।। ଗତ କିଛି ଦିନ ପୂର୍ବେ ହେଇଥିବା ଚୋରୀ କେସ୍ ର ପର୍ଦାଫାସ୍ ନେଇ ପ୍ରେସ୍ ମିଟ୍ (ସୁନାବେଡ଼ା) ।।

Aug 16, 2024 - 21:07
 0  76
।। ଗତ କିଛି ଦିନ ପୂର୍ବେ ହେଇଥିବା ଚୋରୀ କେସ୍ ର ପର୍ଦାଫାସ୍ ନେଇ ପ୍ରେସ୍ ମିଟ୍ (ସୁନାବେଡ଼ା) ।।

ସୁନାବେଡ଼ା/ସେମିଳିଗୁଡ଼ା ତା-୧୬/୦୮/୨୦୨୪ ବାବୁଲା ଖିଲ (ଫାଷ୍ଟ ନ୍ୟୁଜ ଓଡ଼ିଶା)ଗତ କିଛି ଦିନ ହେବ ସୁନାବେଡା ଥାନା ଅଧିନ ସେମିଳିଗୁଡା ଓ ସୁନାବେଡା ସହରର ବିଭିନ୍ନ ଅଞ୍ଚଳରେ ଚୋରିକୁ ନେଇ ସୁନାବେଡା ଥାନାରେ ଏକାଧିକ ଅଭିଯୋଗ ହୋଇଥିଲା । ଏହାକୁ ଗୁରୁତ୍ତ୍ବର ସହ ନେଇ ସୁନାବେଡା ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଉଭୟ ସହରର ବିଭିନ୍ନ ଅଞ୍ଚଳରେ ଛାନଭିନ୍ ଜାରୀ ରହିଥିଲା । ଶୁକ୍ରବାର ପୋଲିସ୍ ୩ ଟି ଚୋରି ଅଭିଯୋଗର ପର୍ଦାଫାସ କରିଥିବା ସୁନାବେଡା ଥାନା ପରିସରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୁନାବେଡା ଏସ ଡ଼ି ପି ଓ ମନୋବ୍ରତା ଶତପଥୀ ସୂଚନା ଦେଇଛନ୍ତି । ଜୁଲାଇ ୨୦ ତାରିଖରେ ଗୋପବନ୍ଧୁ ନଗର ମା' ମଙ୍ଗଳା ମନ୍ଦିରରୁ ଚୋରିକୁ ନେଇ ମନ୍ଦିର ସମ୍ପାଦକ ବିଶ୍ୱ ବନ୍ଦନ ସାମଲ ଲିଖିତ ଅଭିଯୋଗ କରିଥିବା ବେଳେ ଚଳିତ ମାସ ୧ ତାରିଖ ସନ୍ଧ୍ୟା ସମୟରେ ସେମିଳିଗୁଡା ଅରବିନ୍ଦ ନଗରରେ ରହୁଥିବା ପ୍ରମୋଦ କୁମାର ପ୍ରଧାନଙ୍କ ଘରୁ ଗଡରେଜ ଭାଙ୍ଗି ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ଗହଣା କେହି ଦୁର୍ବୃତ୍ତ ଲୁଟି ନେଇଥିବା ଏବଂ ୭ ତାରିଖରେ ସେମିଳିଗୁଡା ସନ୍ତୋଷୀ ମା' ମନ୍ଦିର ନିକଟରେ ରହୁଥିବା ବିଶ୍ଵନାଥ ଦିଶାରୀଙ୍କ ଘରୁ ସୁନା ଅଳଙ୍କାର ସହ ଟଙ୍କା ଚୋରିକୁ ନେଇ ଅନ୍ୟ ଏକ ଅଭିଯୋଗ ହୋଇଥିଲା । ଏହାକୁ ଆଧାର କରି ସୁନାବେଡା ପୋଲିସ ୧୩୩/୨୪,୧୩୯/୨୪ ଓ ୧୪୨/୨୪ ରେ ୩ ଟି ପୃଥକ ପୃଥକ ମାମଲା ରୁଜୁ କରିଥିଲା । ଉପରୋକ୍ତ ୩ ମାମଲାରେ ସାମିଲ ଥିବା ୫ ଜଣ ନାବାଳକଙ୍କ ସହ ଜଣେ ମହିଳା ସେମିଳିଗୁଡା ତଳସାହିର ସ୍ବର୍ଗତ ରାଜେଶ ଗୁପ୍ତାଙ୍କ ସ୍ତ୍ରୀ ଜିରା ଗୁପ୍ତା(୪୨)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ମହିଳା ଜଣକ ଗୋଟିଏ କବାଡିଆ ହୋଇଥିବାରୁ ଚୋରି ଜିନିଷ ବିକ୍ରି କରିବାରେ ସେମାନଙ୍କୁ ସାହାଯ୍ଯ କରୁଥିଲେ ।ଏଥିସହ ଗୁଣ୍ଠାପୁଟ ସନ୍ତୋଷୀ ମା' ନଗରରେ ଚୋରି ଜିନିଷ ଗଛିତ ରଖାଯାଉଥିବା ଓ ଅଭିଯୁକ୍ତଙ୍କ ନିକଟରୁ ୫୦ ହାଜର ନଗଦ ଟଙ୍କା ,୨ ଶହ ଗ୍ରାମ ସୁନା ଅଳଙ୍କାର, ୨ ଶହ ଗ୍ରାମ ରୁପା ଅଳଙ୍କାର , ଗୋଟିଏ ଲାପ ଟପ ଜବତ କରାଯାଇଛି । ସମସ୍ତ ଜିନିଷର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଏସ ଡ଼ି ପି ଓ ଶତପଥୀ କହିଛନ୍ତି । ଚୋରିର ବାରମ୍ବାର ଅଭିଯୋଗ ପରେ ସୁନାବେଡ଼ା ପୋଲିସ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଯେଉଁଥିରେ କିଛି ଗୁପ୍ତଚରଙ୍କୁ ସାମିଲ କରିଥିଲା ଯାହା ସମ୍ମିଳନୀରେ ଶ୍ରୀମତୀ ଶତପଥୀ ସୂଚନା ଦେଇଛନ୍ତି । ଏହି ସମ୍ମିଳନୀରେ ସୁନାବେଡା ଥାନା ଅଧିକାରୀ ଶ୍ରୀ ପାତ୍ର ଉପସ୍ଥିତ ଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ