।। ବାକି ନଦେବାରୁ ଦୋକାନୀକୁ ଆକ୍ରମଣ ୩ ଗୁରୁତର, ଜଣେ ଅଭିଯୁକ୍ତ ଗିରଫ ।।

Nov 2, 2024 - 17:36
 0  148
।। ବାକି ନଦେବାରୁ ଦୋକାନୀକୁ ଆକ୍ରମଣ ୩ ଗୁରୁତର, ଜଣେ ଅଭିଯୁକ୍ତ ଗିରଫ ।।

ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ କଳାମାଟିଆ ପଞ୍ଚାୟତ କାଇପଡ଼ା ଛକ ନିକଟରେ ବ୍ୟବସାୟୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ କାଇପଡ଼ା ଛକରେ ସୁବ୍ରତ ସାହୁ ଓ ସୁଭ୍ରଜିତ ସାହୁ ଦୁଇଭାଇ ଏକ ଫାଷ୍ଟଫୁଡ ଦୋକାନକରି ନିଜର ପରବାର ପ୍ରତିପୋଷଣ କରନ୍ତି।ସେହି ପଞ୍ଚାୟତ ଅନ୍ତର୍ଗତ କଳାମାଟିଆ ଗ୍ରାମର ଚଇନ ମଲ୍ଲିକ ଫାଷ୍ଟଫୁଡ ଦୋକାନକୁ ଆସି ବାକି ମାଗିଥିଲେ। କିନ୍ତୁ ସମ୍ପୃକ୍ତ ଫାଷ୍ଟଫୁଡ ଦୋକାନୀ ବାକି ଦେବାକୁ ମନା କରିଦେଇଥିଲେ। ପରେ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ନିକଟସ୍ଥ ଏକ ଦୋକାନରେ ବସିଥିବା ଚଇନଙ୍କ ବଡ଼ଭାଇ ସାରଦା ଘଟଣା ସ୍ଥଳରେ ପହଂଚିବା ପରେ ଉଭୟ ଦୁଇଭାଇ ମରଣାସ୍ତ୍ରରେ ଆକ୍ରମଣ କରିଥିଲେ। ସୁବ୍ରତଙ୍କ ଦାଦା ଶ୍ରୀନାଥ ପହଞ୍ଚି ବୁଝିବା ପାଇଁ କହିଥିଲେ । କିନ୍ତୁ ସାରଦା କିଛି ନବୁଝି ଦାଦାଙ୍କ ସହିତ ଦୁଇ ପୁତୁରାଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ୩ ଜଣ ଆହତ ହୋଇ ପ୍ରଥମେ ବରୀ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ପରେ ଯାଜପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଓ ଅବସ୍ଥା ଗୁରୁତର ହେବାରୁ କଟକ ଡ଼ାକ୍ତର ଖାନାକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ଏହି ଘଟଣାରେ ସୁବ୍ରତଙ୍କ ବାମପାଖ କାନ୍ଧ, ବଳରାମଙ୍କ ବାମ ହାତ ଓ ସୁବ୍ରଜିତଙ୍କର ମୁଣ୍ଡରେ ଗଭିର ଆଘାତ ଲାଗିଥିବା ଜଣାପଡିଥିବା ବେଳେ ଏ ନେଇ ବରୀ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଲିଖିତ ଅଭିଯୋଗକୁ ଭିତ୍ତିକରି ବରୀ ପୋଲିସ ୫୮୬/୨୦୨୪ ଏକ ମାମଲା ରୁଜ୍ଜୁ କରି ଶାରଦାକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ବରୀ ପୋଲିସ ପକ୍ଷରୁ କୁହାଯାଇଛି।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ