୍ୱାସ୍ଥ୍ୟସେବାକୁ ଅଧିକ ସୁବିଧାଜନକ ଓ ସହଜ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚିତ ହୋଇଛି। ‎

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ