କୋଲାଵିରା ପଞ୍ଚାୟତସ୍ତରୀୟ ଓବିସି କମିଟି ଗଠନ

Nov 19, 2025 - 11:58
 0  70
କୋଲାଵିରା ପଞ୍ଚାୟତସ୍ତରୀୟ ଓବିସି କମିଟି ଗଠନ

କୋଲାଵିରା,୧୮/୧୧(ଫାଷ୍ଟ ନ୍ୟୁଜ ଓଡିଶା)- ଝାରସୁଗୁଡ଼ା ଜିଲ୍ଲା କୋଲାଵିରା ପଞ୍ଚାୟତ ସ୍ତରୀୟ ପଛୁଆ ବର୍ଗ ଜାତି (ଓବିସି) କମିଟି ମଙ୍ଗଳବାର ଗଠିତ ହୋଇଯାଇଛି l ଏ ଉପଲକ୍ଷେ ବରିଷ୍ଠ ସଦସ୍ୟ ରୂପଧର ପଟେଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କମିଟିର ବ୍ଲକ ସଂଯୋଜକ ସିରଜୁ ଖମାରୀ ସଭା ପରିଚାଳନା କରିଥିଲେ l ଏଥିରେ ସମାସିଂହା ପଞ୍ଚାୟତ ଓବିସି କମିଟି ଉପଦେଷ୍ଟା ତୁଲେଶ୍ୱର ପଟେଲ ପର୍ଯ୍ୟବେକ୍ଷକ ଭାବରେ ଯୋଗଦେଇଥିଲେ l ଏଥିରେ ଶିକ୍ଷା, ଚାକିରି ତଥା ଅନ୍ୟାନ୍ୟ କ୍ଷେତ୍ର ରେ ଓବିସି ବର୍ଗ ପାଇଁ ସଂରକ୍ଷଣ ତଥା ଓବିସି ସମାଜ ର ଉନ୍ନତି ବିଷୟରେ ଆଲୋଚନା କରାଯାଇଥିଲା l ଆଗାମୀ ଦିନରେ ପଞ୍ଚାୟତ ର ସମସ୍ତ ଗ୍ରାମରେ ବୈଠକ କରି ସଂଗଠନ କୁ ମଜବୁତ୍ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା l ଏହି ବୈଠକ ରେ ସର୍ବସମ୍ମତି କ୍ରମେ ସୁକାନ୍ତ ସାହୁ ଙ୍କୁ ସଭାପତି, ଭାଗିରଥି ପ୍ରଧାନ ଓ ତପସ୍ଵିନୀ ରଣା ଙ୍କୁ ଉପସଭାପତି, ସାନନ୍ଦ ମହାପାତ୍ର ଙ୍କୁ ସାଧାରଣ ସମ୍ପାଦକ, ସାନୁର୍ୟ୍ଯ ପଟେଲ ଓ ରାଇବାରି ବଞ୍ଛୋରଙ୍କୁ ସହ ସମ୍ପାଦକ ଏବଂ ସୁରେନ ଟଣ୍ଡକାର ଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା l ଏହାସହ ପଲ୍ଲବ ସାହୁ ଙ୍କୁ ପଞ୍ଚାୟତ ସଂଯୋଜକ ଭାବେ ଦାୟିତ୍ଵ ପ୍ରଦାନ କରାଯାଇଥିଲା l ଏହାସହ ରାଜେଶ ଦାଶ,ମହେନ୍ଦ୍ର ସାହୁ, ବିଜୟ ବେହେରା, ଅରୁଣ କୁମାର ବେହେରା, ମହେନ୍ଦ୍ର ଡିଲା, କିଶୋର ପ୍ରଧାନ, ସୈରେନ୍ଦ୍ରି ପଧାନ, ସୁମନ୍ତ ଭାଇଁଶା, ଭଗତ ବଞ୍ଛୋର, ଲିଲିମା ବେହେରା, ସଂଘମିତ୍ରା ବେହେରା, ଉମାକାନ୍ତ ରଣା ଙ୍କୁ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ମନୋନୀତ ହୋଇଥିଲେ l ଏହାସହ ଅଶୋକ କୁମାର ବେହେରା, କେଶବ ପଧାନ, ଡିଲେଶ୍ୱର ବେହେରା, ରୂପଧର ପଟେଲ, ବରୁଣ ନାଗ, ସୁଦାମ ବଗାର, ଯୋଗୀ ଦାସ ପ୍ରମୁଖ ପରାମର୍ଶଦାତା ଭାବେ ମନୋନୀତ କରାଯାଇଥିଲା l ଏହି ବୈଠକ ରେ ପଞ୍ଚାୟତ ଅଞ୍ଚଳ ର ଅଧିକାରୀ ବିଭିନ୍ନ ଗ୍ରାମରୁ ଓବିସି ବର୍ଗର ମହିଳା ଓ ପୁରୁଷ ଯୋଗଦେଇଥିଲେ l

କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ (ଫାଷ୍ଟ ନ୍ୟୁଜ ଓଡିଶା)

What's Your Reaction?

Like Like 2
Dislike Dislike 0
Love Love 0
Funny Funny 2
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ