।। ଆଦିବାସୀ ଝିଅ ପୁନତି ହତ୍ୟାକାଣ୍ଡର ପର୍ଦାଫାର୍ସ ସହ ହତ୍ୟାକାରୀକୁ ଆରେଷ୍ଟ କରିବାକୁ ବିଜେପି ଦାବି ।।

Mar 22, 2024 - 18:06
 0  93
।। ଆଦିବାସୀ ଝିଅ ପୁନତି ହତ୍ୟାକାଣ୍ଡର ପର୍ଦାଫାର୍ସ ସହ ହତ୍ୟାକାରୀକୁ ଆରେଷ୍ଟ କରିବାକୁ ବିଜେପି ଦାବି ।।

ମୁନିଗୁଡ଼ା: ତା୨୨-୩ ସମଗ୍ର ରାଜ୍ୟରେ ନିର୍ବାଚନ ୨୦୨୪କୁ ନେଇ ଉଷ୍ମତା ଚରମ ସୀମାରେ ଥିବା ବେଳେ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ନିକଟସ୍ଥ ବାଇନି ବସା ଗାଁର ଆଦିବାସୀ ଝିଅ ପୁନତିର ମର୍ମନ୍ତୁଦ ହତ୍ୟାକାଣ୍ଡର ରହସ୍ୟ ରହସ୍ୟରେ ରହି ଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।ଗରିବ ଆଦିବାସୀ ଝିଅ ପୁନତି ଯେପରି ଭାବେ ହଠାତ ହଜିଯିବା ବହୁ ଖୋଜାଖୋଜି ପରେ ନମିଳିବା ପୁଣି ଦଶ ଦିନ ପରେ ମୃତ ଶରୀର ଜଙ୍ଗଲରୁ ମିଳିବା ଘଟଣା ଏ ଅଞ୍ଚଳରେ ପ୍ରତ୍ୟେକ ଝିଅର ବାପାମାଆ ମାନଙ୍କୁ ଆତଙ୍କିତ କରିଦେଇଛି।ଏହି ପରିପ୍ରେକ୍ଷୀରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ସ୍ଥାନୀୟ ବିଧାୟକ ଆଶାୟୀ ପାର୍ଥି ,ଯୁବ ଆଦିବାସୀ ନେତା ଜଗନ୍ନାଥ ନୁଣ୍ଡ୍ରୁକା,ବିଜେପି ରାଜ୍ୟ ଓବିଶି ମୋର୍ଚ୍ଚା ଉପ ସଭାପତି ରାମଚନ୍ଦ୍ର ବେହେରା,ମୀନକେତନ ଗୌଡ଼ ପ୍ରମୁଖ ଆଜି ମୃତା ଆଦିବାସୀ ଝିଅ ପୁନତିର ଘରକୁ ଯାଇ ତାଙ୍କ ବାପା ମାଆ,ସମ୍ପର୍କୀୟ,ଗ୍ରାମବାସୀଙ୍କୁ ଭେଟି ସମବେଦନା ଜଣାଇବା ସହ ଏହି ଦୁଃଖଦ ପରିସ୍ଥିତିରେ ସେମାନଙ୍କୁ ଧର୍ଯ୍ୟ ରଖିବାକୁ କହିଥିଲେ।ପୁନତି ହତ୍ୟାକାଣ୍ଡରେ ସଂପୃକ୍ତ ଆସାମୀ ମାନଙ୍କୁ ଧରିବା ପାଇଁ ପୋଲିସ ଉପରେ ଚାପ ପକାଇବାକୁ ବିଜେପି ଦଳ ସବୁମତେ ଉଦ୍ୟମ କରିବ।ଦୋଷୀକୁ ଦଣ୍ଡ ମିଳିବା ସହିତ ପୁନିତର ପରିବାର ବର୍ଗଙ୍କୁ କ୍ଷତି ପୂରଣ ଦେବାପାଇଁ ଦାବୀ ରଖିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।ପରେ ସେମାନେ ମୁନିଗୁଡ଼ା ଥାନାକୁ ଯାଇ ପୁନତି ହତ୍ୟାକାଣ୍ଡର ତଦନ୍ତ ବିଷୟରେ ଆଇଆଇସି ସୌଦାମିନୀ ବେହେରାଙ୍କ ସହିତ ପଚାରି ବୁଝିଥିଲେ।ଏଥିସହ ଶିଘ୍ରାତିଶିଘ୍ର ହତ୍ୟାକାଣ୍ଡରେ ଜଡିତ ଦୋଷୀ ମାନଙ୍କୁ ଆରେଷ୍ଟ କରିବା ସହିତ ପୁନତିର ପରିବାରକୁ ନ୍ୟାୟ ଦେବାକୁ ଦାବି କରିଥିଲେ।ଅନ୍ୟଥା ବିଜେପି ଦଳ ଆଗାମୀ ଦିନରେ ଏହି ହତ୍ୟାକାଣ୍ଡକୁ ନେଇ ରାଜରାସ୍ତାରେ ଆନ୍ଦୋଳନ ତୀବ୍ର କରିବ ବୋଲି ପ୍ରତିକ୍ରିୟାରେ ଉଭୟ ନେତା ଜଣାଇଥିଲେ।ମୁନିଗୁଡ଼ା ଆଇଆଇସି ଶ୍ରୀମତୀ ସାହୁ ବିଜେପି ପ୍ରତିନିଧି ମଣ୍ଡଳୀଙ୍କୁ ଆଶ୍ୱାସନା ଦେଇଥିଲେ ତଦନ୍ତ ଜୋରଦାର ଚାଲିଛି,ଅଳ୍ପ ଦିନ ମଧ୍ୟରେ ସତ୍ୟ ସାମନାକୁ ଆସିଯିବ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ