।। ବଡମାଟିକୋଣା ଗ୍ରାମରେ ବିଦ୍ବୁତ ତାର ଛିଣ୍ଡି ପଡ଼ିଥିବା ବେଳେ ଦୁଇ ଶିଶୁ ବିଦ୍ୟୁତ୍ ତା'ର ସମ୍ପଶ୍ଵରେ ଆସି ଗୁରୁତର ।।

Jun 4, 2024 - 12:11
 0  11
।। ବଡମାଟିକୋଣା ଗ୍ରାମରେ ବିଦ୍ବୁତ ତାର ଛିଣ୍ଡି ପଡ଼ିଥିବା ବେଳେ ଦୁଇ ଶିଶୁ ବିଦ୍ୟୁତ୍ ତା'ର ସମ୍ପଶ୍ଵରେ ଆସି ଗୁରୁତର ।।

ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ବଡ ମାଟିକୋଣାଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଛିଣ୍ଡି ଯାଇଥିବା ବିଦୁତ ତାର ସଂସ୍ପର୍ଶରେ ଆସି ଖେଳୁଥିବା ୨ଶିଶୁ ଗୁରୁତର ହୋଇଛନ୍ତି ।ଉକ୍ତ ଗ୍ରାମର ବୃନ୍ଦାବନ ମାଝୀ ଙ୍କ ପୁଅ ମୁକେସ ମାଝୀ  (୬) , ନରେନ୍ଦ୍ର ମାଝୀ ଙ୍କ ପୁଅ ପୁରନ୍ଦ୍ର ମାଝୀ  (୬) ଖେଳୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି  ଗୁରୁତର ହୋଇ ତଳେ ପଡିଥିବା ବେଳେ ପୋରିବାର ଲୋକେ ଉଧ୍ୟାର କରି ଉଷାପଡା ସ୍ଥିତ ଉତ୍କଳ ହଷ୍ପିଟାଲରେ ଭର୍ତ୍ତି କରିଥିଲେ ।ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ସୋଚନୀୟ ଥିବାରୁ ରାୟଗଡା ଜିଲା ମୂଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗ୍ରାମବାସି ମାନେ ଅଭିଯୋଗ କରିଛନ୍ତି । ଯେ ବିଦ୍ୟୁତ ବିଭାଗ ର ଅବହେଳା ଯୋଗୁଁ ଏପରି ଅଘଟଣ ଘଟିଛି ତାର ବହୁତ ପୁରୁଣା ହୋଇ , ବାରୁମ୍ବାର ବିଦ୍ୟୁତ ତାର ଛିଣ୍ଡୁଥିବା କହିଛନ୍ତି।ବିଦୁତ ବିଭାଗର ଅବହେଳା ଯୋଗୁଁ ବଡ ମାଟିକୋଣା ଗ୍ରାମର ଦୁଇଟି ବିଦୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇ ଜୀବନ ମରଣ ସହିତ ସଂଙ୍ଗ୍ରାମ କରୁଛନ୍ତି।ବିଗତ ଦିନରେ ମଧ୍ୟ ଏପରି ଅଘଟଣ ଘଟି ଅନେକ ଧନ ଜୀବନ ନଷ୍ଟ ହୋଇଥିବା ସୂଚନା ରହିଛି ତେବେ ଦେଖିବାକୁ ବାକି ରହିଲା କେବେ ସମସ୍ୟା ସମାଧାନ ହେବ ଓ ଧନ ଜୀବନ ସୁରକ୍ଷିତ ରହିବ।ବାରମ୍ବାର ବିଦୁତ କାଟ ଯୋଗୁଁ ଅଞ୍ଚଳରେ ଜନ ଅସନ୍ତୋଷ ଦେଖାଦେଇ ଥିବା ବେଳେ ଅଞ୍ଚଳର ବୁଧିଜୀବି ସମାଜସେବି ଓ ଆଇନଜୀବି ଅନେକ ମହଲରେ ସାଧାରଣରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି ।

ରାୟଗଡା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ