ତିନି ଗଞ୍ଜେଇ ମାଫିଆ ଡକାୟତ ଗ୍ୟାଙ୍ଗ ମାନଙ୍କୁ ଧରିବାରେ ସଫଳ ହୋଇଛି ବାଲିଗୁଡ଼ା ପୋଲିସ

Sep 7, 2026 - 20:08
 0  6
ତିନି ଗଞ୍ଜେଇ ମାଫିଆ ଡକାୟତ ଗ୍ୟାଙ୍ଗ ମାନଙ୍କୁ ଧରିବାରେ ସଫଳ ହୋଇଛି ବାଲିଗୁଡ଼ା ପୋଲିସ

ସ୍ଥାନ - ବାଲିଗୁଡ଼ା ରିପୋର୍ଟ୍ - (ସଲମନ୍ ବିନ୍ଧାଣ ଆଙ୍କର -ବାଲିଗୁଡା ଥାନା ଲଣ୍ଡାଗାଁ, ଖମନଖୋଲ ଓ ବୌଦ୍ଧ ଅଂଚଳରେ ଡକାୟତ ଓ ରାହାଜାନି କରୁଥିବା ଗ୍ୟାଙ୍ଗ କୁ କାବୁକଲା ବାଲିଗୁଡା ପୁଲିସ | ଏମାନେ ବାଲିଗୁଡା ଅଞ୍ଚଳରେ ଆଖପାଖ ରାସ୍ତାରେ ଯିବାଆସିବା କରୁଥିବା ଲୋକଙ୍କୁ ବନ୍ଧୁକ ଦେଖାଇ ଲୁଟପାଟ କରିବା ସହ ଗଂଜେଇ ବ୍ୟାପାର କରୁଥିବାର ପୁଲିସ ଗୁଇନ୍ଦା ସୂତ୍ରରୁ ଖବର ପାଇ ପୁଲିସ ଛାନଭିନ୍ନ ଚଳାଇଥିଲା, ଆଉ ମୁଖ୍ୟଅଭିଯୁକ୍ତ ବାଲିଗୁଡା ତିଲପଡା ର ନୀଳାବତ ମଲିକ ସମେତ ବୌଦ୍ଧ ଘଣ୍ଟପଡା ର ବୀରେନ୍ଦ୍ର ମଲିକ ଓ ବୌଦ୍ଧ କେନ୍ଦୁବାଡା ର ରଂଜିତ ଭୋଇ କୁ ମିଶାଇ ତିନି ଜଣ ଡକାୟତକୁ ଗିରଫ କରିବା ସହ ଏମାନଙ୍କ ନିକଟରୁ ୨ଟି ଦେଶୀବନ୍ଧୁକ, ୪୨କିଲୋ ଗଂଜେଇ ଓ ଦୁଇଟି ମଟର ସାଇକେଲ ଜବତ କରିଥିବା ପ୍ରେସମିଟ ଯୋଗେ ସୂଚନା ଦେଇଛନ୍ତି ବାଲିଗୁଡା ଏସଡିପିଓ ଶୁଭମ ଭୋସଲେ |ଏମାନେ ବୌଦ୍ଧ ଓ କନ୍ଧମାଳ ର ବିଭିନ୍ନ ଚୋରୀ ଡକାୟତି ଘଟଣା ରେ ସମ୍ପୃକ୍ତ ଥିବା ପୁଲିସ ତଦନ୍ତ ରୁ ଜଣାପଡିଛି |ଏମାନଙ୍କର ଚେର କନ୍ଧମାଳରୁ ବୌଦ୍ଧ ଜିଲ୍ଲା ପର୍ଯ୍ୟନ୍ତ ଚେର ଲମ୍ବିଛି ଏମାନଙ୍କ ସହିତ ସମ୍ପୃକ୍ତ ଥିବା ସମସ୍ତଙ୍କୁ ଖୋଜିବାହାର କରିବ ପୋଲିସ ଏହି ଦୁର୍ବୁତ୍ତ ମାନଙ୍କ କେସ ନମ୍ବର. 226/2026 l U/s 20(b)(11)(c) ଏନ ଡି ଏ ଆକ୍ଟ /ସେକ୍ସନ 25(1-B)(a)ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ବାଲିଗୁଡା ପୋଲିସ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ