ମନରେଗା ଯୋଜନାର ଆର୍ଥିକ ସହାୟତା ରାଶି ନ ମିଳିବା ଯୋଗୁଁ ଅଧାରୁ ରହିଲା ଆବାସ ଗୃହ
ଦାରିଙ୍ଗବାଡି ୨୨/୬/୦୨୬(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା)୨୦୨୧-୨୨ ଆର୍ଥିକ ବର୍ଷରେ ଦିଆଯାଇଥିବା ଆବାସ ଗୃହ ନିର୍ମାଣ ସଂପୂର୍ଣ୍ଣ ପରେ ବି ଆବାସ ଗୃହ ନିର୍ମାଣ ପାଇଁ ଯେଉଁ ମନରେଗା ଯୋଜନାରେ ଆର୍ଥିକ ସହାୟତା ହିତାଧିକାରୀ ପାଇବା କଥା ତାହା ହିତାଧିକାରୀ ପାଇପାରୁନାହାନ୍ତି I ଏପରି ଅଭିଯୋଗ କରିଛନ୍ତି ସୋନପୁର ପଞ୍ଚାୟତ ଅନ୍ତର୍ଗତ ଗାହାକିଆ ଗ୍ରାମର ସୁବଦ ସିଂ ସେ ଆର୍ଥିକ ଅବସ୍ଥା ଶୋଚନ୍ୟ ଥିବା ସତ୍ବେ ବି ଧାର ଉଦାର କରି ଆବାସ ଗୃହ ନିର୍ମାଣ କରିଲେ ହେଲେ ପ୍ଲାଷ୍ଟର କାମ ପାଇଁ ଅର୍ଥ ଅଭାବ ଯୋଗୁଁ ଅଧା ପନ୍ତରୀୟା ରହିଯାଇଛି ଘର ଆଉ ସମ୍ପୂର୍ଣ୍ଣ କରିବା ପାଇଁ ମନରେଗା ଯୋଜନାରେ ମିଳୁଥିବା ଅନୁଦାନ ଅପେକ୍ଷାରେ ଥିଲେ ମିଳୁନି ସରକାରୀ ସହାୟତା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଯାଇ ପଚାରିଲେ କହୁଛନ୍ତି ତମ ଟଙ୍କା ଦୁଇଜଣ ଙ୍କ ବ୍ୟାଙ୍କ୍ ଖାତାକୁ ଯାଇଛି ଏହାର ତଦନ୍ତ ପରେ ଜଣାପଡ଼ିଛି ଗାଁ ର ଦୁଇଜଣ ଙ୍କ ବ୍ୟାଙ୍କ୍ ଖାତାକୁ ଟଙ୍କା ଯାଇଛି ସେମାନଙ୍କୁ ହିତାଧିକାରୀ ମାଗିଲେ ଆମର ଟଙ୍କା ଆମେ ଦବୁନି କହୁଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ ସୁବଦ ସିଂ ଏଟି ପ୍ରଶ୍ନ ଉଠୁଛି ହିତାଧିକାରୀ ଙ୍କ ବ୍ୟାଙ୍କ୍ ଖାତାରେ ଟଙ୍କା ଜମା ନ ହୋଈ ଅନ୍ୟ ମାନଙ୍କ ଖାତାକୁ କେମିତି ଗଲା ଟଙ୍କା ଏମାନଙ୍କ ବ୍ୟାଙ୍କ୍ ଖାତାରେ ଟଙ୍କା ଜମା କରାଇବା ପାଇଁ ଏମାନଙ୍କ ବ୍ୟାଙ୍କ୍ ଖାତା ନମ୍ବର୍ କିଏ ଦେଇଥିଲେ ଗାଁ ସାଥିଙ୍କୁ ପଚାରିଲେ କହୁଛନ୍ତି କେଉଁ କରଣ ରୁ ଏମିତି ଭୁଲ୍ ହେଇଛି ମୁ ଜାଣିନି ତେବେ ଏହାର ବିକଳ୍ପ ପନ୍ଥା କଣ କରାଯାଇ ପାରିହେବ ଏହାର ସଠିକ୍ ତଦନ୍ତ କରି ମୋର ମନରେଗା ଯୋଜନାର ଟଙ୍କା ଫେରସ୍ତ ଆଣିବାର କରିଦିଅନ୍ତୁ ବ୍ଲକ୍ ପ୍ରଶାସନ ବୋଲି ଅଭିଯୋଗ କରିଛନ୍ତି ସୁବଦ ସିଂ I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0