କଥା ଦେଇ କଥା ରଖିଲେ ବିଧାୟକ:ମୂଖିଗୁଡା ବସ ଟାଣ୍ଡ ର ଶୋଚାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ
ଜୟପାଟଣା ବ୍ଲକ ମୂଖିଗୁଡା ବସ ଟାଣ୍ଡ ର ଶୋଚାଳୟ, ଅମୃତଧାରା ଓ ବସଟାଣ୍ଡ ର ଶୌନ୍ଦର୍ଯ୍ୟ କରଣ କାମ ଗୁଡିକ ବହୁତ ଦିନ ଧରି ପଡି ରହିଥିଲା | ସାଧାରଣ ଜନତା ଏହି ବିଷୟରେ ସବୁ ସମୟ ରେ ଚର୍ଚ୍ଚା ହେଉ ଥିବା ସହିତ ବସରେ ଆସିବ ଯିବା ଲୋକ ମାନେ ବହୁ ଅସୁବିଧା ର ସମ୍ମୁଖୀନ ହେଉଥୀଲେ! ବାରମ୍ବାର ଖବର କାଗଜ ରେ ଖବର ପ୍ରସାରଣ ହେବା ରୁ ବିଧାୟକ ଶୋଚଳୟ ଓ ଅମୃତ ଧାରା କୁ ଆଜି ମାନ୍ୟବର ଲାଞ୍ଜିଗଡ଼ ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରୀ ଶୁଭ ଉଦଘାଟନ କାରିଥିଲେ! ମୂଖିଗୁଡା ପାଞ୍ଚୟତ ସରପଞ୍ଚ ଶ୍ରୀମତି ଜୟନ୍ତୀ ମହାଲିକ ବିଜେଡି ର ବରିଷ୍ଠ ନେତା ଶ୍ରୀଯୁକ୍ତ ସତ୍ୟାନନ୍ଦ ମହାଲିକ ବସନ୍ତ କୁମାର ନାୟକ ପୂର୍ଣ୍ଣଚନ୍ଦ୍ର ମହାଲିକ ବିଜେଡ଼ି ଯୁବମୋର୍ଚ୍ଚା ର ଶ୍ରୀ ବେଳଲାସେନ ମାଝୀ,ଶ୍ରୀ ନଟବର ହରିଜନ,ହରିହର ସୁନା,ତ୍ରିଲୋଚନ ରାଉତ, ଶ୍ରୀମତିମହିଳା ମୋର୍ଚ୍ଚା ର ସୁଭଦ୍ରା ନାଏକ, ପଙ୍କଜିନୀ ପଟ୍ଟନାୟକ ଓ ମୁଖିଗୁଡା ଗ୍ରାମ ପଞ୍ଚାୟତ ର ସମସ୍ତ କର୍ମ କର୍ତ୍ତା ସଭ୍ୟ ସଭାରେ ଉପସ୍ଥିତ ରହିଥିଲେ । ଆଗକୁ ଏପରି କାମ କରନ୍ତୁ ବୋଲି ଲୋକ ମାନଙ୍କ ଚର୍ଚ୍ଚା କରିବା ସହିତ ମାନ୍ୟବର ବିଧାୟକ ଶ୍ରୀ ଦିଶାରୀ ଙ୍କୁ ଅନେକ ପ୍ରସଂଶା ସହିତ ଅଞ୍ଚଳ ବାସୀ ଙ୍କ ମନ ରେ ଖୁସି ର ସହ ସ୍ୱାଗତ କରିଥିଲେ!
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0