।। ଜିଲ୍ଲା ନିର୍ମାଣ ଶ୍ରମିକ ମହା ସଂଘ ପକ୍ଷରୁ ଶ୍ରମ କାର୍ଯ୍ୟାଳୟ ଘେରାଉ ଓ ୪ ଦଫା ଦାବି ପତ୍ର ପ୍ରଦାନ ।।

Apr 27, 2024 - 16:37
 0  10
।। ଜିଲ୍ଲା ନିର୍ମାଣ ଶ୍ରମିକ ମହା ସଂଘ ପକ୍ଷରୁ ଶ୍ରମ କାର୍ଯ୍ୟାଳୟ ଘେରାଉ ଓ ୪ ଦଫା ଦାବି ପତ୍ର ପ୍ରଦାନ ।।

ପ୍ରେସ ବିବ୍ରୁତି, ଅଦ୍ଯ ତା ୨୬/୦୪/୨୦୨୩ ରିଖ ଶୁକ୍ରବାର ପୂର୍ବାହ୍ନ ଘ ୯ :୩୦ ମି ସମୟରେ ନିର୍ମାଣ ଶ୍ରମିକ ମହାସଂଘ ର ନେତୃତ୍ବ ରେ ଜିଲ୍ଲା ର ପ୍ରେତ୍ୟେକ ବ୍ଳକ ରୁ ଆସିଥିବା ନିର୍ମାଣ ଶ୍ରମିକ ମାନେ ସ୍ଥାନିୟ ପୂର୍ତ୍ତି ବିଭାଗ ଡ଼ାକ ବଙ୍ଗଳା ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଳକ ଅପିଂସ୍ ଛକ ଦେଇ ପ୍ରଭାଗିୟ ଶ୍ରମ ଆୟୁକ୍ତ, ଜିଲ୍ଲା ପାଳ ରାୟଗଡ଼ା ଏବଂ ଆରକ୍ଷୀ ଅଧିକ୍ଷକଙ୍କ ରାୟଗଡ଼ା ଙ୍କୁ ଏକ ୪ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରିଥିଲେ।ଏବଂ ଜିଲ୍ଲା ଶ୍ରମ ଆୟୁକ୍ତ ଙ୍କ କାର୍ଯ୍ୟ କାର୍ଯ୍ୟାଳୟ ରେ ବିକ୍ଷବ ପ୍ରଦର୍ଶନ କରାଯିବା ସହିତ ଶ୍ରମିକ ନେତା ମାନେ ନିଜ ନିଜ ଅଭି ଭାଷଣ ରେ ଜିଲ୍ଲା ଶ୍ରମ କାର୍ଯାଳୟ ଠାରେ ଚାଲିଥିବା ମନମୂଖି କାର୍ଯାକଳପ ଏବଂ ଅରାଜକତା ସମ୍ପର୍କରେ କଟୁ ସମାଲୋଚ଼ନା କରିଥିଲେ। ଜିଲ୍ଲା ସଭା ପତି ଶ୍ରୀ ନିରଂଜନ ପାତ୍ର ସେ ତାଙ୍କ ଅଭି ଭାଷଣରେ କହିଥିଲେ ଯେ ଜଣେ ନିର୍ମାଣ ଶ୍ରମିକ ସହାୟତା ପାଇବା ପାଇଁ ହେଲେ ପ୍ରତି ବର୍ଷ ଠିକ୍ ସମୟରେ ନବିକରଣ କରିବା କୁ ପଡ଼ିଥାଏ। ଓପେନ ପୋର୍ଟାଲ ହେବାପରେ ଜଣେ ନିର୍ମାଣ ଶ୍ରମିକ ମୋ ସେବାକେନ୍ଦ୍ର ରେ ନବିକରଣ ଦାଖଲ କଲାପରେ ସେଇ ନବିକରଣ କୁ ମଂଜୂର ନ କରି ବର୍ଷ ବର୍ଷ ପର୍ୟ୍ଯନ୍ତ ଶ୍ରମ କାର୍ଯାଳୟ ଠାରେ ପଡ଼ି ରହୁଛି ଯୋ ଦ୍ବାରା ନିର୍ମାଣ ଶ୍ରମିକ ଟି ତାର ସମସ୍ତ ପ୍ରକାର ସହାୟତା ପାଇବାରୁ ବଂଚିତ ହେଉଛି ସେଥିପାଇଁ ସଂପ୍ରୁକ୍ତ ଅଧିକାରୀ ହିଁ ଦାୟି ରହିବେ ବୋଲି ଶ୍ରୀ ପାତ୍ର ସେ ତାଙ୍କ ଅଭିଭାଷଣ ରେ କହିଥିଲେ। ମହାସଂଘ ର ମୂଖ୍ଯ ଉପଦେଷ୍ଟା ଶ୍ରୀ ଚିତ ରଂଜନ ରାଉତ ରାଏ ଏବଂ ଶ୍ରୀ ଭବାନୀ ଶଙ୍କର ଜେନା ତିବ୍ର ଶୋମାଲୋଚନା କରି କହିଥିଲେ ଯେ ଯେଉଁ ଅଧିକାରୀମାନେ କାମ ନ କରିକି ଏଠା ରେ ଆଇନ୍ ଦେଖାଉଛନ୍ତି। ସେ ଭଳିଆ ଅଧିକାରୀ ଏଠାରୁ ତୁରନ୍ତ ବଦଳି ହୋଇ ପଳେଇବା ଦରକାର ବୋଲି ମହାସଂଘ ତରପଂରୁ ସଂପ୍ରୁକ୍ତ ଅଧିକାରୀ ମାନଙ୍କୁ ଚେତାବନୀ ଦେଇଥିଲେ। ମହାସଂଘ ର ମୂଖ୍ୟ ଦବି ଏହି କି ଯେ ନବିକରଣ ଠିକ୍ ସମୟରେ କରାଯାଉ,ସଂମ୍ପୁ୍୍ରକ୍ତ ଅଧିକାରି ମାନଙ୍କ ମନମୂଖି କାର୍ଯାକଳପ ବନ୍ଦ କରାଯାଉ, କୋ ଭିଡ଼ ସହାୟତା ରାଶି ଜଣେ ନିର୍ମାଣ ଶ୍ରମିକ ୩୦୦୦ ଟଙ୍କା ହିସାବ ରେ ୨୫୦୦ ଶ୍ରମିକ ଙ୍କ ର ପ୍ରୟ ୭୦/୮୦ ଲକ୍ଷ ବଳକା ରହିଯାଇ ଅଛି।ତହା ତୁରନ୍ତ ପେମେଣ୍ଟ କରାଯାଉ। ଏହି ଅବସରରେ ପ୍ରାୟ ୭/୮ ଶହ ନିର୍ମାଣ ଶ୍ରମିକ ଯୋଗଦେଇ ଥିବାବେଳେ ଉକ୍ତ କାର୍ଯ୍ୟକ୍ରମ କୁ ସପଂଳ କରିବା ପାଇଁ ମହାସଂଘ ର ସମ୍ପାଦକ ଶ୍ରୀ ଖଗେଶ୍ୱର ସିଙ୍ଗ୍, କୋଷାଧ୍ୟକ୍ଷ ଶ୍ରୀ ଗଣେଶ ହିମିରିକା, ଉପସଭାପତି ଶ୍ରୀ ବଳରାମ କୁସୁଲିଆ, ଶ୍ରୀ ବସନ୍ତ ପାତ୍ର, ଶ୍ରୀ ରୁନା ନାୟକ, ସହସମ୍ପାଦକ ଶ୍ରୀ ଅଜୟ ବେନିଆଁ, ସୁନ୍ଦର ରାଓ କାଡ୍ରାକା, ମାଧବଗାରଡ଼ା, ଏ କିରଣ କୁମାର, ପଂକିର କାଣ୍ଟା ଗଜେନ୍ଦ୍ର ଗୌଡ଼ ,ବ୍ରଜ ନାଗବସ ପ୍ରମୁଖ ସହଯୋଗ କରିଥିଲେ।

ରାୟଗଡା ଜ଼ିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ