।। ବ୍ଳକ କାର୍ଯ୍ୟାଳୟର ଫାଟକ ମରାମତି ବେଳେ ସଟ୍ ସର୍କିଟ, ଆହତ ଦୁଇ ମିସ୍ତ୍ରୀଙ୍କୁ ଜିଲ୍ଲା ସଦର ମହକୁମାକୁ ସ୍ଥାନାନ୍ତର ।।

Sep 26, 2024 - 19:59
 0  206
।। ବ୍ଳକ କାର୍ଯ୍ୟାଳୟର ଫାଟକ ମରାମତି ବେଳେ ସଟ୍ ସର୍କିଟ, ଆହତ ଦୁଇ ମିସ୍ତ୍ରୀଙ୍କୁ  ଜିଲ୍ଲା ସଦର ମହକୁମାକୁ ସ୍ଥାନାନ୍ତର  ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ କାର୍ଯ୍ୟାଳୟର ମୁଖ୍ୟ ଫାଟକ ମରାମତି ବେଳେ ଦୁଇଜଣ ଷ୍ଟିଲ ଗେଟ୍ ମିସ୍ତ୍ରୀ ଦୁର୍ଘଟଣାର ଶୀକାର ହୋଇଛନ୍ତି। ମରାମତି ବେଳେ ସଟ୍ ସର୍କିଟ ହେବା ଫଳରେ ବିଦ୍ୟୁତ୍ ଆଘାତ ପାଇ ପ୍ରାୟ ୧୦ ଫୁଟ ଉଚ୍ଚରୁ ତଳେ ପଡି ଯାଇଥିଲେ। ମିସ୍ତ୍ରୀ ଦୁଇ ଜଣ ବାହାର ରାଜ୍ୟର ବୋଲି ଜଣାପଡିଛି।‌ତଳେ ପଡିଯିବା ଯୋଗୁଁ ଦୁଇଜଣଙ୍କ ଗୋଡ ଭାଙ୍ଗି ଯାଇଥିବା ଓ ମୁଣ୍ଡରେ ଆଘାତ ଲାଗିଥିବା ଜଣାଯାଏ ! ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ସଦର ମହକୁମା ଭବାନୀପାଟଣା ମୂଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ଜଣାପଡିଛି। ତେବେ ଠିକାଦାର ଜଣକ କାର୍ଯ୍ୟରେ ନିୟୋଜିତ କରିଥିବା ମିସ୍ତ୍ରୀ ଦ୍ଵୟଙ୍କୁ ସୁରକ୍ଷା ଉପକରଣ କାହିଁକି ଯୋଗାଇ ଦେଇ ନ ଥିଲେ ତାହା ତଦନ୍ତ ସାପେକ୍ଷ। ଏଭଳି ଦକ୍ଷତା ସମ୍ପନ୍ନ କୁଶଳୀ ଶ୍ରମିକ ଜିଲ୍ଲାରେ ନ ଥିବା ଯୋଗୁଁ ବାହାର ରାଜ୍ୟରୁ ମିସ୍ତ୍ରୀ ଆଣି କାମରେ ଲଗାଯାଇଥାଏ। ତେବେ ସରକାର ସ୍କିଲ୍ ଡେଭଲପମେଣ୍ଟ ପାଇଁ ଏଠାକାର ଯୁବକ ଯୁବତୀ ମାନଙ୍କୁ ତାଲିମ ଦିଆ ଯାଉଥିବାର ମିଥ୍ୟା ଡିଣ୍ଡିମ ପିଟୁଥିବା ଏହି ଘଟଣାରୁ ସ୍ପଷ୍ଟ ଜଣାପଡ଼େ। ଉଭୟ ମିସ୍ତ୍ରୀ ପେଟପାଟଣା ପାଇଁ ବାହାର ରାଜ୍ୟରୁ ଆସିଥିବା ବେଳେ ତାଙ୍କର ଉପଯୁକ୍ତ ଚିକିତ୍ସା ପାଇଁ ସାଧାରଣରେ ଦାବି ହେଉଛି।

 ଥୁଆମୂଳ ରାମପୁର ବ୍ଳକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ