।। ବରୀରେ ୭ ବାତ୍ୟା ଆଶ୍ରୟସ୍ଥଳ ।।

Oct 25, 2024 - 06:40
 0  125
।। ବରୀରେ ୭ ବାତ୍ୟା ଆଶ୍ରୟସ୍ଥଳ ।।

ବରୀ,ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ବରୀ ବ୍ଲକ୍ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ମିଳିଛି। ବ୍ଲକ ଅଧୀନରେ ୭ ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ଥିବାବେଳେ ବିଭିନ୍ନ ପଞ୍ଚାୟତରେ ବାତ୍ୟାର ସଫଳ ମୁକାବିଲା ପାଇଁ ୨୭ ଅସ୍ଥାୟୀ ଆଶ୍ରୟସ୍ଥଳ ପ୍ରସ୍ତୁତ କରାଯାଇଛି। ପ୍ରତି ବାତ୍ୟା ତ୍ୟା ଆଶ୍ରୟସ୍ଥଳରେ ଜେନେରେଟର, ଶୁଖୁଲା ଖାଦ୍ୟ, ପାନୀୟ ଜଳ ଆବଶ ବଶ୍ୟକ ଜରୁରୀକାଳୀନ ଔଷଧ ମହଜୁଦ ରଖାଯାଇଛି ବୋଲି ବିଡିଓ ପଞ୍ଚାନନ ମଲ୍ଲିକ ସୂଚନା ଦେଇଛନ୍ତି। ପ୍ରତିକେନ୍ଦ୍ରରେ ଆଶ୍ରୟ ଶ୍ରୟ ନେବାକୁ ଲୋକେ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେହି କେନ୍ଦ୍ରଗୁଡ଼ିକରେ ପ୍ରଶାସନ ତରଫରୁ ଜଣେ ଜଣେ ନୋଡାଲ ଅଫିସର ନିଯୁକ୍ତି 90 ଚୁକ୍ତି କରାଯାଇଛି। ଏତଦ୍‍ବ୍ୟତୀତ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ଡାକ୍ତର ଉପସ୍ଥିତ ଥିବାବେଳେ ମୋଟ ଜଣ ଆସନ୍ନ ପ୍ରସବାଙ୍କ ମଧ୍ୟରୁ ୧୧ ଜଣଙ୍କୁ ସ୍ଥାନାନ୍ତର କରାଯିବା ସହିତ ଅବଶିଷ୍ଟ ୯ଜଣଙ୍କୁ ଆଶ୍ରୟସ୍ଥଳ କିମ୍ବା ସ୍ଥାନୀୟ ନିକଟସ୍ଥ ଚିକିତ୍ସାକେନ୍ଦ୍ରକୁ ଅଣାଯିବାକୁ ବ୍ୟବସ୍ଥା କରାଯାଉଛି ବୋଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ସବ୍ୟସାଚୀ ଦାସ ସୂଚନା ଦେଇଛନ୍ତି। ବରୀ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଭକ୍ତଚରଣ ସେଠୀଙ୍କ ସୂଚନା ଅନୁଯାୟୀ, ବ୍ଲକ ଅଧୀନରେ ୩୪ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର କରାଯିବା ସହ ସେଠାକୁ ଯେଉଁ ପ୍ରାଣୀ ଚିକିତ୍ସା ହେବାକୁ ଯିବେ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ସାମଗ୍ରୀ ମହଜୁଦ ରହିଛି। । ପ୍ରାଣୀମାନଙ୍କୁ ବାତ୍ୟା ସମୟ ମୟରେ ସୁରକ୍ଷିତ ସ୍ଥାନରେ ରଖିବାକୁ ସେ ପରାମର୍ଶ ଦେଇଛନ୍ତି।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ