ମୁନିଗୁଡ଼ା ରେ ବ୍ଲକ ସ୍ତରୀୟ ସୁଭଦ୍ରା ସ୍ଵାଗତ ପଦ ଯାତ୍ରା କାର୍ଯ୍ୟ କ୍ରମ ଅନୁଷ୍ଠିତ

Sep 16, 2024 - 16:06
 0  9
ମୁନିଗୁଡ଼ା ରେ ବ୍ଲକ ସ୍ତରୀୟ ସୁଭଦ୍ରା ସ୍ଵାଗତ ପଦ ଯାତ୍ରା କାର୍ଯ୍ୟ କ୍ରମ ଅନୁଷ୍ଠିତ

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକରେ ବ୍ଲକ ସ୍ତରୀୟ ସୁଭଦ୍ରା ସ୍ଵାଗତ ପଦ ଯାତ୍ରା କାର୍ଯ୍ୟ କ୍ରମ ଅନୁଷ୍ଠିତ। ଏହି କାର୍ଯ୍ୟକ୍ରମ ରେ ମୁନିଗୁଡ଼ା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପ୍ରିତମ କୁମାର ତନ୍ତୀଙ୍କ ନେତୃତ୍ୱରେ ମୁନିଗୁଡ଼ା ବ୍ଲକ ସମ୍ମୁଖରେ ସୁଭଦ୍ରା ସ୍ଵାଗତ ପଦ ଯାତ୍ରା କାର୍ଯ୍ୟ କ୍ରମ ଶୁଭାରମ୍ଭ କରିଥିଲେ । ଏହା ପରେ ସୁଭଦ୍ରା ଯୋଜନା ର ଫାର୍ମ ଓ ଫ୍ଲାଗ୍ କାର୍ଡ ଧରି ମହିଳା ମାନେ ମୁନିଗୁଡ଼ା ବ୍ଲକରୁ ଏକରାଲିଯୋଗେ ପଦଯାତ୍ରା ବାହାରି ସହୀଦ ଲକ୍ଷ୍ମଣ ନାଏକଙ୍କ ତିନିକୋଣିଆ ଛକ ଠାରୁ , କ୍ଲଷ୍ଟର ହାଉସ କମିନିଟି ହାଲ୍ ପର୍ଯ୍ୟନ୍ତ ଯାଇ ସେଠାରେ ପହଞ୍ଚିଥିଲେ । ସୁଭଦ୍ରା ସ୍ଵାଗତ ଯୋଜନା ର ସଚେତନତା ସଭା ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରିତମ କୁମାର ତନ୍ତି ଯୋଗଦାନ କରି ସୁଭଦ୍ରା ଯୋଜନା କାର୍ଯ୍ୟ କ୍ରମ ବିଷୟରେ ଯେପରି କେହି ବି ଯୋଗ୍ୟ ହିତାଧିକାରୀ ବାଦ୍ ନପଢ଼ନ୍ତୁ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଉପସ୍ଥିତ ମହିଳାମାନଙ୍କୁ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମୁନିଗୁଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚ ସରସ୍ଵତୀ ଶବର ଯୋଗ ଦେଇଥିବାବେଳେ। ଅଙ୍ଗନବାଡ଼ି କର୍ମୀ,ଆସା କର୍ମୀ,ସିଆରପି,ଏସେଜୀ ଗ୍ରୃପ ମହିଳା ମା, ଏବଂ ବ୍ଲକ ର ଅନ୍ୟାନ୍ୟ ଷ୍ଟାଫ୍ କୁ ନେଇ ସୁଭଦ୍ରା ସ୍ଵାଗତ ପଦ ଯାତ୍ରା ଅନୁଷ୍ଠିତ ହୋଇଥିଲା । ସେହି ପରି ମୁନିଗୁଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତ ଠାରୁ ଆରମ୍ଭ କରି ପ୍ରତ୍ୟେକ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ର ଅଙ୍ଗନବାଡି କର୍ମୀ ଓ ହେଲ୍ପର୍ ଆସା କର୍ମୀ,ସିଆରପି, ଏସେଜୀ ଗ୍ରୃପ୍ ମହିଳା ମା ମାନଙ୍କୁ ନେଇ ପୂର ପୋଲି ରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଉକ୍ତ ସୁଭଦ୍ରା ସ୍ଵାଗତ ପଦ ଯାତ୍ରା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି।

ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ