।। ବାଇକ ରୁ ଖସି ପଡ଼ିବାରୁ ବାପ ପୁଅ ଗୁରୁତର ହୋଇ ମେଡିକାଲ ଭର୍ତ୍ତି ।।

Oct 1, 2024 - 20:29
 0  14
।। ବାଇକ ରୁ ଖସି ପଡ଼ିବାରୁ ବାପ ପୁଅ ଗୁରୁତର ହୋଇ ମେଡିକାଲ ଭର୍ତ୍ତି ।।

ପାଟଣା-ଆଜି ଅପରାହ୍ନ ରେ ପାଟଣା ବ୍ଲକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ମଟରସାଇକେଲ ରେ ନିଜ ଘରକୁ ଯାଉଥିବା ବେଳେ ବାପପୁଅ ଖସିପଡି ଗୁରୁତର ହୋଇଛନ୍ତି।ଗୁରୁତର ମାନେ ହେଲେ କେନ୍ଦେଇପଶି ପଞ୍ଚାୟତ ଅନ୍ତର୍ଗତ ବଡଗମ୍ଭାରୀଆ ଗ୍ରାମର ଗୌର ମୁଣ୍ଡା(୪୮)ଓ ତାଙ୍କ ପୁଅ ଶ୍ରୀକାନ୍ତ ମୁଣ୍ଡା(୧୮)।ସୂଚନାଯୋଗ୍ୟ ଯେ ପାଟଣା ଡାକ୍ତରଖାନାରେ ନିଜ ଝିଅ ଚିକିତ୍ସାଧୀନ ଥିବା ବେଳେ ତାଙ୍କୁ ଦେଖିବା ପାଇଁ ବାପ ଓ ପୁଅ ଆସିଥିଲେ।ତାଙ୍କୁ ଦେଖା କରି ଘରକୁ ଫେରିବା ସମୟରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଖସିପଡିବାରୁ ଗୌର ମୁଣ୍ଡା ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ବେଳେ ।ସ୍ଥାନୀୟ ଲୋକେ ଉଦ୍ଧାର କରି 108 ରୋଗିଯାନ ସାହାଯ୍ୟରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ସ୍ୱାସ୍ଥ୍ୟ ଅଧିକ ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରିଛନ୍ତି ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ