।। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ର ମିନିଷ୍ଟାଡିୟମ ଠାରେ ବିଶ୍ବ ଆଦିବାସୀ ଦିବସ ପାଳିତ ।।

Aug 9, 2024 - 20:03
 0  587
।। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ର ମିନିଷ୍ଟାଡିୟମ ଠାରେ ବିଶ୍ବ ଆଦିବାସୀ ଦିବସ ପାଳିତ ।।

ସମାରୋହ ଆଦିବାସୀ ପରମ୍ପରା ଅନୁଯାୟୀ ନାଚ ଗୀତ କରି ଅତି ଧୁମ୍ ଧାମ୍ ରେ ପାଳିତ ହୋଇଯାଇଅଛି l ଆଜି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ର ମିନିଷ୍ଟାଡିୟମ ଠାରେ ବ୍ଲକ ସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମରେ ପଟ୍ଟାଙ୍ଗି, ସେମିଲିଗୁଡା ବ୍ଲକର ବିଭିନ୍ନ ଆଦିବାସୀ ଜାତି ଓ ଜନଜାତିର ଆଦିବାସୀ ମାନେ ଉପସ୍ଥିତ ରହିଥିଲେ,ପ୍ରଥମେ ଆଦିବାସୀ ବେଶ ଭୁସା,ନୃତ୍ୟ ସହ ପଟ୍ଟାଙ୍ଗି ଗଙ୍ଗାମା ମନ୍ଦିର ଠାରୁ ବାହାରି ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଂଚି ପଟ୍ଟାଙ୍ଗି ତହସିଲଦାରଙ୍କ ମାଧ୍ୟ୍ୟମରେ ମହାମହିମ ରାଜ୍ୟପାଳଙ୍କୁ 23 ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲା l ତତପରେ ଏହି କାର୍ଯ୍ୟକ୍ରମ ଟି ପଟ୍ଟାଙ୍ଗି ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ କରାଯାଇଥିଲା, ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପଟ୍ଟାଙ୍ଗି ବିଧାୟକ ଶ୍ରୀଯୁକ୍ତ ରାମଚନ୍ଦ୍ର କାଡାମ, ସନ୍ନମାନିତ ଅଥିତି ଭାବେ ବ୍ଲକ ଅଧକ୍ଷା କୋଳ୍ପନା ପାଙ୍ଗି ସମେତ ସାଂସଦ ପ୍ରତିନିଧି ଶୁକ୍ରା ଖରା ପ୍ରମୁଖ ଯୋଗଦେଇ ବୈଠକରେ ଆଦିବାସୀ ମାନଙ୍କ ହକ ନିମନ୍ତେ ଆଲୋଚନା କରିଥିବା ପ୍ରତିକ୍ରିୟା ଦେଇଥିଲେ l କୋରାପୁଟ ରୁ ପ୍ରତିକାର news ବାଇଟ - 1 ବିଧାୟକ ପଟ୍ଟାଙ୍ଗି ରାମ ଚନ୍ଦ୍ର କାଡାମ ।

କୋରାପୁଟ ରୁ ଖରା ଖରା ଙ୍କ ରିପୋର୍ଟ First news Odisha

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ