ବିପଦ ସଂକେତ ଉପରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର, ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

Sep 16, 2024 - 19:52
 0  13
ବିପଦ ସଂକେତ ଉପରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର, ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

ବେତନଟୀ , ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ପାଟୋଳିପୁରା ପଞ୍ଚାୟତର ନାଖରା ପୋଲ ଉପରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ଓ ବନ୍ୟାସ୍ଥିତ ଜିଲ୍ଲାପାଳ ହେମକାନ୍ତ ସଏ ଅନୁଧ୍ୟାନ କରି ଫେରିଯାଇଛନ୍ତି। ସୂଚନାଯୋଗ୍ୟ ଯେ ଆଜି ଅପରାହ୍ନରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାବେଳେ ବୈଶିଙ୍ଗା ବଡ଼ସାହି ମୂଖ୍ୟ ରାସ୍ତରେ ଥିବା ନାଖରା ସେତୁ ଉପରେ ବୁଢ଼ାବଳଙ୍ଗ ନଦୀର ଜଳ ପ୍ରବାହିତ ହେଉଥିବା କାରଣରୁ ତଳିଆ ଅଞ୍ଚଳରେ ବନ୍ୟାଜଳ ରାତି ସୁଦ୍ଧା ପ୍ରବେଶ କରିବା ଆଶଙ୍କା ଦେଖାଦେଇଛି। ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଉପଜିଲ୍ଲାପାଳ ଈଶ୍ଵର ଚନ୍ଦ୍ର ନାୟକ , ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ବେତନଟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋପୀନାଥ ଖାକା, ବେତନଟୀ ତହସିଲଦାର ସୁରଥ ଚନ୍ଦ୍ର ରାଉତ, ବଡ଼ସାହି ଗୋଷ୍ଠୀ ଉନ୍ନୟନ ଅଧିକାରୀ ବନଜା ଦାସ, ବଡ଼ସାହି ତହସିଲଦାର ପତିତପାବନ ଦେବତା ଉପସ୍ଥିତ ଥିଲେ। ଓଡ୍ରାଫ ଟିମ ମଧ୍ୟ ବନ୍ୟାସ୍ଥଳୀରେ ଉପସ୍ଥିତ ଅଛନ୍ତି। ପାଟୋଳିପୁରା ପଞ୍ଚାୟତର ସରପଞ୍ଚ ମମତା ନାଏକ ଙ୍କୁ ଜନସାଧାରଣଙ୍କ ସହିତ ଆଲୋଚନା କରି ଆବଶ୍ୟକ ବେଳେ ଖାଦ୍ୟ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ମହଜୁଦ ରଖିବା ପାଇଁଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ବନ୍ୟାକୁ ଆଶଙ୍କା କରି ଲୋକମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଥିଲେ।

 ବାରିପଦାରୁ -ଗୌର ଦାସଗିରି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ