ଜାତୀୟ ବନ୍ଦଣା ପର୍ବ- ୨୦୨୬ ନଭେମ୍ବର ୧୧ରୁ:କେନ୍ଦୀୟ କମିଟି ଗଠିତ:-୭ଟି ଜିଲ୍ଲାରୁ ଯୋଗଦେଲେ କର୍ମକର୍ତ୍ତା
ବାରିପଦା, ୩୦।୮: ସ୍ଥାନୀୟ ଷ୍ଟାଡିୟମ ସମ୍ମିଳନୀ କକ୍ଷଠାରେ 'ଜାତୀୟ ଗୋ ବନ୍ଦଣା ପର୍ବ-୨୦୨୬' କୁ ଧୂମଧାମରେ ପାଳନ କରିବା ନିମନ୍ତେ ଏକ କେନ୍ଦ୍ରୀୟ କୋର କମିଟି ଗଠନ ସହିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର କୁଡୁ଼ମୀ ଜନବସତି ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, ଦେବଗଡ ଓ ସୁନ୍ଦରଗଡ଼ ପ୍ରଭୃତି ଜିଲ୍ଲାର ବହୁ ସଂଖ୍ୟାରେ ବୁଦ୍ଧିଜୀବି, କୁଡୁମୀ ସଂଗଠକ କୁଡୁ଼ମୀ ଓ ଯୁବକ-ଯୁବତୀ ଯୋଗଦେଇଥିଲେ। ବରିଷ୍ଠ କୁଡୁ଼ମୀ ସଂଗଠକ ମନୋଜ କୁମାର ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ସିଡିଏମଓ ଡା ତ୍ରିଲୋଚନ ମହାନ୍ତ, ସମ୍ମାନିତ ଅତିଥି ଭାବେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ କୁଳସଚିବ ପ୍ରଫେସର ଡ କାଳିପଦ ମହାନ୍ତ, ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଆସୋସିଏଟ୍ ପ୍ରଫେସର ଡ ବସନ୍ତ କୁମାର ମହାନ୍ତ, କୁଡୁ଼ମୀ ସଂଗଠକ ଚିତ୍ତରଞ୍ଜନ ମହାନ୍ତ, ଆ-ଆ ଯୁବ ସଂଘର ସଭାପତି ଶରତ ମହାନ୍ତ ଏବଂ ସମ୍ପାଦକ ଗୌରହରୀ ମହାନ୍ତ ଯୋଗଦେଇଥିଲେ। ସଭାର ଆରମ୍ଭରେ କେଶବ କୃଷ୍ଣ ମହାନ୍ତ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉଦ୍ୟୋକ୍ତା ଅଧ୍ୟାପକ ଯୋଗେଶ୍ୱର ମହାନ୍ତ ବାନ୍ଦଣା ପର୍ବ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ନଭେମ୍ବର ୧୧, ୧୨ ଓ ୧୩ତାରିଖରେ ବେତନଟୀ ନିକଟ ଆଗୁଆଡ ଗ୍ରାମରେ ଜାତୀୟ ବନ୍ଦଣା ପର୍ବ ଅନୁଷ୍ଠିତ ହେବ । ଏହି ଅବସରରେ ପର୍ବକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଏକ ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯାଇ ଦାୟିତ୍ୱ ବଣ୍ଟନ କରାଯାଇଥିଲା | ଯେଉଁଥିରେ ଉପଦେଷ୍ଟା ମଣ୍ଡଳୀରେ ଡା ତ୍ରିଲୋଚନ ମହାନ୍ତ, ଚିତ୍ତରଞ୍ଜନ ମହାନ୍ତ, ଡ ଭକ୍ତହରି ମହାନ୍ତ, ଆଇନଜୀବୀ ପଦ୍ମଲୋଚନ ମହାନ୍ତ , ଦେବେନ୍ଦ୍ରନାଥ ମହାନ୍ତ ଓ ପଦ୍ମଲୋଚନ ମହାନ୍ତ ରହିଥିବା ବେଳେ ପ୍ରଫେସର ଡ କାଳିପଦ ମହାନ୍ତଙ୍କୁ ସଭାପତି ଏବଂ ଯୁଧିଷ୍ଠିର ମହାନ୍ତ (ଯାଜପୁର), ଅଭିମନ୍ୟୁ ମହାନ୍ତ (ମୟୂରଭଞ୍ଜ), ଭୀମସେନ ମହାନ୍ତ (କେନ୍ଦୁଝର) ଓ ଧ୍ରୁବ ମହାନ୍ତ (ସୁନ୍ଦରଗଡ଼)ଙ୍କୁ ଉପସଭାପତି ଭାବେ ମନୋନୀତ କରାଯାଇଥିଲା | ସାଂଗଠନିକ ସମ୍ପାଦକ ଭାବେ ସଞ୍ଜୀବ ମହାନ୍ତ, ହୀରାଲାଲ ମହାନ୍ତ, ଦଳଗୋବିନ୍ଦ ମହାନ୍ତ, ହେମନ୍ତ ମହାନ୍ତ, ସନ୍ତୋଷ ମହାନ୍ତ, ସ୍ନେହାଶିଷ ମହାନ୍ତ, ଭାଗବତ ମହାନ୍ତ, ଭବାନୀ ଶଙ୍କର ମହାନ୍ତ ଓ ନୀଳକଣ୍ଠ ମହାନ୍ତ, ସାଂସ୍କୃତିକ ସମ୍ପାଦକ ଭାବେ ଡ. ପ୍ରତାପ ଚନ୍ଦ୍ର ମହାନ୍ତ, କେଶବ କୃଷ୍ଣ ମହାନ୍ତ, ଦେବେନ୍ଦ୍ର ମହାନ୍ତ, ଦେବେନ୍ଦ୍ର ମହାନ୍ତ, ଶତ୍ରୁଘ୍ନ ମହାନ୍ତ, ମନୋଜ କୁମାର ମହାନ୍ତ ଓ ଲକ୍ଷ୍ମୀଧର ମହାନ୍ତ, ଆର୍ଥିକ ସମ୍ପାଦକ ଭାବେ ଗୌରହରୀ ମହାନ୍ତ, ପ୍ରସନ୍ନ ମହାନ୍ତ ଓ ମନମିତ ସାନସ କୁମାର ମହାନ୍ତ, ସୁରକ୍ଷା ଓ ଶୃଙ୍ଖଳା ଦାୟିତ୍ୱରେ ଭବାନୀ ଶଙ୍କର ମହାନ୍ତ, କୁମାରେନ୍ଦ୍ର ମହାନ୍ତ ବାସୁ ମହାନ୍ତ ଓ ରଞ୍ଜନ ମହାନ୍ତ, ଆବାସ ବ୍ୟବସ୍ଥାରେ ଶରତ ମହାନ୍ତ, ହିମାଂଶୁ ମହାନ୍ତ ଓ ବିବେକାନନ୍ଦ ମହାନ୍ତ, ଖାଦ୍ୟ ଓ ପାନୀୟ ବ୍ୟବସ୍ଥାରେ ସାମନ୍ତ ସିଂହାର ମହାନ୍ତ, ଅତୁଲ ଚନ୍ଦ୍ର ମହାନ୍ତ ଓ ଲୋକନାଥ ମହାନ୍ତ, ଅତିଥି ଅଭ୍ୟର୍ଥନାରେ ଆଦିକନ୍ଦ ମହାନ୍ତ, ପପୁନ ଚନ୍ଦ୍ର ମହାନ୍ତ, ତପନ ମହାନ୍ତ, ଦୁର୍ଗା ମହାନ୍ତ ଓ ପଦ୍ମଲୋଚନ ମହାନ୍ତ, ସଂକଳନ ଓ ପ୍ରକାଶନରେ ପ୍ରଫେସର ଡ ବସନ୍ତ କୁମାର ମହାନ୍ତ, ଶିଉଲାଲ ମହାନ୍ତ, ଗୋବିନ୍ଦ ଚନ୍ଦ୍ର ମହାନ୍ତ, ମେଘାନୁର ମହାନ୍ତ ଓ ବାପି କୁମାର ମହାନ୍ତ, ସୋସିଆଲ ମିଡିଆ ଦାୟିତ୍ୱରେ ମିନାକ୍ଷୀ ମହାନ୍ତ, ସରସ୍ୱତୀ ମହାନ୍ତ, ବୁଲୁ ମହାନ୍ତ ଓ ବାସନ୍ତୀ ମହାନ୍ତ, ମହିଳା ସମ୍ପାଦିକା ଭାବେ କ୍ଷଣପ୍ରଭା ମହାନ୍ତ ଏବଂ ମିଡିଆ ସେଲ୍ ଦାୟିତ୍ୱରେ ନିରଞ୍ଜନ ମହାନ୍ତଙ୍କୁ ମନୋନୀତ କରାଯାଇଥିଲା। ଶେଷରେ କେଶବକୃଷ୍ଣ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0