।। ସମ୍ପୂର୍ଣ୍ଣତା ଅଭିଯାନ ର ସମାପନ ସମାରୋହ ପାଳନ ।।

Oct 8, 2024 - 07:50
 0  67
।। ସମ୍ପୂର୍ଣ୍ଣତା ଅଭିଯାନ ର ସମାପନ ସମାରୋହ ପାଳନ ।।

ନବରଙ୍ଗପୁର,( ରଞ୍ଜିତ ନାୟକ) ତା : ୦୭,୧୦,୨୦୨୪ : ଆଜି ଆକାଂକ୍ଷା ଜିଲ୍ଲା ନବରଙ୍ଗପୁର ର ଜିଲ୍ଲା ପରିଷଦ ଭବନ ରେ ଗତ ଜୁଲାଇ ୪ ତାରିଖ ରୁ ଆରମ୍ଭ ହେଇ ଗତ ମାସ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିଥିବା ସମ୍ପୂର୍ଣ୍ଣତା ଅଭିଯାନ ର ସମାପନ ସମାରୋହ ଅନୁଷ୍ଠିତ ହୋଇଥିଲା ! ଏହି ସମାରୋହ ରେ ବିଗତ ତିନି ମାସ ଧରି ବିଭିନ୍ନ ବିଭାଗ ଯଥା କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ସମାଜ କଲ୍ୟାଣ ଓ ସାମାଜିକ ବିକାଶ ମଧ୍ୟ ରେ ଛଅ ଗୋଟି ସୁଚକାଙ୍କରେ ଶତ ପ୍ରିଶତ ଲକ୍ଷ୍ୟ ହାସଲ ନିମନ୍ତେ ବିଗତ ତିନି ମାସରେ ବିଭିନ୍ନ ପଦକ୍ଷେପ ନିଆ ଯାଇଥିଲା ଯାହା ପାଇଁ ବିଭିନ୍ନ ବିଭାଗ ର ଅଧିକାରୀ ମାନଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର ଦ୍ଵାରା ସମ୍ମାନିତ କରିବା ସହ ସେମାନଙ୍କୁ ମାନ ପତ୍ର ପ୍ରଦାନ କରାଯାଇ ତାହା ସହିତ ସମସ୍ତ ବ୍ଲକ୍ ରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବା ଆଶା ଏବଂ ଅଙ୍ଗୱାଡ଼ି ଦିଦି ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ! ଏହି ଅବସର ରେ ନବରଙ୍ଗପୁର ଜିଲ୍ଲା ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରୟଣ ଦରୱାନ,ଦୁଇ ଗୋଟି ଆକାଂକ୍ଷା ବ୍ଲକ୍ ଯଥା ଡାବୁଗାଁ ଓ ତେନ୍ତୁଳିଖୁଣ୍ଟି ବ୍ଲକ୍ ର ଗୋଷ୍ଟୀ ଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ମାଝି ଏବଂ ମନୋଜ କୁମାର ପାଣିଗ୍ରାହୀ, ଜିଲ୍ଲା ମୁଖ୍ୟ ଚିକତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡକ୍ଟର ମଳୟ ତ୍ରିପାଠୀ, ଜିଲ୍ଲା ଶିକଷାଧିକାରୀ ଛତ୍ରପତି ସାହୁ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ଦୋର୍ପତି କହଁର, ଉପ ନିର୍ଦ୍ଦଶକ ଐଶ୍ୱର୍ଯ୍ୟ ଭଞ୍ଜ, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଶାଖା,ପୀରାମଲ୍ ଫାଉଣ୍ଡେସନ ର ପ୍ରୋଗ୍ରାମ ମ୍ୟାନେଜର ବିକ୍ରମ କିଶୋର ରଣା ଏବଂ ପ୍ରଭାତୀ ବିଷୋୟୀ, ଆକାଶବାଣୀ ଓ ଦୂରଦର୍ଶନ ସମାଚାର ବିଭାଗ ପ୍ରତିନିଧି, ନବରଙ୍ଗପୁର ଙ୍କୁ ସେମାନଙ୍କ ନିଷ୍ଠା ଓ ପ୍ରଶଂସନୀୟ କାର୍ଯ ପାଇଁ ମାନ୍ୟବର ଜିଲ୍ଲାପାଳ ଙ୍କ ଦ୍ଵାରା ସମ୍ମାନିତ କରିବା ସହ ମାନ ପତ୍ର ପ୍ରଦାନ କରାଯାଇଥିଲା !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ