ଥାନାଧିକାରୀଙ୍କୁ ନିଲମ୍ବନ ଓ ଅନ୍ୟତ୍ର ଦାବିରେ ଏଲଡିଏର ଗଣଧାରଣା

ନୂଆପଡା : ଜ଼ିଲ୍ଲାପାଳଙ୍କ କାର୍ଯ୍ୟଳୟ ସମୁଖରେ କୋମନା ଥାନା ଅଧିକାରୀ ହେମନ୍ତ କୁମାର ନାୟକଙ୍କ କର୍ତ୍ୟବ୍ୟର ଅବହେଳା ଏବଂ ନିରୀହ ଲୋକଙ୍କୁ ମନମୁଖୀ କାର୍ଯ୍ୟ, ଏବଂ ନିରୀହ ଜନସାଧାରଣ ଙ୍କୁ ଦୂରବ୍ୟବହାର ତଥା ହଇରାଣ ହରକତ କରୁଥିବାରୁ ତାଙ୍କୁ ନିଲମ୍ବନ କରି ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଉ ବୋଲି ଆଜି ଜ଼ିଲ୍ଲାପାଳଙ୍କ କାର୍ଯ୍ୟଳୟ ସମୁଖରେ ଏଲଡିଏର କର୍ମକର୍ତା ଧାରଣାରେ ବସିଛନ୍ତି l ଏଲଡିଏର ସୂଚାନକ୍ରମେ ପ୍ରଥମ ତ କୋମନା ଥାନା ଅଧିକାରୀ ଶ୍ରୀ ସୁମନ୍ତ କୁମାର ନାଏକ ମହୋଦୟ କର୍ତବ୍ୟ ରେ ଅବହେଳା, ମନମୁଖୀ କାର୍ଯ୍ୟ, ଏବଂ ନିରୀହ ଜନସାଧାରଣ ଙ୍କୁ ଦୂରବ୍ୟବହାର ତଥା ହଇରାଣ ହରକତ କରୁଥିବା ଏହି ଦାବି ପତ୍ର ରେ ଉଲ୍ଲେଖ କରିଥିବାବେଳେ ଦ୍ୱିତୀୟରେ ଏଲଡିଏର ସଦଶ୍ୟ ମାନଙ୍କ ଉପରେ କରାଯାଇଥିବା ମିଥ୍ୟା ମୋକଦ୍ଦମା ଗୁଡିକୁ ପ୍ରତ୍ୟାହାର ବା ରଦ୍ଧ କରାଯାଉ l ତୃତୀୟରେ କୋମନା ଥାନା ଅନ୍ତର୍ଗତ ଡୁଙ୍ଗରିପାଲି ଗ୍ରାମ ର ମୃତକ ଶ୍ରୀ ବିକାଶ ଶବର ଙ୍କ ସନ୍ଦେହ ଜନକ ମୃତ୍ୟ ର ଆଇନ ଅନୁଯାଇ ଉଚିତ ତଦନ୍ତ କରି ତାଙ୍କୁ ନ୍ୟାୟ ପ୍ରଦାନ କରାଯାଉ ଏବଂ ପୀଡିତ ପରିବାର ଙ୍କ ଥାନା ରେ ଜବତ କରାଯାଇଥିବା ମୋବାଇଲ ଫୋନ ତାଙ୍କୁ ପ୍ରଦାନ କରାଯାଉ ଚତୁର୍ଥରେ ମେରବାହାଲ ଗ୍ରାମ ର ଶ୍ରୀ କୁନା ଜଗତ ଙ୍କ ପ୍ରେମ ସମ୍ପର୍କିତ ହତ୍ୟା, ମୃତ୍ୟୁ ର ତଦନ୍ତ କରାଯାଇ ଦୋଷୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ପଂଚମରେ ନୁଆଁ ଗାଁ ର ଦଳିତ ମହିଳା ଶ୍ରୀମତୀ ତୁଳ ତାଣ୍ଡି ଙ୍କ ଏଫଆଇ ଆର ରେ ଏସସି, ଏସଟି ଆକ୍ଟ ଅନୁଯାଇ କେଶ ରେ ସେକ୍ସନ ଅନ୍ତର୍ଭୁକ୍ତ କରି ବାକି ଥିବା ଅଭିଯୁକ୍ତ ଗୁଡିକୁ ଗିରଫ କରାଯାଉ ଷଷ୍ଠରେ ଘୋଟସର ଗ୍ରାମ ର ଶ୍ରୀମତୀ କୁନ୍ତୀ ଆଡବଙ୍ଗ ଙ୍କ ଏଫଆଇଆର ର ଚାର୍ଜ ସିଟ ରେ ପୁନଃ ଜନଶୁଣାଣି ହର୍ଟ ର ସେକ୍ସନ ଲଗାଇ କୋର୍ଟ କୁ ଚାର୍ଜ ସିଟ ପ୍ରେରଣ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଉ ସପ୍ତମରେ ଏଲଡିଏ ସଙ୍ଘଠନ ର ସଦସ୍ୟ ଏବଂ ପରିବାର ବର୍ଗ ଙ୍କ ସଦସ୍ୟ ମାନଙ୍କୁ କୋମନା ପୋଲିସ ଦ୍ଵାରା ହଇରାଣ କରିବା କାମ ବନ୍ଦ କରାଯାଉ ଅଷ୍ଟମରେ ଏଲଡିଏ ସଂଘଠନ ର ଶ୍ରୀ ଅଜମ୍ବର ତାଣ୍ଡି, ଓ ଶ୍ରୀ ରଞ୍ଜନ ସେନାପତି ଙ୍କ ଘର କୁ ବିନା ଅନୁମତି ରେ ପଶି ଯାଇ ପରିବାର ବର୍ଗ ବୁଢା, ମା, ବାପା ଙ୍କୁ ଧମକ ଚମକ ଭୟଭୀତ କରି ଇନକମ ଟ୍ୟାକ୍ସ ଚେକ କରିବା, ଘର କାଗଜ ପତ୍ର ପଚାରିବା ଗାଡି ଚେକିଙ୍ଗ କରିଥିବା କୋମନା ପୋଲିସ ଥାନାର ପୋଲିସ କର୍ମୀ ଙ୍କ ବିରୁଦ୍ଧରେ ଏଫଆଇଆର ଏସସି, ଏସଟି ପିଓଏ ଆକ୍ଟ 1989 ରେ କରାଯାଉ ବୋଲ ଏହି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି l ଥାନାଧିକରୀଙ୍କ ନିଲମ୍ବନ ଏବଂ ଅନ୍ୟତ୍ର ସ୍ତାନାନ୍ତରଣ ନ ହେବାଯାଏଁ ଧାରଣାରେ ବସି ରହିବୁ ବୋଲି ଅଡ଼ିବସିଚନ୍ତି l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






