ନବରଙ୍ଗପୁର ଠାରେ ଜାତୀୟ ମତଦାତା ଦିବସ ପାଳିତ

Jan 25, 2025 - 19:57
 0  52
ନବରଙ୍ଗପୁର ଠାରେ ଜାତୀୟ ମତଦାତା ଦିବସ ପାଳିତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୫.୦୧.୨୦୨୫: ରିଖ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲା ପ୍ରଶାସନ ନିର୍ବାଚନ ଶାଖା ପକ୍ଷ ରୁ ଜାତୀୟ ମତଦାତା ଦିବସ ପାଳନ ହୋଇଯାଇଛି ! ଏହି ଦିବସ ରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ଯୋଗ ଦେବା ସଙ୍ଗେ ସମ୍ମାନୀତ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) ନବୀନ ଚନ୍ଦ୍ର ନାୟକ,ଉପ ଜିଲ୍ଲାପାଳ ପ୍ରକାଶ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ! ସଭା ପ୍ରାରମ୍ବରେ ଡେପୁଟୀ କଲେକ୍ଟର ପି ମାନସ୍ମିତା ଜାତୀୟ ମତଦାତା ଦିବସ ଉପରେ ବିଶେଷ ସୁଚନା ଦେବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ ! ସଭା ପୂର୍ବରୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ବିଭିନ୍ନ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ବୁଥ ସ୍ତରୀୟ ଅଧିକାରୀ,ସରକାରୀ ଅଧିକାରୀ, ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତା ଏକ ଶୋଭାଯାତ୍ରାରେ ସାମିଲ ହୋଇ ଭୋଟର ସଚେତନତା ଓ ସୁଦୃଢ଼ ଗଣତନ୍ତ୍ର ଉପରେ ସ୍ଲୋଗାନ ପୂର୍ବକ ମିଶନ ଶକ୍ତି ସମ୍ମିଳନୀ ଗୃହ ପର୍ଯ୍ୟନ୍ତ ପହଞ୍ଚିଥିଲେ ! ସଭାରେ ମୁଖ୍ୟ ଅତିଥି ସମେତ ଅନ୍ୟ ଅତିଥି ଜାତୀୟ ମତଦାତା ଦିବସ ପାଳନ ର ଉଦ୍ଦେଶ୍ୟ,ପ୍ରତ୍ୟେକ ଭୋଟ ମୂଲ୍ୟବାନ, ଭୋଟ ସଚେତନତାକୁ ପ୍ରଚାର ପ୍ରସାର,ନାଗରିକ ର ଅଧିକାର, ଭୋଟର ପରିଚୟ ପତ୍ର ଉପରେ ବକ୍ତବ୍ୟ ରଖିଥିଲେ ! ସଭାରେ ନୂଆ ଭୋଟର ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ! ଏହି ଅବସରରେ ସ୍କୁଲ୍ ଏବଂ କଲେଜ ଛାତ୍ର ଛାତ୍ରୀ ମଧ୍ୟରେ ଅନୁଷ୍ଠିତ ପ୍ରବନ୍ଧ, ବକ୍ତୃତା , କୁଇଜ୍,ସଂଗୀତ,ଚିତ୍ରାଙ୍କନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ! ସେଭଳି ଏ ଇ ଆର୍ ଓ, ବୁଥ ସ୍ତରୀୟ ଅଧିକାରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ! ନବରଙ୍ଗପୁର ମହାବିଦ୍ୟାଳୟ,ମୋଡେଲ ଡିଗ୍ରୀ ମହାବିଦ୍ୟାଳୟ,ମହିଳା ମହାବିଦ୍ୟାଳୟ ସହ ବିଭିନ୍ନ ହାଇସ୍କୁଲ୍ ର ଛାତ୍ର ଛାତ୍ରୀ ଶୋଭାଯାତ୍ରା ଏବଂ ସଭାରେ ସାମିଲ ହୋଇଥିଲେ ! ସଭାରେ ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର କୈଳାଶ ତ୍ରିପାଠୀ, ଡେପୁଟୀ କଲେକ୍ଟର ( ଉପ ଜିଲ୍ଲାପାଳ ) ଜ୍ୟୋତି ରଥ,ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା , ବି ଡି ଓ,ନବରଙ୍ଗପୁର ସୁନିଲ ଖୁରା, ଏ ଡି ଡବ୍ଲୁ ଓ ଭାରତ ଚନ୍ଦ୍ର ସାହୁ,ଅଧ୍ୟାପକ,ଶିକ୍ଷକ,ଶିକ୍ଷୟତ୍ରୀ, ଏ ଇ ଆର୍ ଓ ଉପସ୍ଥିତ ଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ