ବାରିପଦା ଠାରେ ବିଶ୍ୱ ହେପାଟାଇଟିସ ଦିବସ ପାଳନ

Jul 28, 2024 - 18:50
 0  11
ବାରିପଦା ଠାରେ ବିଶ୍ୱ ହେପାଟାଇଟିସ ଦିବସ ପାଳନ

ବାରିପଦା: 28.07.2024// ମୟୂରଭଞ୍ଜ ସାଦର ମହକୁମା ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏ. ଏନ.ଏମ ପ୍ରଶିକ୍ଷଣ କକ୍ଷ୍ୟ ଠାରେ ରବିବାର ଦିନ ବିଶ୍ୱ ହେପାଟାଇଟିସ ଦିବସ ପାଳନ କରାଯାଇଛି। ମାନ୍ୟବର ବିଧାୟକ, ବାରିପଦା ଶ୍ରୀ ପ୍ରକାଶ ସୋରେନ ମୁଖ୍ୟ ଅତିଥି ଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ଅଭୟ କୁମାର ଦାଶ ଏହି ପାଳନୀୟ ଦିବସ ବୈଠକରେ ସଭାପତିତ୍ୱ କରିଥିଲେ। ନିଜ ବକ୍ତବ୍ୟରେ, ହେପାଟାଇଟିସ ରୋଗର ସଂକ୍ରାମକତା, ଭୟାବହତା, ଏବଂ ସଚେତନତା ବିଷୟରେ ମାନ୍ୟବର ବିଧାୟକ ଶ୍ରୀ ସୋରେନ କହିଥିଲେ ଏବଂ ଏହି ମାରାତ୍ମକ ରୋଗରୁ ରକ୍ଷା ପାଇବା ପାଇଁ ସମସ୍ତ ବୈଧାନିକାତା ଅବଲମ୍ବନ କରିବା ପାଇଁ ଉପଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଦାଶ ହେପାଟାଇଟିସ ବି, ସି, ଡ଼ି ଏହି ତିନୋଟି ରୋଗ ସମ୍ପର୍କିତ ତଥ୍ୟ ଦେବା ସହିତ ଏହି ରୋଗ ହୋଇଥିଲେ କିପରି ରକ୍ଷା ପାଇହେବ ସେ ବିଷୟରେ କହିଥିଲେ ଓ ଭାରତ ସରକାରଙ୍କ ଲକ୍ଷ୍ୟ: ଦେଶ 2030 ସୁଦ୍ଧା ହେପାଟାଇଟିସ ମୁକ୍ତ କୁ ସଫଳ କରିବା ପାଇଁ ସମସ୍ତେ ଚେଷ୍ଟିତ ରହିବା ବୋଲି ଆହ୍ୱାନ ଦେଇଥିଲେ। ଉକ୍ତ ସାଧାରଣ ସଭାରେ ବିଶ୍ୱ ହେପାଟାଇଟିସ ଦିବସ ଉପଲକ୍ଷେ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଉକ୍ତ ବୈଠକରେ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ଘାସିରାମ ମୁର୍ମୁ, ଜିଲ୍ଲା ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡଃ ସୌମ୍ୟ ରଞ୍ଜନ ନାୟକ, ଡଃ ଜ୍ଞାନେନ୍ଦ୍ର ମହାନ୍ତି, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଗଣେଶ୍ୱର ମହାନ୍ତି, ଏ. ଏନ. ଏମ. ପ୍ରଶିକ୍ଷକ ଶ୍ରୀମତୀ ଅଞ୍ଜଳି ଶଙ୍କର, ସମସ୍ତ ଏ. ଏନ. ଏମ. ପ୍ରଶିକ୍ଷାର୍ଥୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇ ଥିଲେ।

 ମୟୂରଭଞ୍ଜ, ବାରିପଦାରୁ -ଗୌର ଦାସ ଗିରିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ