ଝାରପୋଖରୀଆ ଗ୍ରାମ ପଞ୍ଚାୟତ ରୁ ଧାଙ୍ଗୁଡ଼ିଶଳ ଗ୍ରାମ୍ୟ ରାସ୍ତା ଆଜି ଅବହେଳିତ

May 4, 2025 - 20:34
 0  13
ଝାରପୋଖରୀଆ ଗ୍ରାମ ପଞ୍ଚାୟତ ରୁ ଧାଙ୍ଗୁଡ଼ିଶଳ ଗ୍ରାମ୍ୟ ରାସ୍ତା ଆଜି ଅବହେଳିତ

ତା ୦୪/୦୫ (ବମ୍ବେଛକ) ଝାରପୋଖାରୀଆ ଗ୍ରାମ ପଞ୍ଚାୟତ ର ରାଜାଲୋକା ଛକ ଠାରୁ କାରକର ବେଡ଼ା ଗ୍ରାମ୍ୟ ରାସ୍ତା ଟି ଧାଙ୍ଗୁଡ଼ି ସୋଲ ପଞ୍ଚାଯତ ର ନୂଆସାହି ଗ୍ରାମ କୁ ଯାଇ ଅଛି। ପ୍ରତିଦିନ ଏହି ରାସ୍ତାରେ ଶହ ଶହ ଲୋକ ବିଭିନ୍ନ ସ୍ଥାନ କୁ ଯିବା ଆସିବା କରୁଛନ୍ତି,ଏହି ମାଟି ମୁରୁମ୍ ରାସ୍ତା ଟି ସମ୍ପୂର୍ଣ ନଷ୍ଟ ହେବା ସଙ୍ଗେ ସଙ୍ଗେ ବଡ ବଡ ଗର୍ତ୍ତ ସବୁ ସୃଷ୍ଟି ହୋଇ ଅଛି । ସାମାନ୍ୟ ବର୍ଷା ହେଲେ ଗର୍ତ୍ତ ରେ ପାଣି ପରିପୂର୍ଣ୍ଣ ହୋଇ ଛୋଟ ଛୋଟ ପୋଖରୀ ସବୁ ସୃଷ୍ଟି ହେଉଛି, ଯିବା ଆସିବା ରେ ଜନ ସାଧାରଣ ଙ୍କ ବହୁତ୍ ଅସୁବିଧା ହେଉ ଅଛି, ଏହାର ଆଶୁ ସମାଧାନ ପାଇଁ ଦୁଇ ପଞ୍ଚାୟତ ର ମାନକର ଭୂମିକା ଜଣା ପୋଡ଼ୁ ନାହିଁ। ଜନ୍ ସାଧାରଣ ଙ୍କ ଦାବୀ ହେଉଅଛି ଯେ ଏହି ରାସ୍ତା ଟିକୁ ସ୍ଥାନୀୟ ବିଧାୟକ ଓ ବ୍ଲକ୍ ପ୍ରଶାସନ ଦୃଷ୍ଟି ଦେଇ ରାସ୍ତା ଟିକୁ ମରାମତି କରାଗଲେ ସାଧାରଣ ଜନତା ଉପକୃତ ହୁଅନ୍ତେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ