ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ସଚେତନତାର ଅଭାବ ଯୋଗୁଁ ସରକାରୀ ଯୋଜନାର ଲାଭ ଉପଯୁକ୍ତ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବାରେ ବିଳମ୍ବ

Jun 10, 2026 - 06:40
 0  8
ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ସଚେତନତାର ଅଭାବ ଯୋଗୁଁ ସରକାରୀ ଯୋଜନାର ଲାଭ ଉପଯୁକ୍ତ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବାରେ ବିଳମ୍ବ

କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଓ ଅସହାୟ ଲୋକଙ୍କ କଲ୍ୟାଣ ପାଇଁ ବିଭିନ୍ନ ଜନହିତକର ଯୋଜନା କାର୍ଯ୍ୟକାରୀ କରୁଥିଲେ ମଧ୍ୟ, ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ସଚେତନତାର ଅଭାବ ଯୋଗୁଁ ଅନେକ ଯୋଗ୍ୟ ହିତାଧିକାରୀ ଠିକ୍ ସମୟରେ ସେହି ସୁବିଧା ପାଇପାରୁ ନାହାନ୍ତି। ଏହା ଫଳରେ ସରକାରୀ ଯୋଜନାର ଲାଭ ଉପଯୁକ୍ତ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବାରେ ବିଳମ୍ବ ହେଉଥିବା ଅଭିଯୋଗ ଉଠୁଛି। ଏହି ପରିପ୍ରେକ୍ଷୀରେ କୁସୁମୀ ବ୍ଲକ ଅନ୍ତର୍ଗତ ତଳକପୋଖରୀ ପଞ୍ଚାୟତର କଣ୍ଟାସୋଲା ଗ୍ରାମର ତିନିଜଣ ବିଧବା ମହିଳା ବିଧବା ଭତ୍ତା ପାଇବା ପାଇଁ ବାମନଘାଟି ଉପଖଣ୍ଡସ୍ତରୀୟ ଜନଶୁଣାଣୀରେ ଦାବି ଉପସ୍ଥାପନ କରିଛନ୍ତି। ସେମାନେ ଦୀର୍ଘଦିନ ଧରି ଯୋଗ୍ୟ ହୋଇଥିଲେ ମଧ୍ୟ ଭତ୍ତା ସୁବିଧାରୁ ବଞ୍ଚିତ ରହିଥିବା ଅଭିଯୋଗ କରିଛନ୍ତି। ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାର ଲାଭ ଯେପରି ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଶୀଘ୍ର ପହଞ୍ଚେ, ସେଥିପାଇଁ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ