।। ସବୁ ଖେଳ ଫୋନ୍ ପେ ରେ ଚାଲିଛି ବଲାଙ୍ଗୀର ବନ ବିଭାଗର ସାଧା ପୋଷାକ ରେ ମସୁଲ ଆଦାୟ ।।

Sep 4, 2024 - 16:38
 0  11
।। ସବୁ ଖେଳ ଫୋନ୍ ପେ  ରେ  ଚାଲିଛି ବଲାଙ୍ଗୀର ବନ ବିଭାଗର ସାଧା ପୋଷାକ ରେ ମସୁଲ ଆଦାୟ ।।

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ମହୁଲ ପଡା ପଞ୍ଚାୟତ ଅଧୀନ ରେ ଥିବା ଗୁଲ ମି଼ ବିଟ ରେ କାର୍ଯ୍ୟ ରତ ଫରେଷ୍ଟ ଗାର୍ଡ ଏ ପରି ଚାଞ୍ଚଲ୍ୟ କର ଘଟଣା ଘଟେଇ ଛନ୍ତି।ଗତ ଅଗଷ୍ଟ ମାସ ତାରିଖ 31 ରେ ମହୁଲ ପଡା ଗ୍ରାମର ହର୍ଶ ସୁନା ନିଜ ଜମି କୁ ଲାଗି ରହିଥିବା ଜଙ୍ଗଲରୁ ନିଜ ବ୍ୟବହାର ପାଇଁ ଚାରି ଖଣ୍ଡ ବାଉଁଶ ଗଜା କରଡ଼ି ରାନ୍ଧି ଖାଇବା ଏବଂ ଚରିଖଣ୍ଡ ସେମି ରଞ୍ଜା ସାଇକେଲ ରେ ଆଣୁଥିଲେ ଉକ୍ତ ସମୟରେ ଫରେଷ୍ଟ ଗାର୍ଡ ଗୋପାଳ କୃଷ୍ଣ ଗଡ ତିଆ ଓ ଗୁଲମି ଗାଁ ର ଦୁଇଜଣ ମିଶି ହର୍ଷ ସୁନା କୁ ଧରିଥିଲେ ସେହି ଜାଗାରେ ତାଙ୍କୁ ମାସୁଲ ବାବଦରେ 500 ଟଙ୍କା ଦେବାକୁ ବାଧ୍ୟ କରାଇ ଥିଲେ ଯାହାକି ଗୁ ଲୁମୀ ଗାଁ ର ଏକ ଦୋକାନୀ ସୁଜିତ୍ ସାହୁ ଙ୍କ ନାମରେ ଫୋନ୍ ପେୟ ହୋଇଛି ।ଏହି ବାବଦରେ ହର୍ଷ ସୁନା କୁ କୌଣସି ରସିଦ ଦିଆଯାଇ ନାହିଁ। ଉକ୍ତ ଘଟଣାକୁ ନେଇ ଆମ ସାମ୍ବାଦିକ ପ୍ରତିନିଧି ଗାର୍ଡ ଗୋପାଳ କୃଷ୍ଣ ଗଡତିଆ ଙ୍କୁ ପଚାରିବାରୁ ଗୁ ଲମି ଫରେଷ୍ଟ ଅଫିସ ରୁ ଚଂପଟ ମାରି ପଳାଇ ଗଲେ ।ଏପରି ଏହି ରାସ୍ତାରେ ନିତିଦିନ ବାଲି ଏବଂ ଗଛ ବହୁ ମାତ୍ରାରେ ଚାଲୁ ହେଉଛି କିନ୍ତୁ ଜଙ୍ଗଲ ଜଗିବା ବାବୁ ମାନେ କିଛି ଟଙ୍କା ନେଇ ଆରାମ ରେ ଧନ୍ଦା ଚଳାଇ ଛନ୍ତି ।ଦୁଃଖର ବିଷୟ ଏହା ଜେ ବଡ ବଡ ମାଫିଆ ମାନେ ଆରାମରେ କାରବାର କରୁଛନ୍ତି ଓ ଯେଉଁ ମାନେ ନିଜ ବ୍ୟବହାର ପାଇଁ ଆଣି ଲା ଲୋକ ମାସୁଲ୍ ଦେଇ ଶୋଷଣ ର ଶିକାର ହେଉଛନ୍ତି । ବଲାଙ୍ଗୀର ଜିଲ୍ଲାର ବନ ବିଭାଗ କର୍ମଚାରୀ ମାନେ ଓ ଅଧିକାରୀ ମାନେ ସଲା ସୁତୁରା କରି ହଡ଼ପ କରୁଛନ୍ତି ।ଉକ୍ତ ବିଷୟକୁ ଦୃଷ୍ଟି ଦେଇ ଫରେଷ୍ଟ ଗାର୍ଡ ଗୋପାଳ କୃଷ୍ଣ ଗଡତିଆ ଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ ହେଉଛି ।

ଟିଟିଲାଗଡ ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ