।। ଆମ ପୋଲିସ ସମିତି ପକ୍ଷରୁ ବୃହତ ସ୍ୱଛାକୃତ ରକ୍ତଦାନ ଶିବିର,୧୪୨ ୟୁନିଟ ରକ୍ତ ସଂଗ୍ରହ ।।

Oct 17, 2024 - 21:05
 0  15
।। ଆମ ପୋଲିସ ସମିତି ପକ୍ଷରୁ ବୃହତ ସ୍ୱଛାକୃତ ରକ୍ତଦାନ ଶିବିର,୧୪୨ ୟୁନିଟ ରକ୍ତ ସଂଗ୍ରହ ।।

କରଞ୍ଜିଆ-ଆମ ପୋଲିସ ସମିତି ପକ୍ଷରୁ ଭରସା ପରିବାର, ମାରୱାଡ଼ି ଯୁବା ମଞ୍ଚ, ସାମ୍ବାଦିକ ସଂଘ,ମହିଳା ଶକ୍ତି ଶାଖା ଓ ଜନସାଧାରଣଙ୍କ ସହଯୋଗରେ ଆଜି କରଞ୍ଜିଆ ଥାନା ପରିସରରେ ଏକ ବୃହତ ସ୍ୱଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ପାଞ୍ଚପୀଢ଼ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର କରଞ୍ଜିଆ ଥାନା ଭାରପ୍ରାପ୍ତ ଅଧିକାରୀ ନିରୋଦ କୁମାର ମଲ୍ଲିକ ତଥା ସମସ୍ତ ଥାନା କର୍ମଚାରୀ ଓ ବିଭିନ୍ନ ସହଯୋଗୀ ସଂଗଠନ କର୍ମକର୍ତ୍ତା ମାନଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ। ଏହି ଅବସରରେ ସେ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ କର୍ମଚାରୀ, ଜନସାଧାରଣ ମାନଙ୍କୁ ବର୍ତ୍ତମାନର ସମାଜରେ ରକ୍ତର ଆବଶ୍ୟକତା ଉପଲବ୍ଧି କରି ରକ୍ତଦାନ କରି ଶହ ଶହ ଜୀବନ ବଞ୍ଚାଇବାର ଯେଉଁ ପ୍ରୟାସ କରାଯାଉଛି ତାକୁ ସଫଳ କରିବା ଉଦ୍ଦେଶ୍ୟରେ ସହଯୋଗ ପ୍ରଦାନ କରିବାକୁ ନିବେଦନ କରିଥିଲେ। ଶିବିରକୁ କରଞ୍ଜିଆ ଥାନା ଭାରପ୍ରାପ୍ତ ଅଧିକାରୀ ନିରୋଦ କୁମାର ମଲ୍ଲିକ ପରିଚାଳନା କରିଥିଲେ। କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ଓଡ଼ିଶା ରକ୍ତକେନ୍ଦ୍ର ପରିଚାଳକ ଡଃ ଗୌରାଙ୍ଗ ଚରଣ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରକ୍ତକେନ୍ଦ୍ର କର୍ମଚାରୀ ରଜତ କୁମାର ମହାକୁଡ଼, କପିଳେନ୍ଦ୍ର ଦେବ ରାଉତ,ସୁମନ୍ତ କୁମାର ମହାନ୍ତ, ଗାୟତ୍ରୀ ସାହୁ,ତ୍ରିଲୋଚନ ମହାନ୍ତ,ମନୋଜ କୁମାର ରାଉତ,ଫାର୍ମାସିଷ୍ଟ ଅବନୀ କୁମାର ମଣ୍ଡଳ, ନର୍ସିଂ ସିଷ୍ଟର ଅହଲ୍ୟା ରାଉତ ଶିବିର ସଂଚାଳନ କରିଥିଲେ। ଏହି ଶିବିରରେ ମୋଟ ୧୪୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତଦାନ କରିଥିବା ମୁଖ୍ୟ ରକ୍ତଦାତା ମାନଙ୍କ ମଧ୍ୟରେ ପାଞ୍ଚପୀଢ଼ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର,ସାମ୍ବାଦିକ ବି ଦିବ୍ୟେନ୍ଦୁ ଶେଖର,ମହିଳା ଶକ୍ତି ଶାଖା ସଦସ୍ୟା ସ୍ୱାତି ଅଗ୍ରୱାଲ,ସବ୍ ଇନ୍ସପେକ୍ଟର ସୁଧାଂଶୁ ସେଠୀ,ସହକାରୀ ସବ୍ ଇନ୍ସପେକ୍ଟର ସାଲଖାନ ହେମ୍ବ୍ରମ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ