ଆର୍ଥିକ ଅନିୟମିତତା ଓ ସମବାୟ ତହବିଲରୁ ଅର୍ଥ ଆତ୍ମସାତ ଅଭିଯୋଗ, ସଂପୃକ୍ତ ସମ୍ପାଦକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ

Sep 25, 2026 - 08:22
 0  76
ଆର୍ଥିକ ଅନିୟମିତତା ଓ ସମବାୟ ତହବିଲରୁ ଅର୍ଥ ଆତ୍ମସାତ ଅଭିଯୋଗ, ସଂପୃକ୍ତ ସମ୍ପାଦକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ

ଦାଇତ୍ଵ ଅପରାସାରଣ ପରେ ସ୍ପଷ୍ଟିକରଣ ପାଇଁ ୭ଦିନର ମହଲତ ଦେଲା ପରିଚାଳନା ପରିଷଦ କୋଲାବିରା, ୨୪ ।୯(ଫାଷ୍ଟ ନ୍ୟୁଜି ଓଡ଼ିଶା) କୋଲାବିରା ପ୍ରାଥମିକ କୃଷି ସମବାୟ ସମିତର ସମ୍ପାଦକ ଦେବରାଜ କୁମୁରାଙ୍କ ବିରୋଧରେ ଗୁରୁତର ଆଭିଯୋଗ ସାମନାକୁ ଆସିଛି । ସମବାୟ ତହବିଲରୁ ଅର୍ଥ ଆତ୍ମସାତ ତଥା ଆର୍ଥିକ ଅନିୟମିତତା ପରି ସଙ୍ଗୀନ ଅଭିଯୋଗରେ ଜତିତ ସମ୍ପାଦକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ପରିଚାଳନା ପରିଷଦ ତାଙ୍କୁ ପକ୍ଷ ରଖୁବା ପାଇଁ ୭ ଦିନର ମହଲତ ଦେଇଛି । ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ଝାରସୁଗୁଡାଙ୍କ ପତ୍ର ସଂଖ୍ୟା ୧୨୭୧ ମାର୍ଫିତରେ ଜାରି କରାଯାଇଥିବା ପତ୍ରରେ ୨୦୨୩-୨୪ ଓ ୨୦୨୪-୨୫ ବର୍ଷର ସମୀକ୍ଷା ରିପୋର୍ଟ ଅନୁଯାୟୀ ସମ୍ପାଦକ ଦେବରାଜ କୁମୁରା ଉଦ୍ଦେଶ୍ୟମୂଳକ ଭାବରେ ସମବାୟ ତହବିଲରୁ ଅର୍ଥ ଆତ୍ମସାତ କରିଥିବା ଜଣାପଡିବା ପରେ ଏସଂକ୍ରାନ୍ତରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରିଚାଳନା କମିଟିକୁ କୁହାଯାଇଛି । ଏଥରେ ସର୍ବପ୍ରଥମେ ସମ୍ପାଦକଙ୍କ ଠାରୁ ଦାଇତ୍ଵ ଅପସାରଣ କରିବା ସହିତ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିଚାଳନା କମିଟିକୁ ନିର୍ଦ୍ଦେଶ ଦିଆଯାଇଛି । ପତ୍ର ପ୍ରାପ୍ତି ପଶ୍ଚାତ ସଭାପତିଙ୍କ ଅଧ୍ୟକ୍ଷତାରେ ବୋର୍ଡର ସମସ୍ତ ସଦସ୍ୟଙ୍କୁ ନେଇ ଏକ ସ୍ବତନ୍ତ୍ର ବୈଠକର ଆୟୋଜନ କରାଯାଇ ସମସ୍ତ ବିଷୟରେ ଆଲୋଚନା ପରେ ବୋର୍ଡ ପକ୍ଷରି ନିଷ୍ପତି ଗ୍ରହଣ କରା ଯାଇ ଅର୍ଥ ଆତ୍ମସାତ ଅଭିଯୋଗରେ ସଂପୃକ୍ତ କୋଲାବିରା ପେକ୍ସ ସମ୍ପାଦକ ଦେବରାଜ କୁମୁରାଙ୍କ ଠାରୁ ତୁରନ୍ତ ଦଇତ୍ଵ ଅପସାରଣ କରାଯାଇ ଅନ୍ୟ ଜଣେ ସହକର୍ମୀ କମଳ ଧୁରୁଆଙ୍କ ଉପରେ ଦାଇତ୍ବ ନ୍ୟସ୍ତ କରାଯାଇଛି । ଏହା ସହିତ ଅଭିଯୁକ୍ତ ସମ୍ପାଦକଙ୍କ ୭ ଦିନ ମଧ୍ୟରେ ନିଜର ପକ୍ଷ ରଖୁବାକୁ ଶକ୍ତ ନିର୍ଦ୍ଦେଶ ଦିଆଯାଇଛି । ଯଦି ସମୟସୀମା ମଧ୍ୟରେ ଏ ସନ୍ଦର୍ଭରେ ସନ୍ତୋଷ ଜନକ ସ୍ପଷ୍ଟିକରଣ ବା କାରଣ ଦର୍ଶାଇବାରେ ସକ୍ଷମ ନ ହୁଅନ୍ତି ତେବେ ଏହାକୁ ଉଦ୍ଦେଶ୍ୟମୂଳକ ଭାବରେ ଆର୍ଥିକ ଅନିୟମିତତା ଏବଂ ଅର୍ଥ ଆତ୍ମସାର ବୋଲି ବିବେଚନାକରାଯିବ ଏବଂ ଏହି ପରିସ୍ଥିତିରେ,ପ୍ରଚଳିତ ଆଇନ ଏବଂ ଓଡିଶା ସମବାୟ ସମିତି ଆଇନ ଓ ନିୟମାବଳୀ ଅନୁଯାୟୀ ସମ୍ପାଦକଙ୍କ ବିରୁଦ୍ଧରେ ଆବଶ୍ୟକୀୟ ପ୍ରଶାସନିକ ତଥା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସମସ୍ତ ଆତ୍ମସାତ୍ କରିଥିବା ଅର୍ଥକୁ ଆଦାୟ କରାଯିବ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏସଂକ୍ରାନ୍ତରେ ସମସ୍ତ ବିଷୟ ରେଡ୍ୟୁଲେସନ କରାଯାଇ ଅବଗତି ନିମନ୍ତେ ଲିଖତ ଦସ୍ତାବେଜ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ଝାରସୁଗୁତାଙ୍କ ନିକଟକୁ ପ୍ରେରଣ କରାଯାଇଛି ।୨୦୧୦ ମସିହାରୁ ଦେବରାଜ କୁମୁରା କୋଲାବିରା ସେବାସମବାୟ ସମିତିରେ ସମ୍ପାଦକ ଭାବରେ ଯୋଗଦେଇଥିଲେ । ବିହତ ବର୍ଷ ଗୁଡିକ ସୁରୁଖୁରୁରେ ଚାଳିଥିବା ବେଳେ ୨୩-୨୪ ଓ ୨୪-୨୫ ଆର୍ଥିକ ବର୍ଷରେ ଏହି ଅନିୟମିତତାର ସୁତ୍ରପାତ ହୋଇଛି ।

କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ