ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା ୨୦୨୪-୨୫ ର ତୃତୀୟ ଦିବସ

Jan 9, 2025 - 20:18
 0  12
ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା ୨୦୨୪-୨୫ ର ତୃତୀୟ ଦିବସ

ନୂଆପଡା ଜିଲ୍ଲାର ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା ୨୦୨୪-୨୫ ର ତୃତୀୟ ଦିବସ ରେ ଆଜି ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଭୀମସେନ ଶବର ଯୋଗ ଦେଇ ଚାଷୀମାନଙ୍କୁ ନିଜ ପୁଅ ଝିଅ ମାନଙ୍କୁ ଆଇ.ଏ.ଏସ, ଡାକ୍ତର, ଓ.ଏ.ଏସ କରିବାକୁ ବଡ଼ ସ୍ଵପ୍ନ ଦେଖିବାକୁ ଆହ୍ଵାନ କରିଥିଲେ । ନିଜ ସ୍ୱାସ୍ଥ୍ୟ ପାଇଁ ଜୈବିକ ପଦ୍ଧତି ରେ ଚାଷ କରିବା, ସାରା ଦେଶ କୁ ଅନ୍ନ ଯୋଗାଇବା ସହ ଅର୍ଥକାରୀ ଫସଲ ଉପରେ ଗୁରୁତ୍ଵ ଦେବା ପାଇଁ ମଧ୍ୟ ଆହ୍ଵାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଉପ-ଜିଲ୍ଲାପାଳ ଶ୍ରୀ ଯୋଗେନ୍ଦ୍ର ମାଝୀ ଯୋଗ ଦେଇ ସମସ୍ତ ଚାଷୀ ମାନଙ୍କୁ ଧାନ ଫସଲ କୁ ଛାଡ଼ି ବିଭିନ୍ନ ଅଣ ଧାନ ଫସଲ ଯଥା ମାଣ୍ଡିଆ, କୋଦୋ, ସୁଆଁ ଭଳିଆ ଭୁଲିଯାଉଥିବା ଫସଲ କୁ ଜୈବିକ ପଦ୍ଧତି ରେ ଚାଷ କରିବା ସହ କୃଷି ତଥା ଆନୁସାଙ୍ଗିକ ବିଭାଗ ର ବିଭିନ୍ନ ସରକାରୀ ଯୋଜନା ର ଲାଭ ଉଠାଇବାକୁ ଆହ୍ଵାନ କରିଥିଲେ । ଆଜିର ସଭାକାର୍ଯ୍ୟ ରେ କୃଷି ଜିଲ୍ଲା ଅଧିକାରୀ, ଖଡ଼ିଆଳ ଶ୍ରୀ ପ୍ରଦୀପ କୁମାର ବେଉରା ସ୍ବାଗତ ଅଭିଭାଷଣ ରଖି ଚାଷୀ ଙ୍କୁ କୃଷି ଯନ୍ତ୍ରପାତି ଉପରେ ସରକାର ଙ୍କ ରିହାତିର ଭରପୁର ଲାଭ ଉଠାଇବା ସହ କୃଷି କାର୍ଯ୍ୟରେ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରି ନୂଆପଡ଼ା ଜିଲ୍ଲା କୁ କୃଷିକ୍ଷେତ୍ର ରେ ଆଗେଇ ନେବାକୁ ଉଦବୋଧନ ଦେଇଥିଲେ। ଗୋଷ୍ଠୀ କୃଷି ଅଧିକାରୀ, କୋମନା ଶ୍ରୀ ସୁଧାଂଶୁ ମେହେର ଚାଷୀ ମାନଙ୍କୁ ବିଭିନ୍ନ ଯୋଜନା ଯଥା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ, ଶ୍ରୀ ଅନ୍ନ ଅଭିଯାନ, ଫସଲ ବିବିଧିକରଣ ଯୋଜନା ବିଷୟରେ ବିଶଦ ଭାବରେ ବୁଝାଇଥିଲେ । ସହକାରୀ କୃଷି ଯନ୍ତ୍ରୀ, ଭବାନୀପାଟଣା ସୌମ୍ୟା ସୁରଭି ଶବର ଚାଷୀ ଙ୍କୁ ବିଭିନ୍ନ କୃଷି ଯନ୍ତ୍ରପାତି ଉପରେ ଥିବା ରିହାତି ବିଷୟରେ ବୁଝାଇ ସମସ୍ତଙ୍କୁ ବିଭିନ୍ନ ଯନ୍ତ୍ରପାତି ର ଉପକାରିତା ଓ ବ୍ୟବହାର ସମ୍ପର୍କ ରେ ବୁଝାଇଥିଲେ। ସହକାରୀ କୃଷି ଅଧିକାରୀ, ନୂଆପଡ଼ା ଶ୍ରୀମତୀ ଦୀପାଶ୍ରୀ ମଣ୍ଡଳ ଶେଷ ରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଆଜି ମଞ୍ଚ ପରିଚାଳନା କରିଥିଲେ ନୂଆପଡ଼ା ର କଣ୍ଠଶିଳ୍ପୀ ପ୍ରତାପ ସାହୁ ଓ ସୁଦୂର ଭବାନୀପାଟଣା ରୁ ଆସିଥିବା ଅଧ୍ୟାପିକା ଓ ସର୍ବ ଭାରତୀୟ ଆକାଶବାଣୀ କଣ୍ଠଶିଳ୍ପୀ ଲିପ୍ସା ମହାରଣା। ମେଳାରେ ସମୁଦାୟ ୫୦ ଗୋଟି ବିଭିନ୍ନ ବିଭାଗ ସହିତ କୃଷି ଯନ୍ତ୍ରପାତି ର ଷ୍ଟଲ ପଡ଼ିଛି। ତନ୍ମଧ୍ୟରୁ ୧୩ ଗୋଟି ବିଭାଗୀୟ ଷ୍ଟଲ ହୋଇଥିବା ବେଳେ ଅବଶିଷ୍ଟ ୩୩ ଟି ଷ୍ଟଲ ବିଭିନ୍ନ ଯନ୍ତ୍ରପାତି ସମ୍ବନ୍ଧୀୟ ଷ୍ଟଲ ସହ ୪ ଟି ଖାଦ୍ୟପେୟ ଷ୍ଟଲ ରହିଛି। ନୂଆପଡ଼ା ବ୍ଲକ୍ ସାରାବଙ୍ଗ ର ଚାଷୀ ଶ୍ରୀ ଟିକେଶ୍ୱର୍ ଦେୱାଙ୍ଗନ୍ ଙ୍କୁ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ରେ ସମ୍ମାନିତ କରିବା ସହ ୧୫,୦୦୦/- ଟଙ୍କା ଚେକ୍ ମାଧ୍ୟାମ ରେ ପ୍ରଦାନ କରାଗଲା । ନୂଆପଡ଼ା ବ୍ଲକ୍ ରଟାପାଲି ର ପ୍ରିୟଙ୍କା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ଛତୁ ଚାଷ ପାଇଁ ପ୍ରାରମ୍ଭିକ ଅର୍ଥ ରାଶି ବାବଦକୁ ୧୦,୦୦୦/- ଟଙ୍କା ଚେକ୍ ମାଧ୍ୟମ ରେ ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଗଲା । ଆଜି ଜିଲ୍ଲାର ଜଣେ ଚାଷି ଙ୍କୁ ଷ୍ଟେଜ୍ ରେ ଅତିଥି ମାନଙ୍କ ଦ୍ଵାରା ଟ୍ରାକ୍ଟର ଚାବି, ତିନି ଜଣ ଚାଷୀ ଙ୍କୁ କମ୍ବାଇନ୍ ହାର୍ଭେଷ୍ଟର ଚାବି ପ୍ରଦାନ କରାଯାଇଥିଲା । ଅପରାହ୍ନ ରେ ଇଫକୋ ଦ୍ଵାରା ଚାଷୀ ମାନଙ୍କ ପାଇଁ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ସଠିକ୍ ଉତ୍ତର ଦେଇଥିବା ଚାଷୀ ମାନଙ୍କୁ ଇଫକୋ ଦ୍ଵାରା ପୁରସ୍କୃତ କରାଯାଇଥିଲା । ସନ୍ଧ୍ୟା ର ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ସମ୍ବଲପୁରୀ, ଓଡ଼ିଆ, ହିନ୍ଦୀ ଗୀତ ଓ ନୃତ୍ୟ ର ଆସର ରେ ନୂଆପଡ଼ା କମ୍ପି ଉଠିଥିଲା । ଏହି କାର୍ଯ୍ୟକ୍ରମ ଆଗାମୀ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । କାର୍ଯ୍ୟକ୍ରମ ରେ କୃଷି ବିଭାଗ ର ସମସ୍ତ ଗୋଷ୍ଠୀ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ, କୃଷି ଅଧିଦର୍ଶକ, ଗ୍ରାମ୍ୟ କୃଷି କର୍ମଚାରୀ, ବି.ଟି.ଏମ୍ ଏବଂ ଏ.ଟି.ଏମ୍ ଙ୍କ ସହ ଅନ୍ୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ