କନ୍ଧମାଳ ରେ ପିଛା ଛାଡୁନି ଦାଦନ ମୃତ୍ୟୁ ପୁଣି ତାମିଲ୍ ନାଡୁ ରେ ଯୁବତୀଙ୍କ ହେଲା ମୃତ୍ୟୁ

Aug 3, 2026 - 17:46
 0  194
କନ୍ଧମାଳ ରେ ପିଛା ଛାଡୁନି ଦାଦନ ମୃତ୍ୟୁ ପୁଣି ତାମିଲ୍ ନାଡୁ ରେ ଯୁବତୀଙ୍କ ହେଲା ମୃତ୍ୟୁ

କ. ନୂଆଗାଁ ୩/୮/୦୨୬ (ସଲମନ୍ ବିନ୍ଧାଣୀ)କନ୍ଧମାଳ ରେ ପିଛା ଛାଡୁନି ଦାଦନ ଶ୍ରମିକ ମାନଙ୍କର ମୃତ୍ୟୁ କନ୍ଧମାଳ ଜିଲ୍ଲାର ସିର୍ତ୍ତିଗୁଡ଼ା ପଞ୍ଚାୟତ ଗୁଞ୍ଜୀଙ୍ଗା ଗ୍ରାମାର ଯୁବତୀ ଜଣକ ତାମିଲନାଡୁ କୁ ଦାଦନ ଖଟିବାକୁ ଯାଇଥିଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି ମୃତ ମହିଳା ଜଣକ ହେଲେ କୁଶ ପ୍ରଧାନଙ୍କ ଝିଅ କସ୍ତୁରୀ ପ୍ରଧାନ (୨୯) ବୋଲି ଜଣା ପଡ଼ିଛି ପାରିବାର ଲୋକଙ୍କ କହିବା ସୂଚନା ଅନୂଯାୟୀ କସ୍ତୁରୀ ପ୍ରଧାନ ୨ବର୍ଷ ହେବ ପାରିବାରିକ ଆର୍ଥିକ ଅବସ୍ଥା ଶୋଚନୀୟ ଯୋଗୁଁ ତାମିଲନାଡୁ କଇମ୍ବୁତୁର ର କାନୂର୍ ରେ ଥିବା ଏକ CMC ସୂତା ଖୋଳ କମ୍ପାନୀ ରେ କାମ କରୁଥିଲେ I ତାଙ୍କର କୌଣସି କାରଣରୁ ମୃତ୍ୟୁ ଘଟିଛି ଵର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନଥିବା ବେଳେ କମ୍ପାନୀ ମାଲିକ ବିମାନ ସାହାଯ୍ୟରେ ଭୁବନେଶ୍ୱର ବିମାନ ବନ୍ଦର କୁ ପଠାଇ ସେଠାରୁ ତାଙ୍କୁ ନିଜ ବାସ ସ୍ଥାନ ଗୁଞ୍ଜିଙ୍ଗା କୁ ନେଇ ଯିବା ପାଇଁ ବ୍ୟବସ୍ଥା କରୁଥିବାର ସୂଚନା ମିଳିଛି I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 2
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ