।। ବରୀ ଇତିହାସ ରେ ଲିପିବଦ୍ଧ ହୋଇ ରହିଗଲେ ବୈଷ୍ଣବ ସାର ।।

Sep 30, 2024 - 16:37
 0  115
।। ବରୀ ଇତିହାସ ରେ ଲିପିବଦ୍ଧ  ହୋଇ ରହିଗଲେ ବୈଷ୍ଣବ ସାର ।।

ବରୀ ବ୍ଲକ ହେଉଛି ଐତିହ୍ଯ ସଂସ୍କୃତି ପରମ୍ପରା ସଂଗ୍ରାମୀ ମାନଙ୍କ ମାଟି।ଏମାଟି ରେରମାଦେବୀ,ଗୋପବନ୍ଧୁ ଚୁନି ଅପା ଙ୍କ ଭଳି ମହାନ ଆତ୍ମା ସେବା କରି ଇତିହାସ ପୃଷ୍ଠା ରେ ଲିପିବଦ୍ଧ ହୋଇ ରହିଯାଇଛନ୍ତି ।ଦେଶ ପାଇଁ ଲଢେଇ କରି ବ୍ରିଟିଶ ଙ୍କ ଗୁଳି ରେ ସାଉଁଟି ସାନନ୍ଦ ହାଡିବନ୍ଧୁ ମାୟାଧର ଙ୍କ ଭଳି ଯୁବକ ମାନେ ସହିଦ୍ ହୋଇଯାଇଛନ୍ତି। କଳାମାଟିଆ ର ସହିଦ ସ୍ତମ୍ବ ସହିଦ ମାନଙ୍କୁ ଇତିହାସ ମନେ ରଖିଛି। ସେହି ଭଳି ଜଣେ ମଣିଷ ସ୍ଵର୍ଗତ ବୈଷ୍ଣବ ଚରଣ ସାହୁ ଙ୍କ ଶ୍ରଦ୍ଧାଞ୍ଜଳି ସଭା ରେ ବରୀ ଇତିହାସ ରେ ବୈଷ୍ଣବ ସାର୍ ଯୋଡି ହୋଇଯାଇଛନ୍ତି ବୋଲି ମତ ପ୍ରକାଶ ପାଇଛି।ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଅନ୍ଯାସିପୁର ଗ୍ରାମର ବୈଷ୍ଣବ ଚରଣ ସାହୁ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଜୟଦୁର୍ଗା ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ସ୍ଵର୍ଗତ ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ଫଟୋଚିତ୍ର ରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।ଶିକ୍ଷୟତ୍ରୀ ଦୀପ୍ତିମୟୀ ସେଠି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭା ରେ ପୁରାତନ ଛାତ୍ରୀ ତଥା ଶିକ୍ଷୟତ୍ରୀ ରୂପାଲି ଚକ୍ରବର୍ତ୍ତୀ ମଞ୍ଚ ପରିଚାଳନା କରିଥିଲେ। ସ୍ଵର୍ଗତ ସାହୁ ଜଣେ ଆଦର୍ଶ ଶିକ୍ଷକ, ହୋମିଓପାଥିକ ଚିକିତ୍ସକ,ପରିବେଶବିତ, ସାମାଜସେବୀ ଓ ଆଧ୍ଯାତ୍ମିକବାଦି ମଣିଷ ଥିଲେ।ବରୀ ମାଟି ରେ ସତସଙ୍ଗ ପ୍ରଚାରକ ଭାବେ ଆନ୍ଦୋଳନ କରି ସୁସ୍ଥ ସମାଜ ଗଠନ କରିବାରେ ସହାୟତା ଯୋଗାଉଥିଲେ।ଆଦର୍ଶ ଶିକ୍ଷକ ଭାବେ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ପାଉଥିଲେ ଭଲ ମଣିଷ ହେବାକୁ ପରାମର୍ଶ ଦେଉଥିଲେ।ଗରିବ ଅସହାୟ ନିଷ୍ପେସିତ ଅବହେଳିତ ଦଳିତ ଲୋକଙ୍କ ହୋମିଓପାଥିକ ଚିକିତ୍ସା କରୁଥିଲେ।ବିଦ୍ୟାଳୟ ,ନିଜ ଘର ବାଡି ,ରାସ୍ତା କଡ,ସତସଙ୍ଗ କେନ୍ଦ୍ର ପରିସର ରେ ପରିବେଶର ସୁସ୍ଥତା ପାଇଁ ଦୈନିକ ଚାରାରୋପଣ କରୁଥିଲେ।ଆଧ୍ୟାତ୍ମିକ ଚିନ୍ତା ଚେତନା ରେ ରହିବା ସତସଙ୍ଗ ରେ ଯୋଡିହୋଇ ସୁସ୍ଥ ସମାଜ ଗଠନ କରିବା ସ୍ଵର୍ଗତ ସାହୁ ଙ୍କ ର ଥିଲା ମୂଳ ଲକ୍ଷ। ବରୀ ମାଟି ପାଇଁ ଚିର ସ୍ମରଣୀୟ ହୋଇ ରହିବେ ଓ ବରୀ ଇତିହାସ ରେ ଲିପିବଦ୍ଧ ହୋଇ ରହିଗଲେ ବୋଲି ଉପସ୍ଥିତ ଅତିଥି ମାନେ ସ୍ମୃତିଚାରଣ କରି ମତବ୍ୟକ୍ତ କରିଥିଲେ।ପୂର୍ବତନ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ନାୟକ, ଯୋଗେନ୍ଦ୍ର ନାଥ ଜେନା, ଲାଲବିହାରି ଦାସ,ଉତ୍ସବାନନ୍ଦ ରାଉତ,ବିନୟ ବୋଷ,ବରିଷ୍ଠ ସାମ୍ବାଦିକ ବାଞ୍ଛାନିଧି ସାହୁ, ପ୍ରମୂଖ ମଞ୍ଚାସୀନ ହୋଇ ବୈକୁଣ୍ଠେ ବୈଷ୍ଣବ ସ୍ମରଣିକା କୁ ଉନ୍ମୋଚନ କରିଥିଲେ।ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଧର ଦାଶ,ପୁରାତନ ଛାତ୍ର ଝସକେତନ ସାହୁ, କଲ୍ଲୋଳ କୁମାର ଓଝା ଶୁସାନ୍ତ କୁମାର ବାରିକ ,ସଂଗ୍ରାମ କେଶରୀ ସାମଲ,ପ୍ରସନ୍ନ ଓଝା ,ଦେବାଶିଷ ମଲିକ, ଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହି ସ୍ଵର୍ଗତ ବୈଷ୍ଣବ ଚରଣ ସାହୁ ଙ୍କ ସ୍ମୃତିଚାରଣ କରିଥିଲେ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ