ଝଡ଼-ବର୍ଷାରେ ତେନ୍ତୁଳି ଗଛ ଉପୁଡ଼ି ବଳଦ ମୃତ, ଘର ଓ ଗୁହାଳ କ୍ଷତିଗ୍ରସ୍ତ

Jun 18, 2026 - 16:41
 0  19
ଝଡ଼-ବର୍ଷାରେ ତେନ୍ତୁଳି ଗଛ ଉପୁଡ଼ି ବଳଦ ମୃତ, ଘର ଓ ଗୁହାଳ କ୍ଷତିଗ୍ରସ୍ତ

କନ୍ଧମାଳ-୧୭ ଜୁନ (ଫାଷ୍ଟ ନ୍ୟୁଜ ଓଡ଼ିଶା): ଆଜି ଅପରାହ୍ନରେ ତୁମୁଡ଼ିବନ୍ଧ ଅଞ୍ଚଳରେ ପ୍ରବଳ ବର୍ଷା ଓ ଝଡ଼ ପବନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଝିରିପାଣି ପଞ୍ଚାୟତ ଅନ୍ତର୍ଗତ ସରଧାପୁର ଗ୍ରାମରେ ଏକ ବିରାଟ ପୁରୁଣା ତେନ୍ତୁଳି ଗଛ ଉପୁଡ଼ି ପଡ଼ି ବଡ଼ବାବୁ ଗାଉଁଟିଆଙ୍କ ଘର ଓ ଗୁହାଳ ଉପରେ ଲାଗିଥିଲା। ଏହି ଦୁର୍ଘଟଣାରେ ଗୁହାଳ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ସେଥିରେ ବନ୍ଧା ଥିବା ଗୋଟିଏ ବଳଦର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ବଳଦର ମୃତ୍ୟୁ ଯୋଗୁଁ ଆଗାମୀ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହେବ ବୋଲି ବଡ଼ବାବୁ ଗାଉଁଟିଆ ଦୁଃଖ ପ୍ରକାଶ କରିଛନ୍ତି। କ୍ଷତିଗ୍ରସ୍ତ ପରିବାରକୁ ସରକାରଙ୍କ ପକ୍ଷରୁ ଉଚିତ କ୍ଷତିପୂରଣ ଓ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ରିପୋର୍ଟର-ରଙ୍ଗନାଥ ବଡ଼ସେଟ୍

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ