।। ଥୁଆମୂଳ ରାମପୁର ଠାରେ ସାମ୍ବାଦିକ ଏକତା ସମ୍ମିଳନୀ ଅନୁଷ୍ଠିତ ।।

Mar 25, 2024 - 10:11
 0  54
।। ଥୁଆମୂଳ ରାମପୁର ଠାରେ ସାମ୍ବାଦିକ ଏକତା ସମ୍ମିଳନୀ ଅନୁଷ୍ଠିତ ।।

ଥୁଆମୂଳ ରାମପୁର,୨୪|୩ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ସାମ୍ବାଦିକ ଏକତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସଂଗଠନକୁ କିପରି ସୁଦୃଢ଼ ତଥା ଶୃଙ୍ଖଳିତ କରାଯିବ ଏଥିପାଇଁ ଗଣମାଧ୍ୟମ କ୍ଷେତ୍ରରେ ବରିଷ୍ଠ ତଥା ଅଭିଜ୍ଞତା ସମ୍ପନ୍ନ ଜିଲ୍ଲା ସ୍ତରର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଆମନ୍ତ୍ରିତ କରାଯାଇଥିଲା।ଯେଉଁଠି ସେମାନଙ୍କ ମାର୍ଗ ଦର୍ଶନରେ ଅନୁପ୍ରାଣିତ ହେବାର ସୁଯୋଗ ତଥା ସୌଭାଗ୍ୟ ମିଳିପାରିଥିଲା। ରଙ୍ଗର ପର୍ବ ହୋଲିର ଶୁଭ ଅବସରରେ ରବିବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଭାବେ ପରିଚିତ ଶ୍ରୀଯୁକ୍ତ ଶେଷଦେବ ବେହେରା,ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ‘ସକାଳ’ଖବରକାଗଜର ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ସ୍ବାଧୀନ ପାତ୍ର,ସମ୍ମାନିତ ଅତିଥି ଭାବେ ବୈଦ୍ୟୁତିକ ଗଣମାଧ୍ୟମ ନ୍ୟୁଜ୍ ୧୮ର ଜିଲ୍ଲା ସାମ୍ବାଦିକ ଅଂଶୁମାନ ପାତ୍ର, ବରିଷ୍ଠ ସାମ୍ବାଦିକ ‘ସମ୍ବାଦ’ ଖବରକାଗଜର ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ଦେବେନ୍ଦ୍ର ବିଶି,’ପ୍ରମେୟ’ଖବରକାଗଜର ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର ସିଂଦେଓ, ’ନିତିଦିନ’ ଖବରକାଗଜର ପୁର୍ବତନ ଜିଲ୍ଲା ପ୍ରତିନିଧି ତଥା ‘ସକାଳ’ଖବରକାଗଜର ସିଟି ରିପୋଟର୍ ରଜନୀକାନ୍ତ ମିଶ୍ର,’ଦିନଲୀପି’ ଖବରକାଗଜର ଜିଲ୍ଲା ପ୍ରତିନିଧି ମନମୋହନ ପ୍ରଧାନ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ।ଥୁଆମୂଳ ରାମପୁର ବ୍ଲକ ସାମ୍ବାଦିକ ସଂଘର ସଭାପତି ତଥା ‘ସକାଳ’ ଖବରକାଗଜର ବ୍ଲକ ପ୍ରତିନିଧି ପ୍ରଦୀପ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ ବୈଦ୍ୟୁତିକ ଗଣମାଧ୍ୟମ ନ୍ୟୁଜ୍ ୭ର ଜିଲ୍ଲା ପ୍ରତିନିଧି ତଥା ଥୁଆମୂଳ ରାମପୁର ବ୍ଲକ ସାମ୍ବାଦିକ ସଂଘର ସକ୍ରିୟ ସଦସ୍ୟା ସ୍ନିଗ୍ଧାରାଣୀ ସିଂ।ମାଁ ମାଣିକେଶ୍ବରୀଙ୍କୁ ଧୁପ ଦୀପ ଦେଇ ପୂଜାର୍ଚ୍ଚନା ସହ ଅତିଥି ମାନଙ୍କ ଦ୍ବାରା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।ମୁଖ୍ୟ ଅତିଥି ଶ୍ରୀ ବେହେରା ସମାଜରେ ସାମ୍ବାଦିକଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ।ଏକ ନିରପେକ୍ଷ ଏବଂ ବାସ୍ତବତାକୁ ଶୃଙ୍ଖଳିତ ରୂପରେ ପରିପ୍ରକାଶ କରିବା ମୂଳ ଲକ୍ଷ୍ୟ ରହିବା ଆବଶ୍ୟକ।ନିଜ ଭୋକ ଏବଂ ନିଜ ଦୁଃଖକୁ ଭୁଲି ସମାଜର ଅସହାୟ ଲୋକ ତଥା ସାଧାରଣ ଲୋକଙ୍କ ସମସ୍ୟା ଉପସ୍ଥାପନ କରିବା ଭଳି ଉଦ୍ଦେଶ୍ୟ ରଖିବା ଜରୁରୀ।ଯେକୌଣସି ପ୍ରତିକୂଳ ପରିସ୍ଥିତି ହେଉନା କାହିଁକି ନିର୍ଭୀକ ସାମ୍ବାଦିକ ଭାବେ କାର୍ଯ୍ୟ କରିବା ସାମ୍ବାଦିକଙ୍କ ଧର୍ମ ବୋଲି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବେହେରା ପରାମର୍ଶ ଦେଇଥିଲେ।ଏଥିସହିତ ଥୁଆମୂଳ ରାମପୁର ବ୍ଲକର ପ୍ରତ୍ୟେକ ଅଞ୍ଚଳର ଅତୀତ ଅନୁଭୂତି ଉପସ୍ଥାପନ କରିଥିଲେ।ସାମ୍ବାଦିକ ମାନେ ହେଲେ ସମାଜର ଆଇନା।ଯେକୌଣସି ଗଣମାଧ୍ୟମ ପ୍ରତିନିଧି ହେଉନା କାହିଁକି ନିଜର ଚିତ୍ରିତ ଖବର ଯେପରି ପ୍ରତିକ୍ରିୟାଶୀଳ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି।ଯେଉଁଠି ସେଇ ଗଣମାଧ୍ୟମରେ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିବାର ସୁଯୋଗ ସୃଷ୍ଟି ହୋଇପାରିବ ସେଭଳି ଉଦ୍ଦେଶ୍ୟ ରଖି ନିଜ କର୍ତ୍ତବ୍ୟ ସମ୍ପାଦନ କରିବାର ଆବଶ୍ୟକତା ରହିଛି ବୋଲି କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ପାତ୍ର ମତ ପ୍ରକାଶ କରିଥିଲେ।ହୋଲିର ପର୍ବ ଯେପରି ସମସ୍ତ ଭେଦଭାବ ଭୁଲି ହୋଲି ରଙ୍ଗରେ ଏକତାର ରଙ୍ଗ ବୋଳାଯାଏ।ସେହିପରି ସଂଗଠନରେ ମଧ୍ୟ କୌଣସି ଭେଦଭାବ ନରଖି ସମ୍ପର୍କର ସେତୁ ଗଢି ଏକତାର ଖିଅରେ ବାନ୍ଧି ହେବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ପାତ୍ର ମାର୍ଗ ଦର୍ଶନ କରିଥିଲେ। ଥୁଆମୂଳ ରାମପୁର ବ୍ଲକ ସାମ୍ବାଦିକ ସଂଘର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଏହା ଏକ ଉଦାହରଣ ବୋଲି ଆମନ୍ତ୍ରିତ ସମସ୍ତ ଅତିଥି ଗଣ ମତବ୍ୟକ୍ତ କରିଥିଲେ।ଏହାପରେ ଜିଲ୍ଲା ସ୍ତରୀୟ ସାମ୍ବାଦିକ ‘ଓଟିଭି’ରିପୋଟର୍ ରାଜକୁମାର ସିଂଦେଓ,’କଳିଙ୍ଗ ଟିଭି’ରିପୋଟର୍ ପ୍ରବୀଣ ପଟ୍ଟନାୟକ,’ନକ୍ଷତ୍ର ନ୍ୟୁଜ୍’ ରିପୋଟର୍ ବିକ୍ରମାଦିତ୍ୟ ସିଂଦେଓ,’ନନ୍ଦିଘୋଷ’ଟିଭି ରିପୋଟର୍ ବିକାଶ ସଡଙ୍ଗୀ,’କନକ ଟିଭି’ରିପୋଟର୍ ସମୀକ୍ଷା ପ୍ରହରାଜ,’ବଡଖବର’ରିପୋଟର୍ ତାପସ ମହାନ୍ତି,‘ଅର୍ଗସ ଟିଭି’ ରିପୋଟର୍ ଭାରତ ବିଶି,’ଓଡିଶା ଭାସ୍କର’ଜିଲ୍ଲା ପ୍ରତିନିଧି ଲକ୍ଷ୍ମୀ ରଞ୍ଜନ ବାଗ,’ନ୍ୟୁଜ୍ ୮’ରିପୋଟର୍ ଦୀପକ ସାହୁ,’ଏମ୍.ବି.ସି ଟିଭି’ରିପୋଟର୍ ମହମ୍ମଦ ଫିରୋଜ,’କଳିଙ୍ଗ ଫୋକସ୍’ରିପୋଟର୍ ବ୍ୟୋମକେଶ ପଣ୍ଡା, ‘ଏନ୍.ଏନ୍.ଏସ୍ ‘ରିପୋଟର୍ ରାଜେନ୍ଦ୍ର ପଣ୍ଡା,’ସଂଗ୍ରାମ ଟିଭି’ଜିଲ୍ଲା ରିପୋଟର୍ ଶରତ ଚନ୍ଦ୍ର ସୁନାନୀ,’ଶକ୍ତି ଟିଭି’ଜିଲ୍ଲା ରିପୋଟର୍ ରଘୁମଣୀ ପୁଝାରୀ,’ଡୁମଣୀ ଖବର’ରିପୋଟର୍ ଶୁଭେନ୍ଦୁ ପଣ୍ଡା ପ୍ରମୁଖ ଆମନ୍ତ୍ରିତ ସାମ୍ବାଦିକ ମାନଙ୍କୁ ମାନପତ୍ର ସମ୍ବର୍ଦ୍ଧିତ କରାଯାଇଥିଲା। ଥୁଆମୂଳ ରାମପୁର ବ୍ଲକ ସାମ୍ବାଦିକ ସଂଘର ସକ୍ରିୟ ସଦସ୍ୟ ତଥା ‘ପ୍ରମେୟ’ ଖବରକାଗଜର ବ୍ଲକ ପ୍ରତିନିଧି କୈଳାସ ଚନ୍ଦ୍ର ଛତ୍ରିଆ, ‘ପ୍ରଗତିବାଦୀ’ତଥା ‘ଫୋକସ୍ ପ୍ଲସ୍’ ର ବ୍ଲକ ପ୍ରତିନିଧି ବୀରବଜ୍ରଙ୍ଗ ଚାରୁ ମଜୁମଦାର ନାଏକ(ଲାଲଯୋର୍), ’ସମ୍ବାଦ’ ଖବରକାଗଜ ବ୍ଲକ ପ୍ରତିନିଧି ଭାନୁପ୍ରତାପ ମୁଣ୍ଡ, ଶକ୍ତି ଟିଭି ସବଡିଭିଜନାଲ୍ ପ୍ରତିନିଧି ଅଙ୍ଗଦ ନାଏକ, ‘ଟାଇମ୍ସ ଓଡିଆ’ ପ୍ରତିନିଧି ପରୀକ୍ଷିତ ନାଏକ,’କଳିଙ୍ଗ ଟୁଡେ ଲାଇଭ୍’ପ୍ରତିନିଧି ସୁଶାନ୍ତ ନାଏକ,’ସତ୍ୟ ନ୍ୟୁଜ୍ ୨୪’ପ୍ରତିନିଧି ରବିନାରାୟଣ ସିଂ,’ଓଡିଶା ଭାସ୍କର’ପ୍ରତିନିଧି ରଥ ଦୁରିଆ,’ଶୁଭକର୍ମ’ ଖବରକାଗଜ ର ପ୍ରତିନିଧି ପ୍ରଶାନ୍ତ ନାଏକ,’ରିପୋଟର୍ସ ଟୁଡେ’ର ପ୍ରତିନିଧି ସୁଶାନ୍ତ ନାଏକ(ଆକାଶ),ସାମ୍ବାଦିକ ଇଶ୍ଵର ନାଏକ,’କୋରାପୁଟ ପ୍ରଥମ ଖବର’ପ୍ରତିନିଧି ମାନସ କୁମାରନାଏକ, ’ଆଜି’ର ସାମ୍ବାଦିକ କୁନା ପାତ୍ର,’ଡାକରା’ର ଜିଲ୍ଲା ପ୍ରତିନିଧି ହୀତେଶ ନାଏକ,ଏବଂ ପ୍ରଦୀପ କୁମାର ନାଏକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ଥୁଆ ମୂଲ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ୍ କରା ପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ