।। ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକଙ୍କୁ ଉତ୍ତର ମାଗୁଛି ସେଙ୍ଗେଲ ଅଭିଯାନ:୨୦ ସୁଦ୍ଧା ଉତ୍ତର ନମିଳିଲେ ୩୦ ସେପ୍ଟେମ୍ବରକୁ ମୟୂରଭଞ୍ଜ ବନ୍ଦ ଡାକରା ।।

ବାଙ୍ଗ୍ରିପୋଷି,୦୪।୦୯ : ଆଦିବାସୀ ସେଙ୍ଗେଲ ଅଭିଯାନ ବାଙ୍ଗିରିପୋଷି ବ୍ଲକ କମିଟିର ସେଙ୍ଗେଲ ସଭାପତି ଶ୍ରୀ ବିକାଶ ଚନ୍ଦ୍ର ହେମ୍ବ୍ରମଙ୍କ ନେତୃତ୍ବରେ ବାଙ୍ଗ୍ରିପୋଷି ତହସିଲଦାର କାର୍ଯ୍ୟାଳୟ ନିକଟରୁ ଏକ ରାଲି ବଜାରରେ ପରିକ୍ରମା କରାଯାଇ ଓଡିଶା ପ୍ରଦେଶ ସେଙ୍ଗେଲ ପାର୍ଗାନା ଶ୍ରୀ ନାରାନ ମୁର୍ମୁ ଏବଂ ବାରିପଦା ଜୋନାଲ କମିଟିର ସେଙ୍ଗେଲ ଉପସଭାପତି ଶ୍ରୀ ଜିତେନ୍ଦ୍ରନାଥ ହେମ୍ବ୍ରମଙ୍କ ଉପସ୍ଥିତିରେ ତିନିଗୋଟି ପ୍ରଶ୍ନର ଉପଯୁକ୍ତ ଉତ୍ତର ଦାବିରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ବାଙ୍ଗ୍ରିପୋଷି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ଏବଂ ଆଦିବାସୀ ସମ୍ପ୍ରଦାୟର ମୟୂରଭଞ୍ଜ, ଓଡିଶାରୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ମୟୂରଭଞ୍ଜ ସାଂସଦ ଏବଂ ମୟୂରଭଞ୍ଜର ସମସ୍ତ ବିଧାୟକମାନେ ଅବିଳମ୍ବେ ସେଙ୍ଗେଲ ଅଭିଯାନର ତିନିଦଫା ପ୍ରଶ୍ନର ଉପଯୁକ୍ତ ଉତ୍ତର ଦେବାକୁ ଦାବି କରାଯାଇଛି । ପ୍ରଶ୍ନଗୁଡିକ ମଧ୍ୟରୁ :- ଆଦିବାସୀ ଗ୍ରାମ ସମାଜରେ ସମ୍ବିଧାନ, ଆଇନ ଏବଂ ଗଣତନ୍ତ୍ର ବ୍ୟବସ୍ଥା ଲାଗୁ ନାହିଁ କାହିଁକି ? ସାର୍ନା ଧର୍ମ କୋଡ ମାନ୍ୟତା ଉପରେ ଚୁପ୍ ଅଛନ୍ତି କାହିଁକି ? ଅର୍ଥାତ (କ) ଜିଲ୍ଲାର ସମସ୍ତ ଆଦିବାସୀ ଗ୍ରାମ ସମାଜରେ ସମ୍ବିଧାନ, ଆଇନ ଲାଗୁ ନାହିଁ । ଜଙ୍ଗଲ ରୁଲ୍ ଚାଲିଛି । ଅନ୍ତତଃ କଙ୍ଗାରୁ କୋର୍ଟ ଦ୍ୱାରା ମନ ଇଚ୍ଛା ଜରିମାନା କରିବା, ସାମାଜିକ ବାସନ୍ଦ କରିବା, ଡାହାଣୀ ନାମରେ ହତ୍ୟା କରିବା, ଇର୍ଷା-ଦ୍ଵେଷ, ଆଦିବାସୀ ମହିଳା ବିରୋଧୀ ମାନସିକତା, ଭୋଟ କ୍ରୟ ବିକ୍ରୟ ଆଦି ଚାଲିଛି । କାହିଁକି ? (ଖ) ସମସ୍ତ ଆଦିବାସୀ ଗ୍ରାମ ସମାଜରେ ଗଣତାନ୍ତ୍ରିକ ଯାଗାରେ ରାଜତାନ୍ତ୍ରୀକ ମାଝୀ ପାର୍ଗାନା ବ୍ୟବସ୍ଥା ଚାଲିଛି । ଯାହା ଫଳରେ ବଂଶାନୁଗତ ଅଧିକାଂଶ ଅଶିକ୍ଷିତ, ମଦ୍ୟପ, ଅବୁଝା ବ୍ଯକ୍ତିମାନେ ଆଦିବାସୀ ଗ୍ରାମ ସମାଜକୁ ଦଖଲ କରିଛନ୍ତି । ଯେଉଁଠାରେ କି ପ୍ରତ୍ୟେକ ଆଦିବାସୀ ଗ୍ରାମ ସମାଜରେ ପଢା-ଲେଖା ଶିକ୍ଷିତ ସ୍ତ୍ରୀ ପୁରୁଷ ଅଛନ୍ତି । ଏହି ବଂଶାନୁଗତ ମାଝୀ ପାର୍ଗାନା ବ୍ୟବସ୍ଥା ସମ୍ବିଧାନ ଆଇନ ଏବଂ ଗଣତନ୍ତ୍ରକୁ ମାନନ୍ତି ନାହିଁ । କାହିଁକି ? (ଗ) 15 କୋଟି ଆଦିବାସୀ ମାନଙ୍କର ସାର୍ନା ଧର୍ମ କୋଡ ମାନ୍ୟତା ଉପରେ ଚୁପ୍ ଅଛନ୍ତି କାହିଁକି ? ଯଦି ଉପରୋକ୍ତ ତିନି ଗୋଟି ପ୍ରଶ୍ନର ଉପଯୁକ୍ତ ଉତ୍ତର ସେପ୍ଟେମ୍ବର 20 ତାରିଖ ସୁଦ୍ଧା ନମିଳେ ତେବେ 30 ସେପ୍ଟେମ୍ବରକୁ ସେଙ୍ଗେଲର ରାଷ୍ଟ୍ରୀୟ ସଭାପତି ସହିତ ପୂର୍ବତନ ସାଂସଦ ସାଲଖାନ ମୁର୍ମୁଙ୍କ ମାର୍ଗଦର୍ଶନରେ ମୟୂରଭଞ୍ଜ ବନ୍ଦ କରାଯିବା ସହିତ ରେଳ-ରୋଡ୍-ଚକା ଜାମ କରିବାକୁ ବାଧ୍ୟ ବୋଲି କହିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ବ୍ଲକ ସେଙ୍ଗେଲ ପାର୍ଗାନା ଭିଲୁ ମୁର୍ମୁ, ଜୋନାଲ ମହିଳା ସେଙ୍ଗେଲ ସଭାପତି ପାନମଣି ହେମ୍ବ୍ରମ, ଉପଖଣ୍ଡ ସେଙ୍ଗେଲ ସମ୍ପାଦକ ଉଧୁରାନ ହାଁସଦାଃ, ରଳୟା ମୁର୍ମୁ, ଲାଦୁରାମ ସୋରେନ, ହାମ୍ବ୍ରାଇ ମାର୍ଣ୍ଡ ପ୍ରମୁଖ ସେଙ୍ଗେଲ ନେତାମାନେ ଉପସ୍ଥିତ ଥିଲେ ।
ଗୌର ଦାଶଗିରିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






