।। ବେନଗାଁ ବି.ଏଫ୍.ଟି. ଭକ୍ତ ବାଗଙ୍କ ନାମରେ ସଂଗୀନ ଅଭିଯୋଗ ।।ସାନ ଖାଲଗୁଡା ଗାଁରେ ରାସ୍ତା ନିର୍ମାଣ ପାଇଁ ୩ ହଜାର ଲାଞ୍ଚ କାରବାର ।।

Jan 5, 2024 - 16:42
 0  3
।। ବେନଗାଁ ବି.ଏଫ୍.ଟି. ଭକ୍ତ ବାଗଙ୍କ ନାମରେ ସଂଗୀନ ଅଭିଯୋଗ ।।ସାନ ଖାଲଗୁଡା ଗାଁରେ ରାସ୍ତା ନିର୍ମାଣ ପାଇଁ ୩ ହଜାର ଲାଞ୍ଚ କାରବାର ।।

ଲାଞ୍ଚ ନେଲା ପରେ ଧରା ଛୁଆଁ ଦେଉନି ବି ଏଫ୍ ଟି : ଗ୍ରାମବାସୀ ଲାଞ୍ଜିଗଡ଼,(ଖବର ): ସ୍ୱାଧୀନତା ର ୭୫ ବର୍ଷ ପରେବି ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି ଲୋକେ। ଏହିଭଳି ଗାଁ ହେଉଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ସାନ ଖାଲଗୁଡା ଗାଁ। ଏହି ଗାଁରେ ଦୀର୍ଘ ବର୍ଷରୁ ହେଲା ବସବାସ କରି ଆସୁଛନ୍ତି ଆଦିବାସୀ ସମ୍ପ୍ରଦାୟର ୧୨ ଗୋଟି ପରିବାର। ହେଲେ ଏମାନଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଓ ଗମନା ଗମନ ଭଲି ଅନେକ ସମସ୍ୟା ରହିଥିବା ବେଳେ ଏଠିକାର ଲୋକଙ୍କ ଦୁର୍ବଳତା ଦେଖି ଅନେକ ଲୋକ ଫାଇଦା ଉଠେଇ ବାରେ ପଛାଉ ନାହାନ୍ତି ବିଭାଗୀୟ କର୍ମଚାରୀ ମାନେ। ଏକଥା ଆମେ କହୁନୁ କହୁଛନ୍ତି ସାନ ଖାଲଗୁଡା ଗ୍ରାମ ବାସି। ଦୀର୍ଘ ବର୍ଷ ଧରି ରାସ୍ତା ଖଣ୍ଡିଏ ପାଇଁ ପଞ୍ଚାୟତ ଠାରୁ ବ୍ଲକ ମୁଖ୍ୟାଳୟ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ ଏବେ ଯାଏଁ ମାଟି ରାସ୍ତା ଖଣ୍ଡିଏ ମଧ୍ୟ ହୋଇ ପାରି ନାଇଁ। ଯାହାଫଳରେ ଏହି ଗାଁ ଲୋକଙ୍କ ଦୁର୍ବଳତା ଦେଖି ବିଭାଗୀୟ କର୍ମଚାରୀ ମାନେ ରାସ୍ତା କରାଇ ଦେବୁକହି ହଜାର ହଜାର ଟଙ୍କା ଲାଞ୍ଚ ନେଉଛନ୍ତି ଓ ଗାଁ ରାସ୍ତା କେମିତି ଆମ ପାଇଁ ସୁବିଧା ହେବ ବୋଲି ଗାଁ ଲୋକେ ମଧ୍ୟ ଲାଞ୍ଚ ଦେବାକୁ ପଛାଉ ନାହାନ୍ତି। କାହିଁକି ନା ଏମାନଙ୍କ ପାଇଁ ରାସ୍ତା ଖଣ୍ଡିଏ ମୁଖ୍ୟ ସମସ୍ୟା ପାଲଟିଛି। ଏହି ଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୫ କିଲୋମିଟର ଓ ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ଠାରୁ ୩୫ କିଲୋମିଟର ଦୂରତାରେ ରହିଛି କିନ୍ତୁ ପଞ୍ଚାୟତ ବା ବ୍ଲକ ପ୍ରଶାସନର ଏବେବି ପଡୁନି ନଜର। ୨ କିଲୋମିଟର ପାଦ ଚଲା ରାସ୍ତା ଦେଇ ପଟାଙ୍ଗ ପଦର ଗାଁ କୁ ଗଲା ପରେ ଏ ମାନଙ୍କୁ ପକା ରାସ୍ତା ମିଳିଥାଏ। ଶିକ୍ଷା କଥା କହିଲେ ଏଠିକାର ଶିଶୁ ମାନେ ବଣ ଜଙ୍ଗଲ ପାଦ ଚଲା ରାସ୍ତା ଦେଇ ୨ କିଲୋମିଟର ପଟାଙ୍ଗ ପଦର ପ୍ରାଥମିକ ବିଦ୍ୟାଳୟକୁ ପାଠ ପଡ଼ିବାକୁ ଯାଆନ୍ତି ହେଲେ ବଣ ଜଙ୍ଗଲ ପାଦ ଚଲା ରାସ୍ତା ବୋଲି ଅନେକ ଶିଶୁ ପାଠ ପଡ଼ାରୁ ବଞ୍ଚିତ ରହୁଛନ୍ତି।ଗାଁର ମୁଖ୍ୟ ସମସ୍ୟା ରାସ୍ତା, ରାସ୍ତା ପାଇଁ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ୍ୟ ନା ଶୁଣୁଛି ପଞ୍ଚାୟତ ନା ଶୁଣୁଛି ବ୍ଲକ ପ୍ରଶାସନ. ଯାହାଫଳରେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି ସାନ ଖାଲଗୁଡା ଗ୍ରାମ ବାସି। ଦୁର୍ଭାଗ୍ୟର ବିଷୟ ଯେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୫ କିଲୋମିଟର ସ୍ୱତେ ମଧ୍ୟ ମାଟି ରାସ୍ତା ଟିଏ ହୋଇ ପାରିନାହିଁ। ତେବେ ଏହି ପାଦଚଲା ରାସ୍ତାରେ ଗର୍ଭବତୀ ମହିଳା ବା ଗୁରୁତ୍ୱର ରୋଗୀଙ୍କୁ କାନ୍ଧରେ ବୋହିକି ନେବାକୁ ପଡୁଛି। ଏମାନଙ୍କୁ କେବଳ ପାଦଚଲା ରାସ୍ତାହିଁ ଭରସା. ଗର୍ଭବତୀ ମହିଳାଙ୍କୁ ଘରେ ପ୍ରସବ କରିବାକୁ ପଡୁଛି ଓ ଘରେ ପ୍ରସବ କରୁ କରୁ ଅନେକ ଗର୍ଭବତୀ ମହିଳା ଙ୍କ ଜୀବନ ମଧ୍ୟ ଚାଲି ଯାଉଛି ବୋଲି ଗଣମାଧ୍ୟମ ସମୁଖରେ ମତ ପ୍ରକାଶ କଲେ ଗ୍ରାମ ବାସି। ରାସ୍ତା ନିର୍ମାଣ ପାଇଁ ୩ ହଜାର ଲାଞ୍ଚ ନେଇଁ ବେନଗାଁ ପଞ୍ଚାୟତ ବି.ଏଫ୍.ଟି ଭକ୍ତ ଙ୍କୁ ଫୋନ କଲେ ଆମ ଫୋନ କଲ ଆଉ ଗ୍ରହଣ କରୁନାହାନ୍ତି କି ଧରା ଛୁଆଁ ଦେଉ ନାହାନ୍ତି କି ଏବେ ଯାଏଁ ରାସ୍ତା ମଧ୍ୟ ହୋଇ ପାରିନାଇଁ ବୋଲି ପ୍ରକାଶ କରିଛନ୍ତି ଗ୍ରାମବାସୀ। ତେବେ ଗ୍ରାମ ବାସିଙ୍କ ଅଭିଯୋଗ କୁ ନେଇଁ ଏ ସମ୍ପର୍କରେ ଆମେ ବି.ଏଫ୍.ଟି ଭକ୍ତ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ଥିଲୁ ହେଲେ ଯୋଗାଯୋଗ ପରେ ତୁତୁ ମେମେ ହୋଇ ମୁଁ କିଛି ସେ ଗାଁ ସମ୍ପର୍କରେ ଜାଣି ନାହିଁ। ମୁଁ କୌଣସି ଲାଞ୍ଚ ବାବଦରେ ଟଙ୍କା ନେଇନାହିଁ ବା ମୁଁ କାହିଁକି ଲାଞ୍ଚ ନେବି ବୋଲି କହିଛନ୍ତି। ଏପଟେ ଗ୍ରାମବାସୀ ରାସ୍ତା ଖଣ୍ଡିକ ଆଶାରେ ତିନି ହଜାର ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ଆଣିଛନ୍ତି। ଏଠି ପ୍ରଶ୍ନ ଉଠୁଛି ଯେ' ଏହି ଗରିବ ନିରୀହ ନିଷ୍ପେସିତ ଲୋକଙ୍କ ଠାରୁ ଲାଞ୍ଚ ନେଇଁ ଭୁଆଁ ବୁଲାଉଛନ୍ତି କି ବି.ଏଫ.ଟି ଜଣକ ?। ଏନେଇ ଏହାର ସଠିକ ଭାବରେ ତଦନ୍ତ କରି ଲାଞ୍ଚିତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୁଦ୍ଧିଯିବି ମହଲରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉକ୍ତ ସାନଖାଲଗୁଡା ଗାଁର ଶିକ୍ଷା,ସ୍ୱାସ୍ଥ୍ୟ,ଗମନା ଗମନ,ଭଲି ସମସ୍ୟାକୁ ତୁରନ୍ତ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ସହ ଉଚିତ ତଦନ୍ତ କରି ଲାଞ୍ଜିତ ବ୍ୟକ୍ତିଙ୍କ ନାମରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ଗୁହାରି କରିଛନ୍ତି ଗ୍ରାମ ବାସି। ତେବେ ଏଥିପ୍ରତି କେବେ ପ୍ରଶାସନର ନଜର ପଡ଼ୁଛି ନା ଜାଣିଶୁଣି ଚୁପ ରହୁଛି ତାହା ଦେଖିବାକୁ ବାକିରହିଲା।

ଲାଞ୍ଜିଗଡ଼ ବ୍ଲକ ରୁ ସାଗର ବେନାଲ୍ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ