ପୋଖରୀରେ ବୁଡି ବୃଦ୍ଧ ଙ୍କ ମୃତ୍ୟୁ
ଉମରକୋଟ - ଜଣେ ବୃଦ୍ଧ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ବୃଦ୍ଧ ଙ୍କ ନା ରାମ ଭତ୍ରା। ପୁତୁରା ମଙ୍ଗଳ ସାଇ ଭତ୍ରା ଉମରକୋଟ ଥାନାକୁ ଲିଖିତ ସୂଚନା ଦେଇଛନ୍ତି ଓ ସୂଚନା ଅନୁଯାୟୀ ରାମ ଭତ୍ରା ୧୬ ତାରିଖ ଅପରାହ୍ନ ୪ ଟା ସମୟରେ ଘରୁ ବାହାରି କେଉଁ ଆଡ଼େ ପଳାଇ ଯାଇଥିଲେ।।ତେବେ ଆଜି ସକାଳେ ୯ ଟା ସମୟରେ ଜାଣିବାକୁ ପାଇଲେ ଯେ ଗ୍ରାମ ନିକଟରେ ଥିବା ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ଖବର ପାଇଁ ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଉମରକୋଟ ଥାନାର ଏସ ଆଇ କେ. ବି ନାୟକ ଘଟଣା ର ତଦନ୍ତ କରୁଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0