।। କାଶୀପୁର ରେ ପୁଣି ବ୍ୟାପିଲା ଝାଡାବାନ୍ତି, ୧ ମୃତ, ୧୦ ଆକ୍ରାନ୍ତ ।।

Aug 20, 2024 - 17:53
 0  8
।। କାଶୀପୁର ରେ ପୁଣି ବ୍ୟାପିଲା ଝାଡାବାନ୍ତି, ୧ ମୃତ, ୧୦ ଆକ୍ରାନ୍ତ ।।

ରାୟଗଡ଼ ଜିଲ୍ଲାର କାଶୀପୁର ବ୍ଲକରେ ପ୍ରତିବର୍ଷ ଝାଡ଼ାବାନ୍ତି ଭଳି ମହାମାରୀ ରେ ଲୋକମାନେ ପ୍ରାଣ ହରାଉ ଥିବା ବେଳେ ସ୍ବାସ୍ଥ୍ୟ ବିଭାଗ କୌଣସି ସ୍ଥାୟୀ ପ୍ରତିକାର ପଦକ୍ଷେପ ନକରିବା  ସବୁଠାରୁ ବଡ଼ ପ୍ରଶ୍ନବାଚୀ। ସୂଚନା ମୁତାବକ ଗତ ମାସରେ ଝାଡ଼ାବାନ୍ତି ସଂକ୍ରମଣରେ ଗୋରଖପୁର ପଞ୍ଚାୟତର ଲାମ୍ବିରି ଗ୍ରାମର ଦୁଇ ଜଣ ପ୍ରାଣ ହରାଇଥିବା ବେଳେ । ଗତକାଲି ଶଙ୍କରଡା ପଂଚାୟତର ରାଉଳି ଗ୍ରାମର ୱେଣ୍ଡି ମାଝୀ (୮୫) ଝାଡ଼ାବାନ୍ତି ରେ ସଂକ୍ରମଣ ହୋଇ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଣ ହରାଇଥିବା ଜଣା ପଡ଼ିଛି । ସେଭଳି ରାଉଳୀ ଗାଁ ରେ ଆହୁରି ୮ ଜଣ ଏହି ଝାଡ଼ାବାନ୍ତିରେ ସଂକ୍ରମିତ ଥିବା ରାୟଗଡ ସି ଡି ଏମ ଓ ଲାଲ୍ ମୋହନ ରାଉତରାୟ କହିଥିବା ବେଳେ , ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ରାଉଳି ଗ୍ରାମର  ତୁମ୍ବେଶ୍ୱର୍ ସାହୁଙ୍କ ଝିଅ ଜାଳନ୍ତି ସାହୁ (୧୮) ଚିକିତ୍ସିତ ହେଉଥିବା ବେଳେ ସିରିପାଇ ପଞ୍ଚାୟତର ଭାଲୁମସ୍କା ଗାଁର ଜଗା ମାଝିଙ୍କ  ସ୍ତ୍ରୀ ସିତା ଦେଇ ମାଝୀ ( ୪୫) ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ଆଗକୁ ଦେଖିବାର ଅଛି ସ୍ବାସ୍ଥ୍ୟ ବିଭାଗ କିଭଳି ଏହାକୁ ନିୟନ୍ତ୍ରଣ କରୁଛି ନା ଏହି ମହାମାରିରେ ଆଉ କିଛି ଜୀବନ ଚାଲିଯିବ ତାହା ସମୟ ହିଁ କହିବ ।

 ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ